ଯାଜପୁର: ବହୁଚର୍ଚ୍ଚିତ ଜନ୍ମ କଲା ବାପା ନିଜ ଝିଅକୁ ଦୁଷ୍କର୍ମ ମାମଲାର ରାୟ ପ୍ରକାଶ ପାଇଛି। ଯାଜପୁର ଜିଲ୍ଲା ବିଂଝାରପୁର ଅଞ୍ଚଳରେ ଗତବର୍ଷ ଘଟିଥିବା ଏହି ମାମଲାର ଦୁଷ୍କର୍ମକାରୀ ବାପାକୁ ପୋକ୍ସୋ କୋର୍ଟ ୨୦ ବର୍ଷ ଜେଲ୍ଦଣ୍ଡ ଶୁଣାଇଥିବା ବେଳେ ୫ ହଜାର ଟଙ୍କା ଜରିମାନା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
ମାମଲାରୁ ଜଣାଯାଏ ଯେ, ୨୦୨୪ ମସିହାରେ ବିଂଝାରପୁର ଥାନା ଅଂଚଳରେ ନିଜ ଝିଅକୁ ବାପା ଦୁଷ୍କର୍ମ କରିଥିଲା। ସ୍ତ୍ରୀ ଘରେ ନଥିବା ବେଳେ ଏହାର ସୁଯୋଗ ନେଇ ରାକ୍ଷାସରୂପୀ ବାପା ଝିଅକୁ ଦୁଷ୍କର୍ମ କରିଥିଲା। ଏନେଇ ଥାନାରେ ଅଭିଯୋଗ ହେଲା ପରେ ପୁଲିସ ଅଭିଯୁକ୍ତ ବାପାକୁ ଗିରଫ କରିଥିଲା।
୨୦୨୪ ମସିହାରେ ବିଂଝାରପୁର ଥାନା ଅଂଚଳରେ ନିଜ ଝିଅକୁ ବାପା ଦୁଷ୍କର୍ମ କରିଥିଲା। ସ୍ତ୍ରୀ ଘରେ ନଥିବା ବେଳେ ଏହାର ସୁଯୋଗ ନେଇ ରାକ୍ଷାସରୂପୀ ବାପା ଝିଅକୁ ଦୁଷ୍କର୍ମ କରିଥିଲା।
/filters:format(webp)/sambad/media/media_files/2025/08/05/jajpur-2025-08-05-18-28-38.jpg)
ପୋକ୍ସୋ କୋର୍ଟ ମାମଲାର ବିଚାର କରି ତଥା ୧୮ ଜଣ ସାକ୍ଷୀଙ୍କ ବୟାନକୁ ଆଧାର କରି ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ଏବଂ ୨୦ବର୍ଷ କାରାଦଣ୍ଡା ଶୁଣାଇଛନ୍ତି। ଏହା ସହ ୫ ହଜାର ଟଙ୍କା ଜରିମାନା ଓ ଅନାଦେୟ ଅଧିକ ୬ମାସ ରାୟ ପ୍ରକାଶ ପାଇଛି। ପୀଡ଼ିତାଙ୍କୁ ୫ଲକ୍ଷ ଟଙ୍କା କ୍ଷତିପୂରଣ ପାଇଁ ଆଇନ ସେବା ପ୍ରାଧିକରଣକୁ ନିର୍ଦ୍ଦେଶ ଦେଇଛନ୍ତି।
court | Jajpur
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/08/05/new-project-32-2025-08-05-18-19-40.jpg)