ରାଉରକେଲା: ଉପକନିଷ୍ଠ ବାଳିକା ରାଜ୍ୟ ହକି ପ୍ରତିଯୋଗିତାକୁ ପାନପୋଷ କ୍ରୀଡ଼ା ଛାତ୍ରାବାସ ଜିତିନେଇଛି। ଶୁକ୍ରବାର ଅପରାହ୍ନରେ ବିର୍ସା ମୁଣ୍ଡା ଷ୍ଟାଡିୟମରେ ପାନପୋଷ କ୍ରୀଡ଼ା ଛାତ୍ରାବାସ ଓ ସୁନ୍ଦରଗଡ଼ କ୍ରୀଡ଼ା ଛାତ୍ରାବାସ ମଧ୍ୟରେ ଖେଳାଯାଇଥିବା ଫାଇନାଲ ମ୍ୟାଚ୍ ବେଶ୍ ସଂଘର୍ଷପୂର୍ଣ୍ଣ ହୋଇଥିଲା। ମ୍ୟାଚ୍ ଆରମ୍ଭରୁ ଉଭୟ ଦଳ ଆକ୍ରାମଣାତ୍ମକ ଶୈଳୀ ଆପଣେଇଥିଲେ।
କେହିକାହାରିକୁ ଗୋଲ୍ଦେବାରେ ସଫଳ ହୋଇନଥିଲେ। ଉଭୟ ଦଳକୁ ଏକାଧିକ ସୁଯୋଗ ମିଳିଥିଲେ ମଧ୍ୟ ତାକୁ ଗୋଲ୍ରେ ପରିବର୍ତ୍ତନ କରିପାରିନଥିଲେ। ମ୍ୟାଚ୍ ଗୋଲ୍ଶୂନ୍ୟ ରହିବାରୁ ସୁଟ୍ଆଉଟ୍ର ସହାୟତା ନିଆଯାଇଥିଲା। ଏଥିରେ କିନ୍ତୁ ପାନପୋଷ କ୍ରୀଡ଼ା ଛାତ୍ରାବାସ ୨-୧ ଗୋଲରେ ବାଜିମାରିନେଇଥିଲା।
ସୁଟ୍ଆଉଟ୍ରେ ପାନପୋଷ କ୍ରୀଡ଼ା ଛାତ୍ରାବାସର ଅଧିନାୟିକା ଖୁସବୁ କୁଜୁର ଓ ପ୍ରିନସେସ୍ ପ୍ରୀୟା ଏକ୍କା ଗୋଟିଏ ଲେଖାଏ ଗୋଲ୍ ଦେଇଥିବାବେଳେ ସୁନ୍ଦରଗଡ଼ କ୍ରୀଡ଼ା ଛାତ୍ରାବାସରେ ଜ୍ୟୋତ୍ସ୍ନା ଏକ୍କା ଗୋଟିଏ ଗୋଲ୍କରିଥିଲେ। ଗାଙ୍ଗପୁର ହକି ଆସୋସିଏସନକୁ ୫-୦ ଗୋଲରେ ପରାସ୍ତକରି ସୁନ୍ଦରଗଡ଼ ଦଳ ତୃତୀୟ ସ୍ଥାନରେ ରହିଛି।
ପ୍ରତିଯୋଗିତାର ଶ୍ରେଷ୍ଠଖେଳାଳିଭାବେ ପାନପୋଷ କ୍ରୀଡ଼ା ଛାତ୍ରାବାସର ପ୍ରିୟଙ୍କା ବାଗେ, ଶ୍ରେଷ୍ଠ ଗୋଲ୍ରକ୍ଷକ ପ୍ରୀୟାଂଶୀ ମିଞ୍ଜ, ଶ୍ରେଷ୍ଠ ଡିଫେଣ୍ଡର କିରଣ ଏକ୍କା(ସୁନ୍ଦରଗଡ଼ କ୍ରୀଡ଼ା ଛାତ୍ରାବାସ), ମିଡ୍ଫିଲ୍ଡର ସୁସ୍ମିତା ସିଂହ(ଗାଙ୍ଗପୁର ହକି ଆସୋସିଏସନ), ଶ୍ରେଷ୍ଠ ଫର୍ୱାର୍ଡ୍ ପ୍ରିୟଙ୍କା ମିଞ୍ଜ(ସୁନ୍ଦରଗଡ଼) ପୁରୁସ୍କୃତ ହୋଇଛନ୍ତି। ପୁରସ୍କାର ବିତରଣୀ ଉତ୍ସବରେ ସ୍ବତନ୍ତ୍ର ଅତିଥି ରାଉରକେଲା ତହସିଲଦାର ନିବେଦିତା ପ୍ରଧାନ, ମହିଳା ଦଳର କୋଚ୍ ବନ୍ଦନା ଉଇକି, କ୍ରୀଡ଼ା ବିଭାଗର ଉପ-ନିର୍ଦ୍ଦେଶକ ସୁଦୀପ୍ତ ନାୟକ, ବିପିୟୁଟିର ବିତ୍ତଅଧିକାରୀ ସେବତୀ ଡନସନା, ଓଡ଼ିଶା ହକି ସଂଘର ସନାତନ ସାହୁ ପ୍ରମୁଖ ଉପସ୍ଥିତଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/BPwOm3hYTDJm2QRbJbtk.jpeg)