ମୈଦଲପୁର: ପଞ୍ଚାୟତ ଗଠନର ଦୀର୍ଘ ଆଠ ବର୍ଷ ବିତିଛି। କିନ୍ତୁ ସରକାର ନିଜସ୍ବ ଗୃହ ନିର୍ମାଣ କରିପାରି ନାହାନ୍ତି। ପଞ୍ଚାୟତ କାର୍ଯ୍ୟାଳୟ ପରିଚାଳନା ପାଇଁ ଆଶ୍ରମ ବିଦ୍ୟାଳୟର ଆଶ୍ରୟ ନେଇଛନ୍ତି। ବିଗତ ସରକାର ପଞ୍ଚାୟତ ଗଠନ କରିବାର ମୁଖ୍ୟ ଭୂମିକା ରହିଥିଲା। କିନ୍ତୁ ଗୃହ ନିର୍ମାଣ କରିବାକୁ ଭୁଲି ଯାଇଥିଲେ। ନୂଆ ସରକାର ମଧ୍ୟ ସମସ୍ୟାର ସମାଧାନ ପାଇଁ ଆବଶ୍ୟକ ପଦକ୍ଷେପ ନେଇ ନଥିବା ସ୍ଥାନୀୟ ଲୋକେ ଅଭିଯୋଗ ଆଣିଛନ୍ତି।
ବର୍ତ୍ତମାନର ସରକାରଙ୍କୁ ଆଶା ଓ ଭରସା କରି ନୂତନ ଭାବେ ପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣ କରିଵାକୁ ଦାବି କରିଛନ୍ତି ପଞ୍ଚାୟତବାସୀ। ପଞ୍ଚାୟତ ଗଠନର ଦୀର୍ଘଦିନ ବିତିଯାଇଥିଲେ ମଧ୍ୟ ନିଜର ଗୃହ ନ ଥିବାବେଳେ ବିଦ୍ୟାଳୟର ଆଶ୍ରମ ଠାରେ ପଞ୍ଚାୟତ କାର୍ଯ୍ୟ ଚାଲିଛି। ଫଳରେ ପଞ୍ଚାୟତବାସୀ ଅସୁବିଧାର ସମ୍ମୁଖୀନ ହୋଉଥିବା ବେଳେ କାର୍ଯ୍ୟାଳୟର ଅଧିକାରୀମାନେ ମଧ୍ୟ ଅସୁବିଧାର ସମ୍ମୁଖୀନ ଭୋଗୁଛନ୍ତି। ଏହାର ସମାଧାନ ପାଇଁ ସରକାରଙ୍କୁ ନିବେଦନ କରିଛନ୍ତି ପଞ୍ଚାୟତବାସୀ।
ନବରଙ୍ଗପୁରଜିଲ୍ଲା ପାପଡ଼ାହାଣ୍ଡି ବ୍ଲକ ଗାଦବାକୋତ୍ରା ପଞ୍ଚାୟତରେ ଏଭଳି ଦୃଶ୍ୟ। ଆଠ ବର୍ଷ ତଳେ ମୈଦଲପୁର ପଞ୍ଚାୟତକୁ ଭାଗ କରି ନୂତନ ପଞ୍ଚାୟତ ଭାବେ ୧୧ ଗୋଟି ୱାର୍ଡକୁ ନେଇ ଗଠନ କରାଗଲା। ନୂତନ ପଞ୍ଚାୟତ ଗଠନ ହେବା ପରେ ଅଞ୍ଚଳବାସୀଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିଥିଲା। ନିକଟରେ ପଞ୍ଚାୟତ କାର୍ଯ୍ୟାଳୟ ରହିବ, ସୁବିଧାରେ ଲୋକେ ଉପକୃତ ହେବେ ବୋଲି ପଞ୍ଚାୟତବାସୀଙ୍କ ଏପରି ସ୍ୱପ୍ନ ଥିଲା। କିନ୍ତୁ ଏକ ବିଦ୍ୟାଳୟର ଆଶ୍ରମ ଘରେ ପଞ୍ଚାୟତ କାର୍ଯ୍ୟାଳୟ ଚାଲୁଥିବା ନେଇ ଦୁଃଖ ପ୍ରକାଶ କରିଛନ୍ତି ଗ୍ରାମବାସୀ।
ଗାଦବାକୋତ୍ରା ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ପ୍ରାୟ ୮ କିମି ଦୂରରେ ଜଙ୍ଗଲ ମଧ୍ୟରେ ରହିଛି ପ୍ରାୟ ଗାଁ। ଚାଉଳ, ଭତ୍ତା ନେବାକୁ ଏଠାକୁ ଆସନ୍ତି। ଚାଉଳ ପାଇଁ ଗୋଦାମ ଗୃହ ନାହିଁ ଯାହାକି ଏହା ମଧ୍ୟ ଅସୁବିଧା ହୋଉଥିବା ସରପଞ୍ଚ କହିଛନ୍ତି। ଶିକ୍ଷା ବିଭାଗ ଯଦି ଆଶ୍ରମ ବିଦ୍ୟାଳୟ ନେଇଯିବେ ତେବେ କାର୍ଯ୍ୟାଳୟ କୋଉଠି ଚାଲିବ ବୋଲି ପ୍ରଶ୍ନ କରିଛନ୍ତି ଲୋକେ? ଅନ୍ୟପଟରେ ବିଦ୍ୟାଳୟ ଆଶ୍ରମରେ ପଞ୍ଚାୟତ କାର୍ଯ୍ୟାଳୟ ପରିଚାଳିତ ହେଉଥିବାରୁ ଶୈକ୍ଷିକ ବାତାବରଣ ଉପରେ ମଧ୍ୟ ପ୍ରଭାବ ପଡୁଛି।
Nabarangpur
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/08/21/panchayat-2025-08-21-20-17-43.jpg)