ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ହେମଗିରିରେ ମର୍ମନ୍ତୁଦ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୫ ଜଣଙ୍କର ମୃତ୍ୟୁ ଘଟଣାକୁ ନେଇ କରାଯାଇଥିବା ରାସ୍ତାରୋକ ଅବଶେଷରେ ହଟିଛି। ପାଖାପାଖି ୨୪ ଘଣ୍ଟା ପରେ ରାସ୍ତାରୋକ ହଟିଛି। ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର କ୍ଷତିପୂରଣ ମିଳିବା ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିବାର ସୂଚନା ରହିଛି। ତେଣେ ଆଗାମୀ ୧୦ ତାରିଖରେ ଜିଲ୍ଲାପାଳଙ୍କ ସହ ମୃତକଙ୍କ ପରିବାର ସହ ଏକ ବୈଠକ ହେବା ନେଇ ନିଷ୍ପତ୍ତି ହୋଇଛି

Advertisment

ସୂଚନାଯୋଗ୍ୟ,ଶୁକ୍ରବାର ରାତି ପ୍ରାୟ ୨ ଟା ରୁ ୨:୩୦ ମଧ୍ୟରେ ରାସ୍ତା ଉପରେ ଛିଡା ହୋଇଥିବା ଏକ ଟ୍ରଲରକୁ ପଛ ପଟରୁ ଏକ ମାରୁତି ଭ୍ୟାନ୍ ଧକ୍କା ଦେଇଥିଲା।  ଧକ୍କା ଏତେ ଜୋର୍ ରେ ଥିଲା ଯେ ଘଟଣାସ୍ଥଳରେ ଚାଳକ ସହିତ ୫ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଗୁରୁତର ଆହତ ହୋଇଥିଲେ। ଆହତମାନଙ୍କୁ ଉଦ୍ଧାର କରି ହେମଗିରି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ଛତିଶଗଡ଼ ଚକାବାହାଲକୁ ହେମଗିରି ଥାନା କଣ୍ଡାଧୁଡ଼ା, ସମରପିଣ୍ଡା ଅଞ୍ଚଳରୁ ୧୦ ଜଣ କୀର୍ତ୍ତନ ମଣ୍ଡଳୀ ଏକ ଶ୍ରାଦ୍ଧ ଘରକୁ କୀର୍ତ୍ତନ କରିବା ପାଇଁ ଯାଇଥିଲେ ।  ପରେ ବାପାର ଶ୍ରାଦ୍ଧ ଥିଲା କୀର୍ତ୍ତନ ସରିଲା ପରେ ସମସ୍ତ କୀର୍ତ୍ତନ ମଣ୍ଡଳୀଙ୍କୁ ନିଜ ମାରୁତି ଭ୍ୟାନ୍ ପୁଅ ନିଜେ ଚଳାଇ ଘରକୁ ଆଣି ଛାଡୁଥିବା ଅବସ୍ଥାରେ ଦୁର୍ଘଟଣା ଘଟିଛି। ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି । ଉତ୍ତ୍ୟକ୍ତ ଲୋକେ ମୃତଦେହ ରଖି ରାସ୍ତାରୋକ କରିଥିଲେ।