କଟକ: ସ୍ଥାନୀୟ ଏକ ଘରୋଇ ଡାକ୍ତରଖାନାର ୪ ମହଲାରୁ ଡେଇଁପଡି ଜଣେ ରୋଗୀଙ୍କ ମୃତ୍ୟୁ ଘଟିଛି। ଜଗତପୁରରେ ଥିବା ଏକ ଘରୋଇ ଡାକ୍ତରଖାନାର ଝରକା ଦେଇ ଜଣେ ରୋଗୀ ଡେଇଁପଡିବାରୁ ତାଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି। ମୃତକ ଜଣକ ଢେଙ୍କାନାଳର ବୋଲି ଜଣାପଡିଛି। ସେ ଯକୃତ ଜନିତ ସମସ୍ୟା ପାଇଁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ।
ତେବେ ଚିକିତ୍ସିତ ଅବସ୍ଥାରେ ସେ ଆଜି ସନ୍ଧ୍ୟାରେ ଶୌଚାଳୟ ଝରକାରୁ ଡେଇଁ ପଡି ମୃତ୍ୟୁବରଣ କରିଛନ୍ତି। ସେ କାହିଁକି ଆତ୍ମହତ୍ୟା କରିଛନ୍ତି ସେନେଇ କିଛି ସ୍ପଷ୍ଟ ସୂଚନା ମିଳିପାରିନି।
ପୁଲିସ ମୃତଦେହ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି। ଏକ ମାମଲା ରୁଜୁ କରି ଡାକ୍ତରଖାନାର କର୍ମଚାରୀ ଏବଂ ପରିବାର ଲୋକଙ୍କୁ ପଚରାଉଚରା କରୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/post_attachments/wp-content/uploads/2023/06/dead-fff.jpg)