ହିସାର: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଲାଗି ରହିଥିବା ବେଳେ, ପାକିସ୍ତାନ ହରିୟାଣାର ହିସାର ଆଡ଼କୁ ଫତହ-୨ କ୍ଷେପଣାସ୍ତ୍ର(ବାଲାଷ୍ଟିକ୍ ମିସାଇଲ୍) ନିକ୍ଷେପ କରିଥିବାର ସୂଚନା ରହିଛି। ସୂଚନା ଅନୁସାରେ ହରିୟାଣାର ସିର୍ସାରେ ବାଲାଷ୍ଟିକ୍ ମିସାଇଲ୍ କ୍ଷେପଣାସ୍ତ୍ରକୁ ପ୍ରତିରୋଧ କରାଯାଇଥିଲା। ଏହାକୁ ସେଠାରେ ଭାରତୀୟ ସେନାବାହିନୀର ସୁରକ୍ଷା କର୍ମୀମାନେ ତଳକୁ ଖସାଇଦେଇଥିଲେ।
ଫତହ-୨ କ୍ଷେପଣାସ୍ତ୍ରର ପରିସର ପ୍ରାୟ ୪୦୦ କିଲୋମିଟର। ଏହା ସକ୍ରିୟ ହେଲେ ୪୦୦ କିଲୋମିଟର ଯାଏ କ୍ଷତି କରିବ। ଫତହ-୨ ରକେଟ୍ ୩୬୫ କିଲୋଗ୍ରାମ ଓଜନର ଯୁଦ୍ଧାସ୍ତ୍ର ନେଇ ଗତିପାରିବ। ଏଣୁ ଏଭଳି ବାଲାଷ୍ଟିକ୍ ମିସାଇଲ୍ କୁ ଭାରତୀୟ ସେନାବାହିନୀର ସୈନିକମାନେ ନିଷ୍କ୍ରିୟ କରିବା ଭାରତର ଏକ ବଡ଼ ସଫଳତା ଓ ଭାରତୀୟମାନଙ୍କ ପାଇଁ ଆଶ୍ବସ୍ତିକର ଖବର। ଏଣେ ପାକିସ୍ତାନର ଇସଲାମାବାଦ, ରାୱଲପିଣ୍ଡି, ସିଆଲକୋଟ, ଲାହୋର ଏବଂ ପେଶାୱର ଉପରେ ଏକାଧିକ ଭାରତୀୟ ଡ୍ରୋନ ଉଡ଼ିଥିବାର ସୂଚନା ମିଳିଛି।
ଫତହ-୨ କ୍ଷେପଣାସ୍ତ୍ରର ପରିସର ପ୍ରାୟ ୪୦୦ କିଲୋମିଟର। ଏହା ସକ୍ରିୟ ହେଲେ ୪୦୦ କିଲୋମିଟର ଯାଏ କ୍ଷତି କରିବ। ଫତହ-୨ ରକେଟ୍ ୩୬୫ କିଲୋଗ୍ରାମ ଓଜନର ଯୁଦ୍ଧାସ୍ତ୍ର ନେଇ ଗତିପାରିବ। ଏଣୁ ଏଭଳି ବାଲାଷ୍ଟିକ୍ ମିସାଇଲ୍ କୁ ଭାରତୀୟ ସେନାବାହିନୀର ସୈନିକମାନେ ନିଷ୍କ୍ରିୟ କରିବା ଭାରତର ଏକ ବଡ଼ ସଫଳତା ଓ ଭାରତୀୟମାନଙ୍କ ପାଇଁ ଆଶ୍ବସ୍ତିକର ଖବର।
ଏଣେ ପାକିସ୍ତାନର ଇସଲାମାବାଦ, ରାୱଲପିଣ୍ଡି, ସିଆଲକୋଟ, ଲାହୋର ଏବଂ ପେଶାୱର ଉପରେ ଏକାଧିକ ଭାରତୀୟ ଡ୍ରୋନ ଉଡ଼ିଥିବାର ସୂଚନା ମିଳିଛି।