କାଶୀନଗର: ଗଜପତିଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ ଅଲଡ଼ା ଗ୍ରାମ ମଧ୍ୟରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆଜି ଗ୍ରାମବାସୀ ତଥା ଅଭିଭାବକମାନେ ଶିକ୍ଷକମାନେ କମ ଥିବାରୁ ପାଠ ପଢା ଠିକ ହେଉ ନ ଥିବା ଅଭିଯୋଗ ଆଣି ଧାରଣା ଦେଇଥିଲେ। ବିଦ୍ୟାଳୟ ମଧ୍ୟରେ ଶୈକ୍ଷିକ ବାତାବରଣ ନ ଥିବାରୁ ବିଦ୍ୟାଳୟ ଫାଟକରେ ଚାବି ପକାଇଛନ୍ତି।
ପିଟିଏ ସଭାପତି ଧନଞ୍ଜୟ ପ୍ରଧାନ ଓ ପ୍ରଧାନ ଶିକ୍ଷକ କେ. ଜୀବରତ୍ନମ ଙ୍କ କହିବା ଅନୁଯାଇ ବିଦ୍ୟାଳୟ ମଧ୍ୟରେ ନଅ ଗୋଟି ଶ୍ରେଣୀ କକ୍ଷ ମଧରେ ୧୬୮ ଜଣ ଛାତ୍ର ଛାତ୍ରୀ ପଢୁଛନ୍ତି। ସେମାନଙ୍କୁ ପଢ଼ାଇବା ପାଇଁ ପାଞ୍ଚ ଜଣ ଶିକ୍ଷକ ଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ପ୍ରଧାନ ଶିକ୍ଷକ, ଜଣେ ଡେପୁଟେସନରେ ଆସିଥିବା ବେଳେ ଦୁଇ ଜଣକୁ ବି.ଏଲ.ଓ କାମରେ ନିୟୋଜିତ କରାଯାଇଛି।
ଶିକ୍ଷକ କମ ଥିବା ବାରମ୍ବାର ଗ୍ରାମବାସୀ ଓ ଅଭିଭାବକମାନେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିରରେ ଜଣେଇ ଲେ ବି କୌଣସି ଫଳ ପ୍ରଦ ନ ହେବାରୁ ବାଧ୍ୟ ହୋଇ ଫଟକରେ ଚାବି ପକାଇ ଛନ୍ତି ବୋଲି କହିଛନ୍ତି।
ଯଦି ସ୍ଥାନୀୟ ପ୍ରଶାସନ କିଂବା ଶିକ୍ଷା ବିଭାଗ ଏହି ବିଦ୍ୟାଳୟକୁ ଶିକ୍ଷକ ଯୋଗେଇ ସମାଧାନ ନ କରନ୍ତି ତା ହେଲେ ଧାରଣାକୁ ଆହୁରି ତୀବ୍ର କରାଯିବ ବୋଲି ଧମକ ମଧ୍ୟ ଦେଇଛନ୍ତି। ସେହିପରି ସେହି ଗ୍ରାମରେ ଥିବା ଅନ୍ୟ ଏକ ପ୍ରାଥମିକ ବିଦ୍ୟାଳୟ ମଧ୍ୟରେ ମଧ୍ୟ ଶିକ୍ଷକ ଅଭାବ ଥିବା ସେଠାକାର ପ୍ରଧାନ ଶିକ୍ଷକ ଅଭିମନ୍ୟୁ ପ୍ରଧାନ ଜଣେଇଛନ୍ତି।
Gajapati ଗଜପତି | Leading | ରାଜ୍ୟ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/09/10/kashinagar-2025-09-10-16-11-14.jpg)