/sambad/media/media_files/2025/01/28/gixuls8xeaak0zh.jpg)
ଉତ୍କର୍ଷ ଓଡ଼ିଶା-ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ ୨୦୨୫କୁ ଉଦ୍ଘାଟନ କରୁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ।
ପୂର୍ବ ତୁଳନାରେ ୬ ଗୁଣା ଅଧିକ ଶିଳ୍ପପତି ସାମିଲ ହୋଇଛନ୍ତି। ଇତିହାସ ସାକ୍ଷୀ ଅଛି ଗ୍ଲୋବାଲ ଗ୍ରୋଥରେ ଯେତେବେଳେ ଭାରତର ଅଂଶ ରହିଥିଲା ସେତେବେଳେ ପୂର୍ବ ଭାରତର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଥିଲା। ପୂର୍ବ ଭାରତରେ ଦେଶର ବଡ଼ବଡ଼ ଇଣ୍ଡଷ୍ଟ୍ରିଆଲ ହବ୍ ଥିଲା।
/sambad/media/media_files/2025/01/28/gixrfpwx0aauog9.jpg)
ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସ୍ବାଗତ କରୁଛନ୍ତି ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ।
ଓଡିଶା ଦକ୍ଷିଣ-ପୂର୍ବ ଏସିଆରେ ହେବାକୁ ଥିବା ଟ୍ରେଡର ପ୍ରମୁଖ କେନ୍ଦ୍ର ଥିଲା। ଏହାର ପ୍ରାଚୀନ ପୋର୍ଟ ଭାରତର ଗେଟଓ୍ବେ ଥିଲା। କଟକର ଐତିହାସିକ ବାଲିଯାତ୍ରା କଥା ଉଠାଇଛନ୍ତି ପ୍ରଧାନମନ୍ତ୍ରୀ। ଓଡିଶାରେ ଏହା ସବୁଠାରୁ ବଡ ବ୍ୟବସାୟିକ ପେଣ୍ଠସ୍ଥଳୀ ବୋଲି ବି କହିଛନ୍ତି।
/sambad/media/media_files/2025/01/28/gixuni3wqaak-no.jpg)
‘ଉତ୍କର୍ଷ ଓଡ଼ିଶା-ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ ୨୦୨୫’ରେ ପ୍ରଦର୍ଶନୀ ଷ୍ଟଲ ଦେଖୁଛନ୍ତି ପ୍ରଧାନମନ୍ତ୍ରୀ।
ସିଙ୍ଗାପୁର ଓଡିଶା ସହ ସମ୍ପର୍କକୁ ନେଇ ବହୁତ ଉତ୍ସାହିତ। ଆଜି ଏହି କ୍ଷେତ୍ରରେ ସମ୍ଭାବନାର ଏତେ ଦ୍ୱାର ଖୋଲିଛି, ଯାହା ସ୍ବାଧୀନତା ପରେ କେବେ ଖୋଲିନଥିଲା। ଆଜି ଏଠାରେ ଥିବା ସମସ୍ତ ନିବେଶକଙ୍କୁ ମୁଁ ଆହ୍ବାନ କରୁଛି। ଏହି ସମୟ ଅଛି ଆଉ ଏହା ସଠିକ ସମୟ ଅଛି। ଓଡିଶାର ଏହି ବିକାଶ ଯାତ୍ରାରେ ଆପଣଙ୍କ ନିବେଶ ଆପଣଙ୍କୁ ସଫଳତାର ଶୀର୍ଷରେ ପହଞ୍ଚାଇବା।
/sambad/media/media_files/2025/01/28/gixwczjxsaav-y8.jpg)
ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଏକ ସ୍ବତନ୍ତ୍ର ଭେଟି ଦେଉଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
ଓଡିଶା ଅସାଧାରଣ ଅଟେ, ଓଡିଶା ନୂଆ ଭାରତର ଆଶାର ପ୍ରତୀକ। ଓଡିଶାରେ ସୁଯୋଗ ରହିଛି। ଏଠାକାର ଲୋକମାନେ ସବୁବେଳେ ଭଲ ପ୍ରଦର୍ଶନର ଜୁନୁନ ଦେଖାଇଛନ୍ତି। ଗୁଜରାଟରେ ମୁଁ ଓଡିଶାରୁ ଆସୁଥିବା ଲୋକଙ୍କ କୌଶଳ ତାଙ୍କ ପରିଶ୍ରମକୁ ମୁଁ ନିଜେ ଅନୁଭବ କରୁଛି। ଆଜି ଯେତେବେଳେ ଓଡିଶାରେ ସୁଯୋଗ ସୃଷ୍ଟି ହେବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/01/28/188a3477-9330-480b-ab82-81a17b538d29.jpg)