ମାଲକାନଗିରି: ମାଲକାନଗିରି ଜିଲ୍ଲାର ଟେମୁରୁପାଲ୍ଲୀ ପଞ୍ଚାୟତର ତୁଳସୀ ପାହାଡ଼ ରାସ୍ତା ଏବେ ମରଣଯନ୍ତା ପାଲଟିଛି। ଏହି ରାସ୍ତାରେ ଯାନବାହାନରେ ଯିବା କଷ୍ଟକର ହେଉଥିବା ବେଳେ ପାଦରେ ମଧ୍ୟ ଚାଲିବା ଏବେ ବିପଦକୁ ଡାକିବା ଭଳି ହୋଇଛି। ରାସ୍ତାର ଅବସ୍ଥା ଶୋଚନୀୟ ହୋଇଥିବା ବେଳେ କାଦୁଅ ପଚପଚ ରାସ୍ତାରେ ଯିବା କଷ୍ଟସାଧ୍ୟ ହୋଇପଡିଛି।

Advertisment

ତେବେ ତୁଳସୀ ଗାଁର ମଙ୍ଗଳଦେଇ ଦୁରୁଆ କୌଣସି ଏକ ରୋଗରେ ପଡ଼ି ଗୁରୁତର ହେବାରୁ ପରିବାର ଲୋକେ ଆମ୍ବୁଲେନସ ସହ ଯୋଗାଯୋଗ କରିଥିଲେ। ତେବେ ସାଲିମି ସ୍ବାସ୍ଥ୍ୟ କେନ୍ଦ୍ରର ସ୍ବାସ୍ଥ୍ୟ କର୍ମୀ ହରେକୃଷ୍ଣ ପାତିକା ନିଜେ ପାହାଡ଼ ଚଢ଼ି କାନ୍ଧରେ ରୋଗୀକୁ ବୋହିଥିଲେ। ଦୀର୍ଘ ୫ କିଲୋମିଟର ବାଟ ଭାରରେ ବୋହି ରୋଗୀ ମଙ୍ଗଳଦେଇଙ୍କୁ ଆମ୍ବୁଲେନସ ପର୍ଯ୍ୟନ୍ତ ପହଞ୍ଚାଇଥିଲେ। କାଦୁଅ ପଚ ପଚ ରାସ୍ତାରେ ପାହାଡ଼ ଉପରୁ ଓହ୍ଲାଇବା ବହୁ କଷ୍ଟ ଥିଲା ବୋଲି ସ୍ବାସ୍ଥ୍ୟ କର୍ମୀ ଶ୍ରୀ ପାତିକା କହନ୍ତି। କିନ୍ତୁ ଠିକ ସମୟରେ ଆମ୍ବୁଲେନସ ପର୍ଯ୍ୟନ୍ତ ପହଞ୍ଚାଇ ମଙ୍ଗଳଦେଇଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇପାରିଥିବା କୁହାଯାଇଛି।

ସାଲିମି ସ୍ବାସ୍ଥ୍ୟ କେନ୍ଦ୍ରର ସ୍ବାସ୍ଥ୍ୟ କର୍ମୀ ହରେକୃଷ୍ଣ ପାତିକା ନିଜେ ପାହାଡ଼ ଚଢ଼ି କାନ୍ଧରେ ରୋଗୀକୁ ବୋହିଥିଲେ। ଦୀର୍ଘ ୫ କିଲୋମିଟର ବାଟ ଭାରରେ ବୋହି ରୋଗୀ ମଙ୍ଗଳଦେଇଙ୍କୁ ଆମ୍ବୁଲେନସ ପର୍ଯ୍ୟନ୍ତ ପହଞ୍ଚାଇଥିଲେ। କାଦୁଅ ପଚ ପଚ ରାସ୍ତାରେ ପାହାଡ଼ ଉପରୁ ଓହ୍ଲାଇବା ବହୁ କଷ୍ଟ ଥିଲା ବୋଲି ସ୍ବାସ୍ଥ୍ୟ କର୍ମୀ ଶ୍ରୀ ପାତିକା କହନ୍ତି।

ଏବେ ମଙ୍ଗଳଦେଇ ଚିକିତ୍ସା ପରେ ସୁସ୍ଥ ହେଉଥିବା ଡାକ୍ତର କହିଛନ୍ତି। ତେବେ ସ୍ବାସ୍ଥ୍ୟ କର୍ମୀ ଶ୍ରୀ ପାତିକା ଏହି ଦୁର୍ଗମ ଲୋକଙ୍କ ପାଇଁ ଦେବଦୂତ ସାଜିରେ ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ବର୍ଷା ଦିନ ହେଲେ ଏହି ଗୋଟିଏ ରାସ୍ତା ନୁହେଁ ବରଂ ଦୁର୍ଗମ ଅଂଚଳର ଏଭଳି ବହୁ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡିଥିବାରୁ ଗାଁକୁ ଆମ୍ବୁଲେନସ ପହଞ୍ଚିନପାରିବାରୁ ରୋଗୀ କିମ୍ବା ଗର୍ଭବତୀଙ୍କୁ ଭାର ଓ ଖଟିଆରେ ବୁହା ହୋଇ ଆସୁଥିବା ପ୍ରାୟତଃ ଦେଖିବାକୁ ମିଳେ। ତୁରନ୍ତ ତୁଳସୀ ପାହାଡର ରାସ୍ତାକୁ ନିର୍ମାଣ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

Malkangiri | Health