ତେଲକୋଇ: ପିକ୍‌ଅପ୍ ଗାଡ଼ି ଦୁର୍ଘଟଣାରେ ୫୦ରୁ ଊର୍ଦ୍ଧ୍ବ ଲୋକ ଆହତ ହୋଇଛନ୍ତି। ଆହତ ଲୋକମାନଙ୍କୁ କେନ୍ଦୁଝରଜିଲ୍ଲା ବାଂଶପାଳ ମେଡ଼ିକାଲରେ ଭର୍ତ୍ତି କରାଯାଇଛି।

Advertisment

ସୂଚନା ଅନୁସାରେ ଅନୁଗୁଳ ଜିଲ୍ଲା ପାଲଲହଡ଼ା ଅଞ୍ଚଳ ରଡ଼ା ଗାଁର ଲୋକମାନେ ତଳଯାଗର ଗାଁକୁ ଭୋଜି ଖାଇବାକୁ ଯିବା ସମୟରେ ଭାରସାମ୍ୟ ହରାଇ ଓଲଟିଲା ପିକଅପ୍ ଗାଡ଼ି।

publive-image

ଆଜି ମଧ୍ୟାହ୍ନରେ ପାଲଲହଡ଼ା ନିକଟ ରଡା ଗାଁର ୫୦ରୁ ଊର୍ଧ୍ବ ଲୋକ ଭୋଜି ଖାଇବାକୁ ଯାଉଥିବା ସମୟରେ ବାଂଶପାଳ ଆଇଟିଆଇ ନିକଟରେ ପିକଅପ୍ ଗାଡ଼ି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଫଳରେ ୫୦ରୁ ଊର୍ଧ୍ବ ମହିଳା ଓ ପୁରୁଷ ଆହତ ହୋଇଥିଲେ। ସେମାନଙ୍କୁ ଉଦ୍ଧାର କରି ବାଂଶପାଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୪ ଜଣ ଗୁରୁତରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର କରାଯାଇଛି।

Accident | Keonjhar