ସୁନ୍ଦରଗଡ଼: ଜଙ୍ଗଲ ଓ ପରିବେଶରେ ପରିପୂର୍ଣ୍ଣ ସୁନ୍ଦରଗଡ଼ର ଅବସ୍ଥା ଆଉ ପୂର୍ବ ଭଳି ନାହିଁ। ଜଙ୍ଗଲ, ଖଣି ମାଫିଆଙ୍କ ପ୍ରାଦୂର୍ଭାବ ଯୋଗୁଁ ସୁନ୍ଦରଗଡ଼ ପ୍ରାକୃତିକ ସୌନ୍ଦର୍ଯ୍ୟ ହରାଉଛି। ଏହା ଦ୍ବାରା ସ୍ଥାନୀୟ ଲୋକେ ଅସୁବିଧାର ସାମ୍ନା କରୁଛନ୍ତି। ଜଙ୍ଗଲରୁ ଶୁଖିଲା ଖାଠ ନମିଳିବାରୁ ସୁନ୍ଦରଗଡ଼ ଡିଏଫ୍ଓଙ୍କ ବାସଭବନ ସମ୍ମୁଖରେ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ସୁନ୍ଦରଗଡ଼ ଡିଏଫ୍ଓ ପ୍ରଦୀପ ମିରାସେଙ୍କ ବାସଭବନ ସମ୍ମୁଖରେ ଦୁଇ ମୃତଦେହ ରଖି ଶ୍ମଶାନ ବନ୍ଧୁ ଏବଂ ମୃତକଙ୍କ ପରିଜନ ଧାରଣା ଦେଇଛନ୍ତି। ଏମାନେ ଶବ ସତ୍କାର ପାଇଁ କାଠର ଘୋର ଅଭାବ ପ୍ରତିବାଦରେ ଶବ ରଖି ଧାରଣା ଦେଇଛନ୍ତି।
କାଠ ସମସ୍ୟାର ଚିରସ୍ଥାୟୀ ସମାଧାନ ପାଇଁ ଦାବି କରିଛନ୍ତି ଶ୍ମଶାନ ବନ୍ଧୁ। ଶବ ସଂସ୍କାର ସକାଶେ ସୁନ୍ଦରଗଡ଼ରେ କାଠର ଘୋର ଅଭାବ ରହିଛି। ପ୍ରତିଦିନ ହେମଗିର ବନାଞ୍ଚଳ ଅଫିସକୁ ଏମସିଏଲ ଖଣି ପାଇଁ କଟା ହୋଇ ଆସୁଥିବା ହେକ୍ଟର ହେକ୍ଟର ଜଙ୍ଗଲର କାଠ ସବୁ ଯାଉଛି କୁଆଡେ ବୋଲି ପ୍ରଶ୍ନ କରିଛନ୍ତି। କାଠ ସବୁ ରାଉରକେଲା ବେଦବ୍ୟାସ, ଝାରସୁଗୁଡ଼ା, ସମ୍ବଲପୁରକୁ କନିକା ରେଞ୍ଜ ଟ୍ରକ ଟ୍ରକ କାଠ ଚାଲାଣ ହେଉଥିବା ବେଳେ ସୁନ୍ଦରଗଡର କୌଣସି ଡିପୋରେ ୧୫ ଦିନ ହେଲା ଗୋଟିଏ କ୍ବିଣ୍ଟାଲ ବି କାଠ ନାହିଁ।
କାଠ ସମସ୍ୟାର ଚିରସ୍ଥାୟୀ ସମାଧାନ ପାଇଁ ଦାବି କରିଛନ୍ତି ଶ୍ମଶାନ ବନ୍ଧୁ। ଶବ ସଂସ୍କାର ସକାଶେ ସୁନ୍ଦରଗଡ଼ରେ କାଠର ଘୋର ଅଭାବ ରହିଛି। ପ୍ରତିଦିନ ହେମଗିର ବନାଞ୍ଚଳ ଅଫିସକୁ ଏମସିଏଲ ଖଣି ପାଇଁ କଟା ହୋଇ ଆସୁଥିବା ହେକ୍ଟର ହେକ୍ଟର ଜଙ୍ଗଲର କାଠ ସବୁ ଯାଉଛି କୁଆଡେ ବୋଲି ପ୍ରଶ୍ନ କରିଛନ୍ତି।
ଏସ୍ଥିତିରେ ଦୁର୍ଭାଗ୍ୟର କଥା ଆଜି କାଠ ଅଭାବରୁ ସୁନ୍ଦରଗଡ ସହରରେ ତିନୋଟି ମୃତଦେହର ଦାହ ସଂସ୍କାର ସକାଶେ ଶ୍ମଶାନବନ୍ଧୁ ଓ ମୃତକଙ୍କ ପରିଜନଙ୍କୁ ହଇରାଣ ହେବାକୁ ପଡ଼ିଥିଲା। ଗତକାଲି ହେମଗିର ଡବଲ ମର୍ଡର ଘଟଣାର.ଦୁଇ ମୃତକଙ୍କ ଶବଦାହ କରିବାକୁ କାଠ ନଥିବା କହି ଡିଏଫଓ ହାତ ଟେକି ଦେଇଥିବାରୁ ପ୍ରତିବାଦରେ ଶ୍ମଶାନବନ୍ଧୁ ଓ ମୃତକଙ୍କ ପରିଜନ ଶବ ରଖି ଧାରଣା ଦେଇଛନ୍ତି।
sundargarh
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/03/23/zTA3BkbKvUCsYnrs3dqC.jpg)