ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଇଞ୍ଜଣା ଓ ବରିମୁଣ୍ଡରେ ଷଣ୍ଢ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବାର ଖବର ମିଳିଛି। ଏହି ଘଟଣା ସାମ୍ନାକୁ ଆସିବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତ୍ୟକ୍ତ ଲୋକେ ରାସ୍ତାରୋକ କରିଛନ୍ତି।
ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଇଞ୍ଜଣା ଓ ବରିମୁଣ୍ଡରେ ଷଣ୍ଢ ଆତଙ୍କରେ ଆତଙ୍କିତ ଥିଲେ ସ୍ଥାନୀୟ ଲୋକେ। ହେଲେ ଆଜି ସବୁ ସୀମା ଟପିଗଲା। ଷଣ୍ଢ ଆକ୍ରମଣରେ ଜଣେ ମହିଳାଙ୍କ ଜୀବନ ଚାଲିଗଲା। ଦୀର୍ଘ ଦିନ ଧରି ସ୍ଥାୟୀ ପ୍ରତିକାର ଦାବି କରୁଥିଲେ ସୁଦ୍ଧା କେହି କର୍ଣ୍ଣପାତ କରୁନଥିଲେ। ହେଲେ ଏହି ସମସ୍ୟାର ସ୍ଥାୟୀ ପ୍ରତିକାର ଦାବିରେ ରାସ୍ତାରେ ସ୍ଥାନୀୟ ଲୋକ ରାସ୍ତାରୋକ କରିବା ସହ ଧାରଣାରେ ବସିଛନ୍ତି। କାରଣ ଏହି ସମସ୍ୟା ଆଜିର ନୁହେଁ, ଗତ ସପ୍ତାହରେ ଷଣ୍ଢ ଆକ୍ରମଣରେ ୫ ଜଣ ଆହତ ହୋଇଥିଲେ। ଗତକାଲି ରାତିରେ ଜଣେ ମହିଳାଙ୍କୁ ଷଣ୍ଢ ମାରିଥିଲା। ତାଙ୍କର ଆଜି ସକାଳେ ମୃତ୍ୟୁ ହୋଇଯିବା ପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।
ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଇଞ୍ଜଣା ଓ ବରିମୁଣ୍ଡରେ ଷଣ୍ଢ ଆତଙ୍କରେ ଆତଙ୍କିତ ଥିଲେ ସ୍ଥାନୀୟ ଲୋକେ । ହେଲେ ଆଜି ସବୁ ସୀମା ଟପିଗଲା। ଷଣ୍ଢ ଆକ୍ରମଣରେ ଜଣେ ମହିଳାଙ୍କ ଜୀବନ ଚାଲିଗଲା। ଦୀର୍ଘ ଦିନ ଧରି ସ୍ଥାୟୀ ପ୍ରତିକାର ଦାବି କରୁଥିଲେ ସୁଦ୍ଧା କେହି କର୍ଣ୍ଣପାତ କରୁନଥିଲେ। ହେଲେ ଏହି ସମସ୍ୟାର ସ୍ଥାୟୀ ପ୍ରତିକାର ଦାବିରେ ରାସ୍ତାରେ ସ୍ଥାନୀୟ ଲୋକ ରାସ୍ତାରୋକ କରିବା ସହ ଧାରଣାରେ ବସିଛନ୍ତି। କାରଣ ଏହି ସମସ୍ୟା ଆଜିର ନୁହେଁ, ଗତ ସପ୍ତାହରେ ଷଣ୍ଢ ଆକ୍ରମଣରେ ୫ ଜଣ ଆହତ ହୋଇଥିଲେ। ଗତକାଲି ରାତିରେ ଜଣେ ମହିଳାଙ୍କୁ ଷଣ୍ଢ ମାରିଥିଲା। ତାଙ୍କର ଆଜି ସକାଳେ ମୃତ୍ୟୁ ହୋଇଯିବା ପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2024/12/01/HC70dWIAuWXyShtQklq6.jpg)