ଭୁବନେଶ୍ବର: ଜାତୀୟ ସମ୍ବିଧାନ ଦିବସ ଅବସରରେ ଆଜି ରାଜଧାନୀରେ ପଦଯାତ୍ରା ଅନୁଷ୍ଠିତ ହୋଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜଧାନୀର ଏଜି ଛକରେ ଥିବା ସମ୍ବିଧାନ ପ୍ରଣେତା ଡକ୍ଟର ବି.ଆର୍ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ପ୍ରଥମେ ମାଲ୍ୟାର୍ପଣ କରିଥିଲେ। ଏହାପରେ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ଆୟୋଜିତ ‘ଆମ ସମ୍ବିଧାନ, ଆମ ସ୍ବାଭିମାନ’ ପଦଯାତ୍ରରେ ସାମିଲ ହୋଇଥିଲେ ମୁଖ୍ୟମନ୍ତ୍ରୀ। ଏଥିରେ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ସମେତ ରାଜ୍ୟ ମନ୍ତ୍ରିମଣ୍ଡଳର ଅନେକ ସଦସ୍ୟ ଯୋଗ ଦେଇଥିଲେ। ଏଥିରେ ଏକ ହଜାରରୁ ଅଧିକ ଲୋକ ଭାଗ ନେଇଥିଲେ। ଏହି ପଦଯାତ୍ରା ଏଜି ଛକରୁ କ୍ୟାପିଟାଲ୍ ହସ୍ପିଟାଲ୍ ଯାଏ ଚାଲିଥିଲା।
କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ଆୟୋଜିତ ‘ଆମ ସମ୍ବିଧାନ, ଆମ ସ୍ବାଭିମାନ’ ପଦଯାତ୍ରରେ ସାମିଲ ହୋଇଥିଲେ ମୁଖ୍ୟମନ୍ତ୍ରୀ। ଏଥିରେ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ସମେତ ରାଜ୍ୟ ମନ୍ତ୍ରିମଣ୍ଡଳର ଅନେକ ସଦସ୍ୟ ଯୋଗ ଦେଇଥିଲେ। ଏଥିରେ ଏକ ହଜାରରୁ ଅଧିକ ଲୋକ ଭାଗ ନେଇଥିଲେ। ଏହି ପଦଯାତ୍ରା ଏଜି ଛକରୁ କ୍ୟାପିଟାଲ୍ ହସ୍ପିଟାଲ୍ ଯାଏ ଚାଲିଥିଲା।
ଉଲ୍ଲେଖଯୋଗ୍ୟ, ପ୍ରତି ବର୍ଷ ନଭେମ୍ବର ୨୬ ତାରିଖକୁ ସମ୍ବିଧାନ ଦିବସ ଭାବରେ ପାଳନ କରାଯାଉଛି। ୧୯୪୯ ମସିହା ନଭେମ୍ବର ୨୬ରେ ଭାରତ ସମ୍ବିଧାନକୁ ଗ୍ରହଣ କରିଥିଲା ଏବଂ ୧୯୫୦ ମସିହା ଜାନୁଆରୀ ୨୬ରେ ଏହାକୁ ଲାଗୁ କରାଯାଇଥିଲା। ୨୦୧୫ ମସିହାରେ ନାଗରିକଙ୍କ ମଧ୍ୟରେ ସମ୍ବିଧାନର ମୂଲ୍ୟବୋଧକୁ ପ୍ରୋତ୍ସାହିତ କରିବା ପାଇଁ କେନ୍ଦ୍ର ସାମାଜିକ ନ୍ୟାୟ ମନ୍ତ୍ରଣାଳୟ ପ୍ରତିବର୍ଷ ନଭେମ୍ବର ୨୬କୁ ସମ୍ବିଧାନ ଦିବସ ଭାବରେ ପାଳନ କରିବାକୁ ନିଷ୍ପତ୍ତି ନେଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2024/11/10/sJM3E00TSt0ulW51hRgA.jpg)