ସୁନ୍ଦରଗଡ଼: ଖଣି ବିସ୍ଥାପିତ ଝିଅ, ଜଙ୍ଗଲ ଜମି ପଟ୍ଟାଧାରୀ ତଥା ଜମିହୀନଙ୍କ ବସୁନ୍ଧରା ପଟ୍ଟାର କ୍ଷତିପୂରଣକୁ ନାନା ଆଳରେ ପ୍ରଶାସନ, କମ୍ପାନି କ୍ଷତିପୂରଣର ଦିନ ଗଡ଼ାଇ ନେଉଥିବାରୁ ତାତିଛନ୍ତି ବିସ୍ଥାପିତ। ପୂର୍ବ ଘୋଷଣା ଅନୁସାରେ ଆଜି ସକାଳୁ ଏନଟିପିସି ଡୁଲଙ୍ଗା, ଦର୍ଲିପାଲି ତାପଜ ବିଦ୍ୟୁତ ପ୍ରକଳ୍ପ ସହ ଓସିପିଏଲ ମନୋହରପୁର କୋଇଲା ଖଣି ପ୍ରକଳ୍ପ ବନ୍ଦ କରିଛନ୍ତି। ଉଭୟ ଖଣିରେ କୋଇଲା ଉତ୍ତୋଳନ ଓ ପରିବହନ ବନ୍ଦ ରହିଛି। ତାକୁ ନେଇ ଖଣି ଅଞ୍ଚଳରେ ଉତ୍ତେଜନା ଲାଗିରହିଛି।
ଏନଟିପିସି ଡୁଲଙ୍ଗା କୋଇଲା ଖଣି ପ୍ରକଳ୍ପ ବିସ୍ଥାପିତ ପରିବାରର ୪୦ ଝିଅଙ୍କୁ ଥଇଥାନ ଓ ପୁନର୍ବାସ ନୀତି ଅନୁଯାୟୀ ସୁବିଧା ଓ କ୍ଷତିପୂରଣ ପାଇଁ ଦାବି ହୋଇଆସୁଥିବା ବେଳେ କମ୍ପାନି ଏମାନଙ୍କୁ ବିବାହିତା ଦର୍ଶାଇ କ୍ଷତିପୂରଣ ଦେବାକୁ ମନା କରି ଦେଇଥିଲା। ହେଲେ ସର୍ବେକ୍ଷଣ ସମୟରେ ତାଲିକାରେ ଥିବା ଝିଅମାନଙ୍କୁ ପରବର୍ତ୍ତୀ ସମୟରେ ଚଞ୍ଚକତା ପୂର୍ବକ ବାଦ୍ ଦିଆଯାଇଥିବା ଅଭିଯୋଗ କରି ଝିଅମାନେ ରାସ୍ତାକୁ ଓହ୍ଲାଇ ୩ ବର୍ଷ ଧରି ନ୍ୟାଯ୍ୟ ହକ୍ ମାଗି ଚାଲିଛନ୍ତି। ବହୁ ଦାବି ପରେ ତଦନ୍ତ କରି ଜିଲ୍ଲାପାଳ ବିସ୍ଥାପିତ ପରିବାରର ୪୦ ଜଣ ଝିଅଙ୍କ ପୁନର୍ବାସ ଓ ଥଇଥାନ ପାଇବାକୁ ପ୍ରସ୍ତୁତ ଯୋଗ୍ୟ ତାଲିକାକୁ ଅନୁମୋଦନ କଲେ। ଏହା ପରେ ଜିଲ୍ଲାପାଳଙ୍କ ଅନୁମୋଦନ ପତ୍ର ସହ ହେମଗିର ତହସିଲଦାର ତୁରନ୍ତ କ୍ଷତିପୂରଣ ରାଶି ଜମା କରିବାକୁ ୧୫.୭.୨୦୨୪ରେ ଏନଟିପିସି କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଲେ। ଅନୁମୋଦନର ୧୫ ଦିନ ମଧ୍ୟରେ ଝିଅମାନଙ୍କୁ ପ୍ରାପ୍ୟ ମିଳିବା କଥା। କିନ୍ତୁ ଏହା ମଧ୍ୟରେ ଆରଡିସିଙ୍କ ଅନୁମୋଦନ ନଥିବା ଦର୍ଶାଇ ଏହାକୁ ଉଭୟ ପ୍ରଶାସନ ଓ କମ୍ପାନି ଦେଖାଇ ଦିନ ଗଡ଼ାଇ ନେଉଥିବା ଅଭିଯୋଗ ରହିଛି।
