ଭୁବନେଶ୍ବର: ବିଜୁ ଜନତା ଦଳ (ବିଜେଡି) ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନଙ୍କ ନେତୃତ୍ବରେ ରାଜ୍ୟରେ ବିକାଶର ଗାଡ଼ି ଆଗକୁ ବଢ଼ିଛି। ନବୀନଙ୍କ ସମୟରେ ଯେଉଁ ବିକାଶ କାର୍ଯ୍ୟ ହୋଇଛି, ରାଜ୍ୟର ଜନତା ତାକୁ କେବେ ଭୁଲିପାରିବେ ନାହିଁ। ସେଥିପାଇଁ ନବୀନଙ୍କ ପ୍ରତି ସେମାନଙ୍କ ଭଲ ପାଇବା ରହିଛି। ବିଜେଡି ଉପସଭାପତି ଦେବୀ ପ୍ରସାଦ ମିଶ୍ର ଶନିବାର ଏହା କହିଛନ୍ତି।
ଗଣମାଧ୍ୟମର ପ୍ରତିନିଧିଙ୍କୁ ପ୍ରତିକ୍ରିୟା ଦେଇ ଶ୍ରୀ ମିଶ୍ର କହିଛନ୍ତି, ମୁମ୍ବାଇରୁ ନୀବନ ପଟ୍ଟନାୟକ ଆଜି ଅପରାହ୍ଣରେ ଫେରିଲା ପରେ ତାଙ୍କୁ ଭଲ ପାଉଥିବା ଜନତା ବିମାନବନ୍ଦର ଆଗରେ ପ୍ରବଳ ଭିଡ଼ ଲଗାଇଥିଲେ। ସାଧରଣ ଜନତା ନବୀନ ପଟ୍ଟନାୟକଙ୍କୁ ଦେଖିବା ପାଇଁ ବିଭିନ୍ନ ଅଂଚଳରୁ ସ୍ୱତଃ ପ୍ରବୃତ୍ତ ଭାବେ ଆସି ପହଞ୍ଚି ଥିଲେ। ନବୀନ ପଟ୍ଟନାୟକ ନିର୍ଦ୍ଧାରିତ ସମୟ ଠାରୁ ପ୍ରାୟ ୧ ଘଣ୍ଟା ବିଳମ୍ବ ପରେ ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପହଞ୍ଚି ଥିଲେ। ତଥାପି ତାଙ୍କୁ ଭଲପାଉଥିବା ଜନତା ଧର୍ଯ୍ୟ ଧରି ଅପେକ୍ଷା କରି ରହିଥିଲେ। ନବୀନ ପଟ୍ଟନାୟକ ଗତ ୨୨ ତାରିଖରେ ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ସଫଳ ଅସ୍ତ୍ରୋପଚାର ପରେ ସମସ୍ତେ ଆସ୍ଵସ୍ଥ ହୋଇଥିଲେ ଓ ନବୀନଙ୍କ ଫେରିବା ବାଟକୁ ଅପେକ୍ଷା କରିଥିଲେ। ଯେଉଁମାନେ ତାଙ୍କ ପାଇଁ ପ୍ରାର୍ଥନା କରିଥିଲେ ଆଜି ମଧ୍ୟ ସେମାନେ ଉପସ୍ଥିତ ଥିଲେ। ସମସ୍ତଙ୍କୁ ଆମେ କୃତଜ୍ଞତା ଜଣାଉଛୁ।
ନବୀନ ପଟ୍ଟନାୟକ ୨୨ ଦିନ ପରେ ସୁସ୍ଥ ହୋଇ ଓଡ଼ିଶା ଫେରିଛନ୍ତି। ସେ ଶନିବାର ଅପରାହ୍ନରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଛନ୍ତି। ନବୀନଙ୍କୁ ଦଳର ସଦସ୍ୟମାନେ ସ୍ୱାଗତ ଜଣାଇଛନ୍ତି। ବିମାନ ବନ୍ଦର ଠୁ ନବୀନ ନିବାସ ପର୍ଯ୍ୟନ୍ତ ବିଜେଡି କର୍ମୀ ଓ ନେତାମାନେ ଦଳର ସଭାପତିଙ୍କୁ ସ୍ବାଗତ କରିଛନ୍ତି। ବିଭିନ୍ନ ନିର୍ବାଚନ ମଣ୍ଡଳୀରୁ ନିଜ ସମର୍ଥକଙ୍କୁ ଧରି ରାଜଧାନୀକୁ ଦଳର ନେତାମାନେ ଆସିଛନ୍ତି।
ସୂଚନାଯୋଗ୍ୟ, ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଚିକିତ୍ସା ପାଇଁ ସେ ଗତମାସ ୨୦ ତାରିଖ ଦିନ ମୁମ୍ବାଇ ଯାଇଥିଲେ। ସର୍ଭିକାଲ ଆର୍ଥ୍ରାଇଟିସ୍ ସମସ୍ୟା ନେଇ ମୁମ୍ବାଇ ସ୍ଥିତ କୋକିଲାବେନ୍ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ୨୦୨୫ ଜୁନ୍ ୨୨ ତାରିଖ ଠାରୁ ତାଙ୍କର ଚିକିତ୍ସା ଆରମ୍ଭ ହୋଇଥିଲା। ମୁମ୍ବାଇ ଯିବା ପୂର୍ବରୁ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଟୁଇଟ୍ କରି ନବୀନ ପଟ୍ଟନାୟକ କହିଥିଲେ, ସର୍ଭିକାଲ ଆର୍ଥ୍ରାଇଟିସ୍ ସମସ୍ୟା ନେଇ ମୋର ଚିକିତ୍ସା ହେବ। ମୁମ୍ବାଇସ୍ଥିତ କୋକିଲାବେନ୍ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ଏହି ଚିକିତ୍ସା ହେବ। ମୋର ବ୍ୟକ୍ତିଗତ ଡାକ୍ତର ରମାକାନ୍ତ ପଣ୍ଡାଙ୍କ ତତ୍ତ୍ବାବଧାନରେ ଏହି ଚିକିତ୍ସା ହେବ। ଏଥି ପାଇଁ ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ମାଗୁଛି। ଓଡ଼ିଆ ଭାଇଭଉଣୀଙ୍କର ଶୁଭକାମନା ଚାହୁଛି। ମୁଁ ଶୀଘ୍ର ସୁସ୍ଥ ହୋଇ ଫେରି ଆସିବି। ଓଡ଼ିଶାର ସମସ୍ତଙ୍କ ସେବା ଜାରି ରଖିବାକୁ ଅପେକ୍ଷା କରିଛି।
Naveen Pattnaik | BJD
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/07/12/nabin-p-2025-07-12-16-58-24.jpg)