ଜୟପୁର: ଦେଶ ବିଶ୍ବଗୁରୁ ହେବାର ସ୍ବପ୍ନ ଦେଖୁଛି। ଆଧୁନିକ ଜ୍ଞାନ କୌଶଳ ମାଧ୍ୟମରେ ବିଦେଶରେ ପ୍ରଭାବ ବିସ୍ତାର କରୁଛି ଦେଶ। ଅନ୍ୟ ପକ୍ଷରେ ଏବେ ବି ଲୋକଙ୍କ ମନରୁ ହଟିନି ଅନ୍ଧବିଶ୍ବାସ। କଳାଯାଦୁ, ଯନ୍ତ୍ର, ମନ୍ତ୍ର, ତନ୍ତ୍ର, ଗୁଣି ଗାରେଡି ଭଳି କୁତ୍ସିତ ପ୍ରଥା ଆଜି ମଧ୍ୟ ଚର୍ଚ୍ଚା ସାଉଁଟୁଛି। ଲୋକେ ଭୟଭୀତ ହେଉଛନ୍ତି। ଏଭଳି ଅନ୍ଧବିଶ୍ବାସ କେଉଁ ଉପାନ୍ତ ଅଞ୍ଚଳର କଥା ନୁହେଁ। ବରଂ ଜୟପୁର ସହରରେ ତନ୍ତ୍ର ସାଧନାକୁ ନେଇ ଆତଙ୍କିତ ହୋଇଛନ୍ତି ଲୋକେ।
ପାରାବେଡା ଝଙ୍କଡଦେଈ ଅଞ୍ଚଳରେ ଗୁରୁବାର ମଧ୍ୟ ରାତିରେ ଏମିତି ଅଭାବନୀୟ ଘଟଣା ଘଟିଛି। କେହି ଜଣେ ଦୁର୍ବୃତ୍ତ ସାହିରେ ଭୟ ସୃଷ୍ଟି କରିବାକୁ ପ୍ରୟାସ କରିଥିଲା। ରାସ୍ତା ମଝିରେ ଯନ୍ତ୍ର କାଟି ତନ୍ତ୍ର ସାଧନା କରିବା ଭଳି ସ୍ଥିତି ତିଆରି କରିଥିଲା। ସେଠାରେ ୬ଦୀପ ଜାଳିବା ସହ ଲାଲ କପଡାରେ କିଛି ବାନ୍ଧି ରଖିଥିଲା।
ସୂଚନା ଅନୁଯାୟୀ, ପାରାବେଡା ଝଙ୍କଡଦେଈ ଅଞ୍ଚଳରେ ଗୁରୁବାର ମଧ୍ୟ ରାତିରେ ଏମିତି ଅଭାବନୀୟ ଘଟଣା ଘଟିଛି। କେହି ଜଣେ ଦୁର୍ବୃତ୍ତ ସାହିରେ ଭୟ ସୃଷ୍ଟି କରିବାକୁ ପ୍ରୟାସ କରିଥିଲା। ରାସ୍ତା ମଝିରେ ଯନ୍ତ୍ର କାଟି ତନ୍ତ୍ର ସାଧନା କରିବା ଭଳି ସ୍ଥିତି ତିଆରି କରିଥିଲା। ସେଠାରେ ୬ଦୀପ ଜାଳିବା ସହ ଲାଲ କପଡାରେ କିଛି ବାନ୍ଧି ରଖିଥିଲା। ଏଥିସହ ରାସ୍ତା ପାର୍ଶ୍ବରେ ମାଳି ସାହିରେ ରହୁଥିବା ଝଙ୍କଡଦେଈ ମନ୍ଦିର ପୂଜକ ଗୋବିନ୍ଦ ପୂଜାରୀଙ୍କ ଘରକୁ ସେହି ମଧ୍ୟ ରାତିରେ କେହି ଠେଲାମାଡ କରିଥିଲେ।
ଟିଣ ଛପର ଘରରେ ଢେଲାମାଡର ଶବ୍ଦ ସାହିବାସିନ୍ଦା ଶୁଣି ଭୟଭୀତ ହୋଇଥିଲେ। ସକାଳେ ଝଙ୍କଡ଼ଦେଈ ରାସ୍ତାରେ ଯନ୍ତ୍ର କାଟିବା ଲିଭା ଦୀପ ଓ ଲାଲ କପଡ଼ା ପଡ଼ି ରହିଥିବା ଲୋକେ ଦେଖିଥିଲେ। ଘଟଣାକୁ ନେଇ ଦିନ ତମାମ ଲୋକ ମଧ୍ୟରେ ଚର୍ଚ୍ଚା ହୋଇଥିଲା। କିଏ କେଉଁ ଉଦେଶ୍ୟ ରଖି ଏଭଳି କାମ କରିଥିଲା ଜଣା ପଡ଼ି ନଥିଲେ ହେଁ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ଏନେଇ ସ୍ଥାନୀୟ ଅଞ୍ଚଳରେ ପ୍ରଶାସନ ପକ୍ଷରୁ ସଚେନତା କରିବା ସହ କିଛି ଦିନ ଅଞ୍ଚଳରେ ନିୟମିତ ପୁଲିସ ପାଟ୍ରୋଲିଂ କରିବାକୁ ସାହିବାସୀ ଦାବି କରିଛନ୍ତି।
Koraput