ଏନଟିପିସି ଡୁଲଙ୍ଗା କୋଇଲା ଖଣି ପ୍ରକଳ୍ପ ବିସ୍ଥାପିତ ପରିବାରର ୪୦ ଝିଅଙ୍କୁ ଥଇଥାନ ଓ ପୁନର୍ବାସ ନୀତି ଅନୁଯାୟୀ ସୁବିଧା ଓ କ୍ଷତିପୂରଣ ପାଇଁ ଦାବି ହୋଇଆସୁଥିବା ବେଳେ କମ୍ପାନି ଏମାନଙ୍କୁ ବିବାହିତା ଦର୍ଶାଇ କ୍ଷତିପୂରଣ ଦେବାକୁ ମନା କରି ଦେଇଥିଲା। ହେଲେ ସର୍ବେକ୍ଷଣ ସମୟରେ ତାଲିକାରେ ଥିବା ଝିଅମାନଙ୍କୁ ପରବର୍ତ୍ତୀ ସମୟରେ ଚଞ୍ଚକତା ପୂର୍ବକ ବାଦ୍ ଦିଆଯାଇଥିବା ଅଭିଯୋଗ କରି ଝିଅମାନେ ରାସ୍ତାକୁ ଓହ୍ଲାଇ ୩ ବର୍ଷ ଧରି ନ୍ୟାଯ୍ୟ ହକ୍ ମାଗି ଚାଲିଛନ୍ତି। ବହୁ ଦାବି ପରେ ତଦନ୍ତ କରି ଜିଲ୍ଲାପାଳ ବିସ୍ଥାପିତ ପରିବାରର ୪୦ ଜଣ ଝିଅଙ୍କ ପୁନର୍ବାସ ଓ ଥଇଥାନ ପାଇବାକୁ ପ୍ରସ୍ତୁତ ଯୋଗ୍ୟ ତାଲିକାକୁ ଅନୁମୋଦନ କଲେ। ଏହା ପରେ ଜିଲ୍ଲାପାଳଙ୍କ ଅନୁମୋଦନ ପତ୍ର ସହ ହେମଗିର ତହସିଲଦାର ତୁରନ୍ତ କ୍ଷତିପୂରଣ ରାଶି ଜମା କରିବାକୁ ୧୫.୭.୨୦୨୪ରେ ଏନଟିପିସି କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଲେ। ଅନୁମୋଦନର ୧୫ ଦିନ ମଧ୍ୟରେ ଝିଅମାନଙ୍କୁ ପ୍ରାପ୍ୟ ମିଳିବା କଥା। କିନ୍ତୁ ଏହା ମଧ୍ୟରେ ଆରଡିସିଙ୍କ ଅନୁମୋଦନ ନଥିବା ଦର୍ଶାଇ ଏହାକୁ ଉଭୟ ପ୍ରଶାସନ ଓ କମ୍ପାନି ଦେଖାଇ ଦିନ ଗଡ଼ାଇ ନେଉଥିବା ଅଭିଯୋଗ ରହିଛି। ଅନ୍ୟପଟେ ଓସିପିଏଲ ମନୋହରପୁର କୋଇଲା ଖଣିର ସାନଘୁମୁଡ଼ା, ଡୁଲଙ୍ଗା ଜମିହିନ ବିସ୍ଥାପିତଙ୍କ ବସୁନ୍ଧରା ଓ ଜଙ୍ଗଲ ଜମି ପଟ୍ଟା ଉପରେ କ୍ଷତିପୂରଣ ପ୍ରଦାନ କରାଯାଉ ନଥିବା ଅଭିଯୋଗ ରହିଥିଲା। ପ୍ରତିବାଦରେ ଅକ୍ଟୋବର ୨୪ ତାରିଖରେ ଖଣି ବନ୍ଦ କରିବା ପରେ ପ୍ରଶାସନ ଓ କମ୍ପାନି କ୍ଷତିପୂରଣ ପ୍ରଦାନ ଦିଗରେ ୧୫ ଦିନ ମଧ୍ୟରେ ପ୍ରକ୍ରିୟା