କୋରାପୁଟ: କୋରାପୁଟ ଜିଲ୍ଲାର ବିକାଶର ମଙ୍ଗ ଧରିବ ପର୍ଯ୍ୟଟନ, କୃଷି ଉଦ୍ୟୋଗ ଶିଳ୍ପ। ଏହାର ଅୟମାରମ୍ଭ ହେବ କୋରାପୁଟ ସହର ଠାରୁ ମାତ୍ର ୮ କିଲୋମିଟର ଦୂରରେ କୋଲାବ ଜଳଭଣ୍ଡାର କୂଳରେ ରହିଥିବା ପଣ୍ଡିଘାଟରୁ। ଜଳଭଣ୍ଡାର ମଧ୍ୟରେ ଥିବା ୪ଟି ଟାଫୁର ସୌନ୍ଦର୍ଯ୍ୟକରଣ ସହ ଘାଟରେ ଅନୁସଙ୍ଗିକ ଭିତ୍ତିଭୂମିର ବିକାଶ ସହ ଜଳକ୍ରୀଡା, ବୋଟିଂ ଆଦିର ବ୍ୟବସ୍ଥା କରାଯିବାକୁ କରାଯାଇଛି ଡିପିଆର। ୧୦କୋଟିର ଡିପିଆରକୁ ଜିଲ୍ଲାପ୍ରଶାସନ ଅନୁମୋଦନ କରି ରାଜ୍ୟସରକାରଙ୍କ ନିକଟକୁ ପଠାଇଥିଲା। ରାଜ୍ୟସରକାର ବି ଅନୁମୋଦନ କରିଥିବା ବେଳେ ଅଳ୍ପ କିଛି ଦିନ ମଧ୍ୟରେ ଅନୁଦାନ ବି ଜିଲ୍ଲାପ୍ରଶାସନ ପାଇବ ବୋଲି କହିଛନ୍ତି ଜିଲ୍ଲାପାଳ ଭି.କୀର୍ତ୍ତିୱାସନ୍।
କୋରାପୁଟର ପ୍ରାକୃତିକ ବିଭବ, ଆଦିବାସୀ ପରମ୍ପରା, ଲୋକକଳା, ନୃତ୍ୟ ନିଆରା। ସେହିପରି କୋରାପୁଟ କଫି, କଳାଜିରାଧାନ, ମାଣ୍ଡିଆ, ସୁଆଁ, କାଙ୍ଗୁ, ହଳଦୀ, ଲେମନଗ୍ରାସ୍ ତେଲ, ହଳଦୀ ସାବୁନ ଆଦି ଖାଦ୍ୟପେୟ, ହସ୍ତତନ୍ତ କୋଟପାଡ ମିର୍ଗାନୀ ଶାଢ଼ି, ଲମତାପୁଟ କେରଙ୍ଗ ଲୁଗା, ଆଦି କୋରାପୁଟକୁ ବିଶ୍ବଦରବାରରେ ପହଚାଂଇଛି। ଏଠାରେ ଥିବା ପ୍ରାକୃତିକ ପର୍ଯ୍ୟଟନସ୍ଥଳୀ ବି ଅନ୍ୟ କେଉଁ ଜିଲ୍ଲାରେ ଦେଖିବାକୁ ମିଳିବନି। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାପ୍ରଶାସନ କୋରାପୁଟ କଫି, କଳାଜିରା ଧାନ, ମାଣ୍ଡିଆ, ସୁଆଁ ଆଦି ଖାଦ୍ୟ ସହ ପର୍ଯ୍ୟଟନସ୍ଥଳୀକୁ ଯୋଡି ବ୍ରାଣ୍ଡିଂ କରି ପର୍ଯ୍ୟଟନଶିଳ୍ପର ବିକାଶ କରିବାକୁ ଯୋଜନା କରିଛି। କୋଲାବ ଜଳଭଣ୍ଡାର କୂଳରେ ରହିଥିବା ପଣ୍ଡି ଘାଟରେ ଏହି ଯୋଜନାକୁ ସଫଳ ରୁପାୟନ କରାଯିବାକୁ ଯୋଜନା କରିଛି ଜିଲ୍ଲାପ୍ରଶାସନ।
