ଜଗନ୍ନାଥପ୍ରସାଦ: ଗଂଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଛାମୁଣ୍ଡା-ଚୋପରା ବ୍ରିଜ୍ ବୁଲାଣି ନିକଟରେ ଆଜି ସକାଳ ୭ଟାରେ ଏକ ଘରୋଇ ବସ୍ ଓ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍ ଚାଳକ ପ୍ରାଣ ହରାଇଛନ୍ତି। ମୃତକଜଣକ ହେଉଛନ୍ତି, ଛାମୁଣ୍ଡା ଗ୍ରାମର ମହେନ୍ଦ୍ର ପ୍ରଧାନ (୪୧)l ସେ ବାଇକ୍ରେ ଜଗନ୍ନାଥପ୍ରସାଦ ଆସି ଫେରୁଥିବା ସମୟରେ ବ୍ରହ୍ମପୁର ଅଭିମୁଖେ ଯାଉଥିବା ବସ୍ (ରଘୁନାଥ) ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଗୁରୁତର ଅବସ୍ଥାରେ ମହେନ୍ଦ୍ରଙ୍କୁ ଜଗନ୍ନାଥପ୍ରସାଦ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲେ ହେଁ, ଡାକ୍ତର ମୃତ ଘୋଷଣା କରିଥିଲେ।
ଏନେଇ କେସ୍ ନମ୍ବର ୪୪୨/୨୪ରେ ମାମଲା ରୁଜୁ ହୋଇଥିବା ବେଳେ ବସ୍ ଚାଳକ ଆତ୍ମସମର୍ପଣ କରିଥିବା ଜଣାପଡ଼ିଛି। ଶବ ବ୍ୟବଚ୍ଛେଦ ପରେ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଥିବା ତଦନ୍ତ ଅଧିକାରୀ ପ୍ରକାଶ କୁମାର ସୁବୁଦ୍ଧି ସୂଚନା ଦେଇଛନ୍ତିl
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)