ଗୁଡ଼ାରି: ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ମୌଳିକ ସୁବିଧାରୁ ବଞ୍ଚିତ ଅନେକ ଗାଁ l ଗୁଡାରି ବ୍ଳକ ମଧୁବନ ପଞ୍ଚାୟତ କାର୍ଲାଗୁଡା ଓ କେପ୍ଟି ଦୁଇଟି ଗ୍ରାମ ନଗ୍ନ ବାସ୍ତବ ଚିତ୍ର ଦେଖିବାକୁ ମିଳିଛିl କାର୍ଲାଗୁଡା ଏବଂ କେପ୍ଟି ଗ୍ରାମରେ ପ୍ରାୟ ୧୦୦ ପରିବାର ବସବାସ କରୁଛନ୍ତିl ଏହି ଦୁଇଟି ଗ୍ରାମରେ ପାହାଡ଼ିଆ ଘଞ୍ଚଜଙ୍ଗଲ ଅଞ୍ଚଳରେ ବସବାସ କରୁଛନ୍ତିl ଗୁଡ଼ାରି ଠାରୁ ଗବନପଦର ରାସ୍ତା ଠିକ୍ ଥିବାବେଳେ ସେଠାରୁ ପ୍ରାୟ ୬ କିମି ରାସ୍ତାର ଅବସ୍ଥା ଅତି ଶୋଚନୀୟ ହୋଇପଡ଼ିଛିl ରାସ୍ତା ଅବସ୍ଥା ଦେଖିଲେ ଆଜି ବି ଏହି ଗ୍ରାମ ପରାଧୀନରେ ରହଲା ଭଳି ଲାଗିଥାଏl କାରଣ ମୌଳିକ ଅଧିକାରରୁ ଏମାନେ ସମ୍ପୁର୍ଣ୍ଣ ବଞ୍ଚିତ ଅଛନ୍ତିI
ସରକାର ସବୁ ସମୟରେ ଜନଜାତିଙ୍କୁ ଗୁରୁତ୍ୱ ଦେଉଥିବା ବେଳେ ପ୍ରତ୍ୟେକ କ୍ଷେତ୍ରରେ ସୁବିଧା ପାଇବା ପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତିl କିନ୍ତୁ ଏହି ଅପହଞ୍ଚ ଅଞ୍ଚଳକୁ ସରକାରଙ୍କ ଯୋଜନା କେବେ ପହଞ୍ଚିବ ତାହାର ବାସ୍ତବ ଚିତ୍ର ବାରି ହୋଇଛିl ଏମିତିରେ ଗବଡ଼ପଦରରୁ କାର୍ଲାଗୁଡ଼ା ରାସ୍ତା ଅବସ୍ଥା ଶୋଚନୀୟ ହୋଇଥିଲେ ସୁଦ୍ଧା, ଉପାନ୍ତ ଅଞ୍ଚଳରେ ବସବାସ କରୁଥିବା ଜନଜାତି କଷ୍ଟରେ ଯାତାୟତ କରୁଛନ୍ତିI କିନ୍ତୁ କେପ୍ଟି ଗ୍ରାମକୁ ରାସ୍ତା, ସ୍ୱାସ୍ଥ୍ୟ, ଶିକ୍ଷା, ସୁଦ୍ଧା ପାନୀୟ ଜଳ ଭଳି ଅନେକ ସମସ୍ୟା ରହିଛିl ବିଜୁଳି କଥା ନ କହିବା ଭଲl ସୋଲାର ମାଧ୍ୟମରେ ଚାର୍ଲିଛି ବିଜୁଳିର ବ୍ୟବସ୍ଥାl
ଆଶ୍ଚର୍ଯ୍ୟର ବିଷୟ ଆଜି ପର୍ଯ୍ୟନ୍ତ ଆବାସ ଯୋଜନାରେ ଜଣେ ବି ଅର୍ନ୍ତଭୁକ୍ତ ହେଇ ନାହୁଁ ବୋଲି ସେଠାକାର ଲୋକମାନେ କହିଛନ୍ତିl ଅନ୍ୟ ପଟେ ଏହି ଗରିବ ଶ୍ରେଣୀର ଲୋକମାନେ ଘାଟିପାର ହୋଇ ପିଡ଼ିଏସ ଚାଉଳ, ଭତ୍ତା ନିମନ୍ତେ ପେଣ୍ଡଲି ପଞ୍ଚାୟତ ଯିବାକୁ ପଡୁଛି ବୋଲି କହିଛନ୍ତିl
ନିର୍ବାଚନ ସମୟରେ ପ୍ରତିନିଧି ଭୋଟ ପାଇଁ ଉପାନ୍ତ ଅଞ୍ଚଳରେ ବସବାସ କରୁଥିବା ଜନଜାତିଙ୍କୁ ପ୍ରତିଶ୍ରୁତି ଦେଇଥାନ୍ତିl ନିର୍ବାଚନ ପରେ ପ୍ରତିଶ୍ରୁତି ଅଧବାଟରେ ହିଁ ରହିଯାଏl କୌଣସି ସରକାରୀ ବାବୁ ଏଠାକୁ ଆସୁ ନ ଥିବା କହିଛନ୍ତିl ବିଦ୍ୟାଳୟ କୋଠା ରୋଷେଇ ଘର ନ ଥିବାରୁ ଶିକ୍ଷକ ପିଲାମାନଙ୍କୁ ଘର ଦାଣ୍ଡ ପିଣ୍ଡାରେ ପାଠ ପଢାଉଛନ୍ତିl ରୋଷେଇ ଘର ନଥିବାରୁ ଘରେ ରୋଷେଇ କରାଯାଇ ପିଲାମାନଙ୍କୁ ଦିଆଯାଉଛି ବୋଲି କହିଛନ୍ତିl ଗବଡ଼ପଦର ଠାରୁ କେପ୍ଟି ପର୍ଯ୍ୟନ୍ତ ଗ୍ରାମ୍ୟ ସଡ଼କ ଯୋଜନାରେ ଅନ୍ତର୍ଭୁକ୍ତ କଲେ ସବୁ ଅସୁବିଧାର ସମାଧାନ ହୋଇଯିବ ବୋଲି ସ୍ଥାନୀୟ ୱାର୍ଡ ମେମ୍ବର ଶ୍ରୀନ ମାମ୍ବଲାକା, ଶିବ ମାମ୍ବଲାକା, ସିମା ଜାଗରଙ୍ଗା, ମୋହନ ଜାଗାରଙ୍ଗା ଅଭିଯୋଗ କରିଛନ୍ତିl ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ଅନ୍ତର୍ଭୁକ୍ତ ହେଲେ ରେଙ୍ଗପଡ଼ୁ, କାର୍ଲାଗୁଡା, କେପ୍ଟି ଗ୍ରାମକୁ ଯୋଗାଯୋଗ ହୋଇପାରିବ ବୋଲି ଗ୍ରାମବାସୀ କହିଛନ୍ତିl