୧୦କୋଟିର ଡିପିଆରକୁ ରାଜ୍ୟ ସରକାର ଅନୁମୋଦନ କରି ଅନୁଦାନ ଦେବା ପରେ ଆରମ୍ଭ ହେବ ପ୍ରକ୍ରିୟା ବୋଲି କହିଛନ୍ତି ଜିଲ୍ଲାପାଳ। ପଣ୍ଡିଘାଟର ସମ୍ପୁର୍ଣ୍ଣ ସୌନ୍ଦର୍ଯ୍ୟକରଣ , ଆଲୋକୀକରଣ, ରାସ୍ତା, ପାର୍କିଂ, ବୋଟିଂ ଓ ଜଳକ୍ରୀଡାର ବ୍ୟବସ୍ଥା କରାଯିବ। ୧୦ରୁ ୧୨ଜଣ ଏକା ସହ ବସିକି ଜଳଭଣ୍ଡାରର ମଜା ନେବା ପାଇଁ ବୋଟ ପକାଯିବ।
/sambad/media/media_files/2025/02/12/pandighat1.jpg)
ସେଭଳି ଜଳକ୍ରୀଡା କରିବା ପାଇଁ ଛୋଟ ବଡ ମୋଟର ଚାଳିତ ଡଙ୍ଗା, ଜଳକ୍ରୀଡା ବାଇକ୍ ଆଦି ବି ରଖାଯିବାର ଯୋଜନା ରହିଛି। ଟାପୁ ଗୁଡିକର ବିକାଶ କରାଯିବ। ସେଠାକୁ ଲୋକେ ବୁଲି ଯାଇ ପ୍ରାକୃତିକ ବିଭବର ମଜା ନେଇ ପାରିବେ। ଏହା ସାଙ୍ଗକୁ ଘାଟକୁ ଲାଗିକି ରହିଛି ୧୦୦ ଏକର ଜମି। ଏହି ଜମିକୁ ଇଡ କୋକୁ ଇଣ୍ଡିଷ୍ଟ୍ରିଆଲ୍ ଇଷ୍ଟେଟ କରିବାକୁ ଲିଜ୍ରେ ଦିଆଯାଇଛି।
ଇଡକୋ ଏଠାରେ କୃଷି ଉଦ୍ୟୋଗ, ହୋଟେଲ, ହସ୍ତତନ୍ତ, କୋରାପୁଟ କଫି ,ମାଣ୍ଡିଆ ସହ କ୍ଷୁଦ୍ର ଶସ୍ୟ ବିକ୍ରୀ ବଟାର ବଜାର ପ୍ରସ୍ତୁତ କରିବେ। ଯେଉଁ ଉଦ୍ୟୋଗୀ ମାନେ ହୋଟେଲରୁ ଆରମ୍ଭ କରି କୃଷି ଉଦ୍ୟୋଗ, ହସ୍ତତନ୍ତର ବିକ୍ରୀବଟା କରିବାକୁ ଏଠାରେ ଏସବୁ ଖୋଲିବାକୁ ଚାହିଁବେ ଜିଲ୍ଲାପ୍ରଶାସନ ପକ୍ଷରୁ ସମ୍ପୁର୍ଣ୍ଣ ରୁପେ ସହଯୋଗ ଯୋଗାଇ ଦିଆଯିବ। ଏସବୁ କରିବା ପାଇଁ ରାଜ୍ୟସରକାର ବି ସବସିଡି ବି ଯୋଗାଇବ। ପ୍ରସ୍ତାବର ଅନୁଦାନ ଆସିବା ମାତ୍ରକେ ଏହି ପ୍ରସ୍ତାବିତ କାମ ଆରମ୍ଭ ହେବ। ବର୍ଷକ ମଧ୍ୟରେ ପଣ୍ଡିଘାଟର ସମ୍ପୁର୍ଣ୍ଣ ପରିବର୍ତ୍ତନ କରାଯିବ। ଏହା ସାଙ୍ଗକୁ ଜିଲ୍ଲାର ଅନ୍ୟ ପର୍ଯ୍ୟଟନସ୍ଥଳୀକୁ ବିଭିନ୍ନ ବର୍ଗର କରିଡର କରାଯାଇ କୋରାପୁଟକୁ ରାଜ୍ୟର ପ୍ରମୁଖ୍ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/02/12/pandighat.jpg)