ମାଲକାନଗିରି: ପୂର୍ବରୁ ଘୋଷିତ ପୋଲାଭରମ ପ୍ରକଳ୍ପ ବିରୋଧ ଜନ ସମାବେଶ ଶୁକ୍ରବାର ମୋଟୁ ଠାରେ ଅନୁଷ୍ଠିତ ହୋଇଯାଇଛି। ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ମୋଟୁ ସ୍ଥିତ ତହସିଲ ପଡିଆରେ ବିଶାଳ ଜନ ସମାବେଶ ହୋଇଥିଲା। ଏହି ସମାବେଶରେ ତିନି ରାଜ୍ୟର ନେତା ସହ ଓଡିଶାର ବିଭିନ୍ନ ରାଜନୈତିକ ଦଳର ନେତାମାନେ କେନ୍ଦ୍ର ସରକାରଙ୍କ ଏବଂ ରାଜ୍ୟ ସରକାରଙ୍କ ବିରୋଧରେ ଗର୍ଜିଥିଲେ।
ଶତାଧିକ ମହିଳା ସିଲେରୁ ଓ ସାବେରୀ ନଦୀର ମିଳନସ୍ଥଲୀ ମୁଗି ପଏଣ୍ଟରୁ ପ୍ରଥମେ ଜଳ ସଂଗ୍ରହ କରି ମୋଟୁ ଠାରେ ପହଞ୍ଚିଥିଲେ। ସେଠାରେ ଆଣଥିବା ଜଳକୁ କୁଣ୍ଡରେ ପକାଇ ପ୍ରତିବାଦ କରିଥିଲେ। ପରେ ଏକ ବିଶାଳ ଜନ ସମାବେଶର ଆୟୋଜନ ହୋଇଥିଲା। ଏହି ଜନସମାବେଶରେ ବିଜେଡି ସମେତ ଆମ ଆଦମୀ ପାର୍ଟି, ସିପିଆଇ, ସିପିଏମ, ବିଏସପି ସମେତ ସମସ୍ତ ସଂଗଠନ ସାମିଲ ଥିଲେ।
/sambad/media/media_files/2025/02/28/mkg-polavaram-strike1-441835.jpg)
ସମାବେଶରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମାଧ୍ୟମରେ ଲୋକଙ୍କୁ ଉଦବୋଧନ ଦେଇଥିଲେ। ସେ କହିଥିଲେ ଯେ ଏହି ପ୍ରକଳ୍ପ ଦ୍ବାରା ମାଲକାନଗିରି ଜିଲ୍ଲାର ମୋଟୁ ଅଂଚଳ ବୁଡିବା ସହ ବହୁ ଆଦିବାସୀ ପରିବାର ବେଘର ହେବେ। ଏନେଇ ବିଜେଡି ଲଗାତାର କେନ୍ଦ୍ର ସରକାରଙ୍କ ବିରୋଧରେ ଲଢେଇ କରିଆସୁଛି। ପୋଲାଭରମ ପ୍ରକଳ୍ପ ବନ୍ଦ ନହେବା ଯାଏଁ ଲଢେଇ ଜାରି ରହିବ। ତେବେ ଶ୍ରୀ ପଟନାୟକ ବଡଯାତ୍ରା ଠାକୁର କାନମରାଜୁ, ପୋତରାଜୁ, ବାଲରାଜୁ ସହ ମା‘ ମୁତ୍ୟାଲୁମାଙ୍କ ପ୍ରଣାମ କରି ନିଜର ଅଭିଭାଷଣ ରଖିଥିଲେ। ଯାହା ଲୋକଙ୍କ ମନକୁ ପାଇଥିଲା।
ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଦେବୀ ପ୍ରସାଦ ମିଶ୍ର, ପୂର୍ବତନ ସାଂସଦ ତଥା ମନ୍ତ୍ରୀ ରମେଶ ଚନ୍ଦ୍ର ମାଝୀ, ପୂର୍ବତନ ସାଂସଦ ପ୍ରଦୀପ ମାଝି, ଭୃଗୁବକ୍ସି ପାତ୍ର, ରବି ନାରାୟଣ ନନ୍ଦ, ଈଶ୍ବର ଚନ୍ଦ୍ର ପାଣିଗ୍ରାହୀ, ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ସାରକା, ବିଧାୟକ ମନହର ରାନ୍ଧାରୀ, ସାଂସଦ ମୁନ୍ନା ଖାନ, ରଘୁମଣି ଗମାଙ୍ଗ, ରମାକାନ୍ତ ରାଉଳ, ମୁନ୍ନା ଆଚାର୍ଯ୍ୟ, ଚନ୍ଦ୍ର ଶେଖର ମାଝି, ପ୍ରୀତମ ପାଢୀ, ଲକ୍ଷ୍ମୀପ୍ରିୟା ନାୟକ, ଅନୁସୟା ମାଝି ପ୍ରମୁଖ ନିଜ ନିଜ ବକ୍ତବ୍ୟରେ ପୋଲାଭରମ ପ୍ରକଳ୍ପ ଯୋଗୁଁ କିପରି ମାଲକାନଗିରି ଅଂଚଳ ବୁଡିବ ସେନେଇ ନିଜର ମତ ରଖିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/02/28/mkg-polavaram-strike-617155.jpg)