କୋରାପୁଟ: ଚାଷରେ ବିରଳ କେବଳ କୋରାପୁଟ ଜିଲ୍ଲାରେ ଦେଖିବାକୁ ମିଳେ। କୋରାପୁଟ ଜିଲ୍ଲାର ମୃତ୍ତିକାରେ ଏହା ସମ୍ଭବ ବୋଲି ଜିଲ୍ଲା କୃଷିବିଭାଗ ଓ କୃଷି ବିଶେଷଞ ମାନେ କହିଛନ୍ତି। ଏଠାକାର ପାଣିପାଗ ଓ ଜଳବାୟୁ ଏଥି ପାଇଁ ଅନୁକୁଳ ବୋଲି କହିଛନ୍ତି କୃଷି ବିଶେଷଜ୍ଞ। ଜିଲ୍ଲାର କୋରାପୁଟ, ଜୟପୁର, ବୋରିଗୁମ୍ମା, କୋଟପାଡ଼, ବୈପାରୀଗୁଡ଼ା ଓ କୁନ୍ଦ୍ରା ବ୍ଲକରେ ଅଧିକା ଏଭଳି ଦେଖିବାକୁ ମିଳୁଛି। ଏକା ପ୍ଲଟ ବା ମୌଜାରେ ଧାନ ସହ, ମାଣ୍ଡିଆ, ପନିପରିବା ଆଦି ବି ଚାଷ କରାଯାଉଥିବା ଦେଖିବାକୁ ପୂର୍ବରୁ ମିଳୁଥିଲା। 

Advertisment

ବିରଳ ଭାବେ ଏକାସ୍ଥାନରେ ଧାନ ଚାଷ ସହ ମକା, ଆଖୁ ଓ ପନିପରିବା ଚାଷ କରାଯିବା ବୋରିଗୁମ୍ମା, କୋଟପାଡ଼ ଓ ଜୟପୁର ବ୍ଲକ ଅଂଚଳରେ କରୁଥିବା ଦେଖିବାକୁ ମିଳିଛି। ତେବେ ଚାଷୀ ମାନେ କେଉଁ ଚାଷ ଅଧିକା କରିବେ ଏବଂ କାହାକୁ କମ୍ କରିବେ ଦ୍ବନ୍ଦରେ ରହିଥିବା କିଛି ଚାଷୀ କହିଛନ୍ତି। 

ଜିଲ୍ଲାରେ ଏହି ଖରିଫ ଋତୁରେ ଧାନ ୮୫ହଜାର ୨୦୦ହେକ୍ଟର ଓ ମକା, ଆଖୁ, ପନିପରିବା, ମାଣ୍ଡିଆ ଆଦି ମିଲେଟ, ଡାଲି ଓ ତୈଳବୀଜ ଜାତୀୟ ୧ଲକ୍ଷ ୮୪ହଜାର ୧୩୦ହେକ୍ଟର ଏଭଳି ୨ଲକ୍ଷ ୯୬ହଜାର ୩୩୦ହେକ୍ଟର ଚାଷ ହେଉଛି। ଖାସ୍ କରି ଡଙ୍ଗର ଜମି ଗୁଡିକରେ କିମ୍ବା ନଦୀ ଓ ନାଳ ପାର୍ଶ୍ବରେ ଥିବା ଜମି ଗୁଡିକରେ ପୂର୍ବରୁ ଆଖୁଚାଷ କରାଯାଉଥିଲା। ସେହିପରି ମକା ଚାଷ ଓ ପନିପରିବା ଚାଷ କେବଳ ଡଙ୍ଗର ଜମିରେ କରାଯାଉଥିଲା। ଧାନ ଚାଷ ଡଙ୍ଗର ଜମି ସହ ଅନ୍ୟ ଜମିରେ କରାଯାଉଥିଲା।

ତେବେ ବୋରିଗୁମ୍ମା ବ୍ଲକର ଆଉଁଳି, ପରସଲା, ଡେଙ୍ଗପଦର, ବଙ୍ଗଳାଗୁଡା, କୋଟପାଡ଼ ବ୍ଲକର ଗିର୍ଲ୍ଲା ପଂଚାୟତର ବିଭିନ୍ନ ଗାଁର ଚାଷୀମାନେ ଗଭୀର ଜମି ସହ ଇନ୍ଦ୍ରାବତୀ ନଦୀ, ଇନ୍ଦ୍ରାବତୀ ନଦୀରୁ ବାହାରିଥିବା ନାଳ, ଜଁଅରା ନାଳ ପାର୍ଶ୍ବରେ ରହିଥିବା ଜମିରେ ଏକା ସ୍ଥାନରେ ଧାନ, ମକା, ଆଖୁ, ଓ ପନିପରିବା ଏଭଳି  ୪ଟି ଲେଖାଏଁ ଚାଷ କରିଥିବା ଦେଖିବାକୁ ମିଳିଛି। ଯଦିଓ ଏପରି ଏକା ସ୍ଥାନରେ ଚାଷ କରିବା ବିରଳ। ତେବେ ଚାଷୀ କେଉଁ ଚାଷକୁ ପ୍ରମୁଖତା ‌ଦେବେ ଓକାହାକୁ ଦ୍ବିତୀୟ, ତୃତୀୟ ସ୍ଥାନରେ ରଖିବେ କିଛି ନିର୍ଣ୍ଣୟ କରି ପାରୁନଥିବା କହିଛନ୍ତି ଚାଷୀ ମଙ୍ଗଳସାଇ ପୁଜାରୀ, ଗୁଣନିଧି ପୁଜାରୀ, ସନସାଇ ଭତ୍ରା। ଉକ୍ତ ଅଂଚଳର କୃଷି ବିଭାଗର କର୍ମଚାରୀ ମାନେ ଚାଷୀଙ୍କୁ ଜମିର ମୃତ୍ତିକାର ଉର୍ବରତାକୁ ଯାଂଚ କରି କେଉଁ ଜମିରେ କେଉଁ ଚାଷ କରିବା ଆବଶ୍ୟକ ସେ ନେଇ ସଚେତନତା ସୃଷ୍ଟି କରିବା ଆବଶ୍ୟକ‌ ବୋଲି ବହୁଚାଷୀ କହିଛନ୍ତି।