ଘୁ.ଉଦୟଗିରି: କନ୍ଧମାଳଜିଲ୍ଲା ଘୁମୁସର ଉଦୟଗିରି ଥାନା ଅନ୍ତର୍ଗତ କଳିଙ୍ଗାଘାଟିରେ ଏକ ପାଇପ ବୋଝେଇ ଟ୍ରକ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଟ୍ରକ୍ଟି ରାସ୍ତା ଉପରେ ଓଲଟି ପଡ଼ିବା ଫଳରେ ଦୀର୍ଘ ସମୟ ଧରି ରାସ୍ତାରେ ଯାନବାହନ ଯାତାୟତ ସମ୍ପୂର୍ଣ୍ଣ ଠପ ହୋଇଯାଇଥିଲା।
/sambad/media/media_files/2025/01/24/img-20250124-wa0318.jpg)
ଖବର ପାଇ ସ୍ଥାନୀୟ ଥାନାର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ରାସ୍ତାରୁ ଦୁର୍ଘଟଣାଗ୍ରସ୍ତ ଟ୍ରକକୁ ହଟେଇ ରାସ୍ତାରେ ଗାଡ଼ି ମଟର ଯାତାୟତ ସ୍ୱାଭାବିକ କରିଥିଲେ।
ପ୍ରାପ୍ତ ସୂଚନା ଅନୁସାରେ ଗତକାଲି ଝାରସୁଗୁଡା ଠାରୁ ଏକ ଲୁହା ପାଇପ ବୋଝେଇ ଟ୍ରକ୍ (ଟିଏସ୍ ୦୫ ୟୁଡି ୬୧୬୬) ହାଇଦ୍ରାବାଦ ଅଭିମୁଖେ ଯାଉଥିବା ବେଳେ ମଧ୍ୟରାତ୍ରରେ କଳିଙ୍ଗା ଘାଟି ଗଡୁଥିବା ବେଳେ ଦ୍ରୁତଗତି ଯୋଗୁଁ ଭାରସାମ୍ୟ ହରେଇ ରାସ୍ତା ଉପରେ ଓଲଟି ପଡ଼ିଥିଲା। ରାସ୍ତା ସାରା ପାଇପ ଗୁଡିକ ବିଛେଇ ହୋଇ ପଡ଼ିଥିଲା। ଫଳରେ ରାସ୍ତାରେ ଯାନବାହନ ଯାତାୟତ ବନ୍ଦ ହୋଇଯାଇଥିଲା। ଦୁର୍ଘଟଣାରେ କେହି ମଧ୍ୟ ଆହତ ହୋଇନଥିବା ସୂଚନା ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/01/24/img-20250124-wa0322.jpg)