ବୈଶିଙ୍ଗା: ମୟୂରଭଂଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ୧୮ନଂ ଜାତୀୟରାଜପଥର ଆଗ୍ରିଆଛକ ନିକଟରେ ଶନିବାର ଅପରାହ୍ନ ସାଢେ ପାଞ୍ଚଟାରେ ଏକ ରଙ୍ଗବୋଝେଇ ପିକଅପ ଭ୍ୟାନ ଭରସାମ୍ୟ ହରାଇ ଓଲଟିପଡି ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ଏଥିରେ ଚାଳକ ଓ ଖଲାସୀ ସାମାନ୍ୟ ଆହତ ହୋଇ ଅଳ୍ପକେ ବଞ୍ଚି ଯାଇଛନ୍ତିl

Advertisment

publive-image

ଯାଜପୁର ଜିଲ୍ଲା ଚଣ୍ଡିଖୋଲ ଅଞ୍ଚଳର ଓଡି-୦୪ଡବ୍ଲ୍ୟୁ -୦୧୭୩ ନମ୍ବର ବିଶିଷ୍ଟ ନେରୋଲାକ ରଙ୍ଗ ବୋଝେଇ ପିକ୍‌ଅପ୍‌ ଭ୍ୟାନଟି ବାରିପଦାରେ ରଙ୍ଗ ଦେଇ ଫେରୁଥିବା ସମୟରେ ଆଗ୍ରିଆ ଛକରେ ଅନ୍ୟଏକ ଗାଡି ସାଇଡ ମାରିବାରୁ ପିକଅପ ଉପରୁ ଚାଳକ ଜଣକ ନିଜର ନିୟନ୍ତ୍ରଣ ହରାଇ ବସିଥିଲେ। ରାସ୍ତା ପାର୍ଶ୍ୱରେ ଥିବା ଏକ ମାଇଲଖୁଣ୍ଟକୁ ଧକ୍କା ଦେଇ ରଙ୍ଗ ବୋଝେଇ ପିକ୍‌ଅପ୍‌ ଭ୍ୟାନ୍‌ଟି ସମ୍ପୂର୍ଣ ଓଲଟି ପଡ଼ିଥିଲାl 

 

ଏଥିରେ ଚାଳକ ଓ ଖଲାସୀ ସାମାନ୍ୟ ଆହତ ହୋଇଥିବା ବେଳେ ଖବରପାଇ ବୈଶିଙ୍ଗା ଥାନା ଏଏସଆଇ ଭାବଗ୍ରାହୀ ମହାନ୍ତ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ପିକଅପକୁ ଜବତ କରିବା ସହିତ ଉଭୟ ଚାଳକ ଓ ଖଲାସିକୁ ଚିକିତ୍ସା ପାଇଁ ପଠାଇ ଥିଲେ l

Accident | Mayurbhanj