ଭୁବନେଶ୍ୱର: ଆଜି ପୁଣି ରାଜଧାନୀରେ ପଥୋତ୍ସବ ଆୟୋଜିତ ହୋଇଛି। ଜାଗମରାରେ ଆୟାଜିତ ହେଉଛି ପଥୋତ୍ସବ। ରାଜଧାନୀବାସୀ ଦ୍ବିତୀୟ ଥର ଲାଗି ଏବର୍ଷ ପଥୋତ୍ସବର ମଜା ଉଠାଉଛନ୍ତି। ପିଲାଠାରୁ ବୟସ୍କଙ୍କ ଯାଏ ସମସ୍ତେ ଏଥିରେ ସାମିଲ ହୋଇଛନ୍ତି।
ଶୀତୁଆ ସକାଳ। ରାସ୍ତାରୁ କୁହୁଡ଼ି ଛାଡ଼ିନଥିଲା। ହେଲେ କେଉଁଠି ସମ୍ବଲପୁରୀ ତ’ କେଉଁଠି ଆଧୁନିକ, ଆଉ କେଉଁଠି ଫ୍ୟୁଜନ୍ ଡ୍ୟାନ୍ସରେ ମସଗୁଲ୍ ଅଛନ୍ତି ସମସ୍ତେ। ମଞ୍ଚରେ କଳାକାରମାନେ ନାଚ ଗୀତ କରି ତଳେ ଥିବା ଦର୍ଶକଙ୍କୁ ନଚାଉଥିଲେ। ରାସ୍ତା ଉପରେ ଚିତ୍ରାଙ୍କନ, ନାଚ, ଗୀତ, ସ୍କେଟିଂ, ଇନଡୋର୍ ଗେମ୍ କରି ମଜା ମସ୍ତିରେ ସମସ୍ତେ ମଜା କରୁଥିବାର ଦେଖିବାକୁ ମିଳୁଛି।
ଗତ ରବିବାର ଜନପଥରେ ସବୁ ପ୍ରତୀକ୍ଷାର ଅନ୍ତ ଘଟାଇ ଏଭଳି ଏକ ମାହୋଲ ଆଣି ଦେଇଥିଲା ପଥୋତ୍ସବ। ମାଷ୍ଟର କ୍ୟାଣ୍ଟିନ୍ରୁ ରାମ ମନ୍ଦିର ପର୍ଯ୍ୟନ୍ତ ହୋଇଥିବା ୨୫ରୁ ଊର୍ଦ୍ଧ୍ୱ କ୍ଷୁଦ୍ର ମଞ୍ଚରେ ଅନୁଷ୍ଠିତ ହୋଇଥିବା ବିଭିନ୍ନ କାର୍ଯ୍ୟକ୍ରମ ରାଜଧାନୀବାସୀଙ୍କୁ ବାନ୍ଧି ରଖିଥିଲା। ଏହାର ଉଦ୍ଘାଟନୀ ଉତ୍ସବରେ ଅତିଥି ଭାବେ ନଗର ଓ ଗୃହ ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର, ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀ, ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ସାଂସଦ ଅପରାଜିତା ଷଡ଼ଙ୍ଗୀ, ମେୟର ସୁଲୋଚନା ଦାସ, ବିଏମ୍ସି କମିସନର ରାଜେଶ ପ୍ରଭାକର ପାଟିଲ, ବିଡିଏ ଉପଧ୍ୟକ୍ଷ ଥିରୁମାଳା ନାୟକ, ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ମିହିର କୁମାର ରାଉତ ଓ ବିରଞ୍ଚି ନାରାୟଣ ମହସୂପକାର ପ୍ରମୁଖ ଯୋଗ ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/01/12/PSrOLsdvk1cRwuC0zmuO.jpg)