ଉଦଳା: ବେପରୁଆ ଭାବେ ଦ୍ରୁତ ଗତିରେ ଚାଲାଣ ହେଉଥିଲା ଗୋରୁ। ଗୋରୁ ଗାଡ଼ି ଦ୍ରୁତ ଗତିରେ ଆସି ରାସ୍ତା କଡ଼କୁ ଓଲଟି ପଡ଼ିଲା। ଆଉ ଜଳିଗଲା ଗୋରୁ ବୋଝେଇ ପିକଅପ। ଜଳିଗଲେ ଗୋରୁ। ହୁତୁହୁତୁ ହୋଇ ରାସ୍ତା କଡରେ ଜଳିଗଲା ଗାଡ଼ି। ଏଭଳି ଘଟଣା ଘଟିଛି କପ୍ତିପଦା ଥାନା ପୋଡାଡିହା ଛକରେ।
ପିକଅପଟି ସମ୍ପୂର୍ଣ୍ଣ ଜଳିଯାଇଥିବା ବେଳେ ଗୋ ମାଫିଆମାନେ ରାତାରାତି ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ନେଇଯିବା ସହିତ ମୃତ ଗୋରୁକୁ ଗାତ ଖୋଳି ପୋତି ଦେଇ ଚାଲିଯାଇଛନ୍ତି। ହେଲେ ଗୁରୁତର ଗୋରୁଙ୍କୁ ରକ୍ତାକ୍ତ ଅବସ୍ଥାରେ ଛାଡ଼ି ଦେଇ ଚାଲି ଯାଇଛନ୍ତି ଗୋ ମାଫିଆ।
ଠାକୁରମୁଣ୍ଡା ଅଞ୍ଚଳରୁ ରାତିରେ ଗୋ ଚୋରା ଚାଲାଣ କରୁଥିବା ଏକ ପିକଅପ ଗାଡଡ଼ି। ଗାଡ଼ିରେ ୮ ଗୋରୁ ଥିବା ବେଳେ ପୋଡାଡିହା ଛକ ନିକଟରେ ରାସ୍ତା କଡ଼କୁ ଓଲଟି ପଡିବା ସହିତ ହୁ ହୁ ହୋଇ ଜଳିଲା ପିକଅପ। ପିକଅପ ଜଳିବା ଫଳରେ ଗାଡ଼ିରେ ଥିବା ୮ ଗୋରୁ ମଧ୍ୟରୁ ଗୋଟିଏ ଗୋରୁ ଜୀବନ୍ତ ଦଗ୍ଧ ହୋଇ ଯାଇଥିଲା। ଯାହାକି ସ୍ଥାନୀୟ ଲୋକେ ଗାଡି ଭିତରୁ ୭ ଗୋଟି ଗୋରୁ ଉଦ୍ଧାର କରିବାରେ ସକ୍ଷମ ହୋଇଥିଲେ।
ଅନ୍ୟପଟେ ଖବର ପାଇ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ବେଳେ ଗୋରୁମାନଙ୍କୁ ଗୁରୁତର ଅବସ୍ଥାରେ ବାହାର କରାଯାଇଥିଲା। ପିକଅପଟି ସମ୍ପୂର୍ଣ୍ଣ ଜଳିଯାଇଥିବା ବେଳେ ଗୋ ମାଫିଆମାନେ ରାତାରାତି ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ନେଇଯିବା ସହିତ ମୃତ ଗୋରୁକୁ ଗାତ ଖୋଳି ପୋତି ଦେଇ ଚାଲିଯାଇଛନ୍ତି। ହେଲେ ଗୁରୁତର ଗୋରୁଙ୍କୁ ରକ୍ତାକ୍ତ ଅବସ୍ଥାରେ ଛାଡ଼ି ଦେଇ ଚାଲି ଯାଇଛନ୍ତି ଗୋ ମାଫିଆ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2024/11/19/k54lbefEczgc0TyOsbyv.png)