କଟକ: ସିବିଏସଇ ଢାଞ୍ଚାରେ ହେବ ସ୍ୱତନ୍ତ୍ର ଓଟିଇଟି ପରୀକ୍ଷା। ଦେଶର ଦୁଇ ପ୍ରମୁଖ ପରୀକ୍ଷା ପରିଚାଳନା ସଂସ୍ଥା ସିବିଏସଇ ଓ କେନ୍ଦ୍ରୀୟ ବିଦ୍ୟାଳୟର ପରୀକ୍ଷା ପରିଚାଳନା ଟେକନିକ ଅନୁଯାୟୀ ହେବ ସ୍ୱତନ୍ତ୍ର ଓଟିଇଟି ପରୀକ୍ଷା। ଏନେଇ ସୂଚନା ଦେଇଛନ୍ତି ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ।

Advertisment

ଓଟିଇଟି ପରୀକ୍ଷାରେ ବିଭ୍ରାଟ ହେବା ପରେ ଏହି ସିବିଏସଇ ଓ କେନ୍ଦ୍ରୀୟ ବିଦ୍ୟାଳୟର ପରୀକ୍ଷା ସଂସ୍ଥାର ଟେକନିକ ଅନୁଧ୍ୟାନ କରାଯାଇଛି। ଆସନ୍ତା ୨୭ ତାରିଖରେ ହେବ ସ୍ୱତନ୍ତ୍ର ଓଟିଇଟି ପରୀକ୍ଷା। ଡିଜି ଲକର, ବକ୍ସ, ଟ୍ରଙ୍କରେ ପ୍ରଶ୍ନପତ୍ର ପୁଲିସ ସହାୟତାରେ ଯିବ। ଜିଲ୍ଲାପାଳ, ଏସପି ଓ ଡିଇଓଙ୍କ ସହାୟତାରେ ହେବ ପରୀକ୍ଷା। ୧୯୩ ଟି କେନ୍ଦ୍ରରେ ପରୀକ୍ଷା ହେବ। ସେପ୍ଟେମ୍ବର ୧୭ ତାରିଖରୁ ଆଡ଼ମିଟ କାର୍ଡ ହେବ ଉପଲବ୍ଧ।

ସେ କହିଛନ୍ତି, ଓଟିଇଟି ପରୀକ୍ଷାରେ ବିଭ୍ରାଟ ହେବା ପରେ ଏହି ସିବିଏସଇ ଓ କେନ୍ଦ୍ରୀୟ ବିଦ୍ୟାଳୟର ପରୀକ୍ଷା ସଂସ୍ଥାର ଟେକନିକ ଅନୁଧ୍ୟାନ କରାଯାଇଛି। ଆସନ୍ତା ୨୭ ତାରିଖରେ ହେବ ସ୍ୱତନ୍ତ୍ର ଓଟିଇଟି ପରୀକ୍ଷା। ଡିଜି ଲକର, ବକ୍ସ, ଟ୍ରଙ୍କରେ ପ୍ରଶ୍ନପତ୍ର ପୁଲିସ ସହାୟତାରେ ଯିବ। ଜିଲ୍ଲାପାଳ, ଏସପି ଓ ଡିଇଓଙ୍କ ସହାୟତାରେ ହେବ ପରୀକ୍ଷା। ୧୯୩ ଟି କେନ୍ଦ୍ରରେ ପରୀକ୍ଷା ହେବ। ସେପ୍ଟେମ୍ବର ୧୭ ତାରିଖରୁ ଆଡ଼ମିଟ କାର୍ଡ ହେବ ଉପଲବ୍ଧ। ୨୭ ଯାଏ ଆଡ଼ମିଟ କାର୍ଡ ନେଇ ପାରିବେ ପରୀକ୍ଷାର୍ଥୀ। ପୂର୍ବରୁ ଏଭଳି କଥା ଜାଣି ନ ପରିବାରୁ ଓଟିଇଟିରେ ଏଭଳି ବଡ଼ ଅଘଟଣ ହୋଇଥିଲା। ପରୀକ୍ଷା ପରିଚାଳନାରେ ଯେଉଁମାନେ ଅଛନ୍ତି, ସେମାନଙ୍କ ଉପରେ ବି ନଜର ରହିଛି। ୨୭ରେ ହିଁ ହେବ ପରୀକ୍ଷା। ଯାହା ପ୍ରଶ୍ନପତ୍ର ପ୍ୟାଟର୍ନ ରହିଥିଲା ସେହି ଅନୁଯାୟୀ ଏବଂ ସେହି ସେଣ୍ଟରରେ ପରୀକ୍ଷା ହେବ। ବ୍ୟବସ୍ଥାରେ ଆହୁରି କିଛି ନୂଆ କଥା ଯୋଡ଼ାଯାଇଛି। ତାହା ପରବର୍ତ୍ତୀ ପର୍ଯ୍ୟାୟରେ ଅବଗତ କରାଯିବ।