ମାଲକାନଗିରି: ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲାର ଦୁର୍ଗମ ଅସୁର ଥାନା ଅଂଚଳର ପୂଜାରୀକାଂକେର ଠାରେ ନୂତନ ପୁଲିସ କ୍ୟାମ୍ପ ପ୍ରତିଷ୍ଠା କରାଯାଇଛି। ଏହି ଅଂଚଳରେ ନକ୍ସଲ ନିଜର ଅଡ୍ଡା ବନାଇବା ସହ ଲୋକଙ୍କୁ ନିର୍ଯାତନା ଦେଉଥିଲେ। ଦୀର୍ଘ ଦିନ ଧରି ଲୋକେ ନକ୍ସଲ କବଜାରେ ରହିଥିବା ବେଳେ ପୁଲିସ ଏବେ ଲୋକଙ୍କୁ ସୁରକ୍ଷା ପ୍ରଦାନ କରିଛି।
ନକ୍ସଲଙ୍କ ଲଗାତାର ମାତ ଦେଇ ପୁଲିସ ସଫଳତା ପାଉଥିବା ବେଳେ ଏଠାରେ ନୂତନ ପୁଲିସ କ୍ୟାମ୍ପ ପରେ ନକ୍ସଲ ପଛକୁ ଯିବାକୁ ବାଧ୍ୟ ହୋଇଛନ୍ତି। ଏହି ଅଂଚଳରେ ସୁରକ୍ଷାକର୍ମୀ ଦିନରାତି ଏକ କରି ନକ୍ସଲଙ୍କର ଗତିବିଧି ଉପରେ ସହଜରେ ନଜର ରଖିପାରିବେ ବୋଲି କୁହାଯାଇଛି। ନୂତନ କ୍ୟାମ୍ପ ପ୍ରତିଷ୍ଠା ପରେ ଏହି ଅଂଚଳର ଲୋକଙ୍କ ଖୁସି କହିଲେ ନସରେ।
ଜାରୀକାଂକେର ଠାରେ ନୂତନ ପୁଲିସ କ୍ୟାମ୍ପ ପ୍ରତିଷ୍ଠା କରାଯାଇଛି। ଏହି ଅଂଚଳରେ ନକ୍ସଲ ନିଜର ଅଡ୍ଡା ବନାଇବା ସହ ଲୋକଙ୍କୁ ନିର୍ଯାତନା ଦେଉଥିଲେ। ଦୀର୍ଘ ଦିନ ଧରି ଲୋକେ ନକ୍ସଲ କବଜାରେ ରହିଥିବା ବେଳେ ପୁଲିସ ଏବେ ଲୋକଙ୍କୁ ସୁରକ୍ଷା ପ୍ରଦାନ କରିଛି। ନକ୍ସଲଙ୍କ ଲଗାତାର ମାତ ଦେଇ ପୁଲିସ ସଫଳତା ପାଉଥିବା ବେଳେ ଏଠାରେ ନୂତନ ପୁଲିସ କ୍ୟାମ୍ପ ପରେ ନକ୍ସଲ ପଛକୁ ଯିବାକୁ ବାଧ୍ୟ ହୋଇଛନ୍ତି।
ଦୀର୍ଘ ବର୍ଷ ପରେ ସେମାନେ ଶାନ୍ତିରେ ରାତିରେ ଶୋଇପାରିବେ। ଏହି ପୁଲିସ କ୍ୟାମ୍ପ ପ୍ରତିଷ୍ଠା ପରେ ଗାଁକୁ ରାସ୍ତା, ପାନୀୟ ଜଳ, ଚିକିତ୍ସା, ଶିକ୍ଷା ଇତ୍ୟାଦି ପହଞ୍ଚିବ ବୋଲି କୁହାଯାଇଛି। ମାଲକାନଗିରି ଜିଲ୍ଲାରେ ଯେପରି ନକ୍ସଲ ପ୍ରବଣ ଅଂଚଳଗୁଡିକକୁ ଚିହ୍ନଟ କରି ନୂତନ ବିଏସଏଫ କ୍ୟାମ୍ପ ପ୍ରତିଷ୍ଠା ପରେ ଜିଲ୍ଲାରୁ ନକ୍ସଲ ହଟିଥିଲେ। ସେହି ଫର୍ମୁଲା ଏବେ ଛତିଶଗଡ ସରକାର ଆପଣେଇଛନ୍ତି। ଲୋକେ ସ୍ବାଧୀନ ହୋଇ ପରାଧୀନ ଭାବେ ଜୀବନଯାପନ କରୁଥିଲେ।
ଏହି ଅଂଚଳର ଲୋକେ ଅଶିକ୍ଷିତ ରହିଥିବାରୁ ନକ୍ସଲ ଏମାନଙ୍କ ଉପରେ ନିଜର ଆଇନ କାନୁନ ଚଳାଇବାରେ ସହଜ ହେଉଥିଲା। ସୁରକ୍ଷାକର୍ମୀ ମଧ୍ୟ ଲୋକଙ୍କୁ ବିଶ୍ବାସ ଜନ୍ମାଇବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ କରି ଲୋକଙ୍କୁ ସଚେତନ କରାଇବେ ବୋଲି କୁହାଯାଇଛି। ନକ୍ସଲ ଯୋଗୁଁ ହିଁ ଏହି ଅଂଚଳର ବିକାଶ ହୋଇପାରିନଥିବା ଲୋକଙ୍କୁ ବୁଝାଯିବ ବୋଲି ପୁଲିସ କହିଛି। ନକ୍ସଲଙ୍କ ସମର୍ଥନ ନକରି ଯବାନଙ୍କୁ ସହଯୋଗ କରିବା ପାଇଁ କୁହାଯିବ। ଯାହା ଆଗକୁ ନକ୍ସଲ ଦମନରେ ସଫଳତା ମିଳିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/02/16/Tf8INWmK2uQnvJQuXA60.jpg)