ଆରମ୍ଭ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ହେଲେ ପରବର୍ତ୍ତୀ ସମୟରେ ପ୍ରଶାସନ, କମ୍ପାନି କୌଣସି ପଦକ୍ଷେପ ଗ୍ରହଣ ନକରିବାରୁ ନଭେମ୍ବର ୭ ତାରିଖରେ ଯୁବନେତା ଡ. ହିମାଂଶୁ ଶେଖର ଷଡ଼ଙ୍ଗୀଙ୍କ ସହ ବିସ୍ଥାପିତ ହେମଗିର ତହସିଲ ଘେରିଥିଲେ। ସେଠାରେ ପୁଣି ସେହି ପ୍ରତିଶ୍ରୁତି ଦୋହରାଇଥିଲେ ପ୍ରଶାସନ, କମ୍ପାନି। କିନ୍ତୁ ସେ ଦିଗରେ କୌଣସି ଅଗ୍ରଗତି ହେଉ ନଥିବାରୁ ବିସ୍ଥାପିତମାନେ ୧୨ ତାରିଖରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇ ୨୫ ତାରିଖ ସୁଦ୍ଧା ନ୍ୟାୟ ପ୍ରଦାନ ପାଇଁ ଦାବି ଜଣାଇଥିଲେ।
୨୫ରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥ ସଦଭାବନା ଭବନରେ ପ୍ରଶାସନ-ବିସ୍ଥାପିତ-କମ୍ପାନି ତ୍ରିପାକ୍ଷିକ ଆଲୋଚନା ହୋଇଥିଲା। ଓସିପିଏଲ ସାନଘୁମୁଡ଼ା, ଡୁଲଙ୍ଗା ଜମିହିନ ବିସ୍ଥାପିତଙ୍କ ବସୁନ୍ଧରା ଓ ଜଙ୍ଗଲ ଜମି ପଟ୍ଟା ଉପରେ କ୍ଷତିପୂରଣ ପ୍ରଦାନ ପାଇଁ ରାଜି ହୋଇଥିବା ବେଳେ ଏନଟିପିସି ପୂର୍ବ ପରି ବିଭିନ୍ନ ଆଳ ଦେଖାଇବାରୁ ବିସ୍ଥାପିତ ୨୬ ତାରିଖରେ ଏନଟିପିସି ଡୁଲଙ୍ଗା ଖଣି ବନ୍ଦ ଆନ୍ଦୋଳନକୁ ଓହ୍ଲାଇଥିଲେ। ଏହା ପରେ ଜିଲ୍ଲା ପ୍ରଶାସନର ନିର୍ଦେଶ ବା ପରାମର୍ଶ ଅନୁସାରେ, ଖଣି ବିସ୍ଥାପିତ ଝିଅଙ୍କୁ କ୍ଷତିପୂରଣ ସହ ପୁନର୍ବାସ ଓ ଥଇଥାନ ସୁବିଧା ପ୍ରଦାନ ପାଇଁ କମ୍ପାନି ଏକ ମାସ ସମୟ ମାଗିଥିଲା। କିନ୍ତୁ ମାସେ ବିତିଯିବା ପରେ ବି ପ୍ରଶାସନ, କମ୍ପାନି କ୍ଷତିପୂରଣ ପ୍ରଦାନ ନେଇ କୌଣସି ପଦକ୍ଷେପ ନେଇ ନଥିବା ଓ ପୁଣି ଥରେ ସର୍ବେକ୍ଷଣ କରାଯିବ ବୋଲି କହିଥିବାରୁ ପ୍ରତିବାଦରେ ୬ ତାରିଖରେ ଦୁଇ କୋଇଲା ଖଣି ଓ ତାପଜ ବିଦ୍ୟୁତ ପ୍ରକଳ୍ପ ବନ୍ଦ କରିବାକୁ ଘୋଷଣା କରିଥିଲେ ବିସ୍ଥାପିତ।