ବ୍ରହ୍ମପୁର: ଜଣେ ଆକ୍ରମଣକାରୀଙ୍କୁ କାବୁ କରିବା ବେଳେ ପିସିଆର୍ ଭ୍ୟାନ୍ରେ କାର୍ଯ୍ୟରତ ଜଣେ ପୁଲିସ କନଷ୍ଟେବଳ ଆହତ ହୋଇଛନ୍ତି। ସେ ହେଲେ ବୈଦ୍ୟନାଥପୁର ଥାନାର କନଷ୍ଟେବଳ ବିଜୟ କୁମାର ମହାପାତ୍ର। ତାଙ୍କ ଡାହାଣ ହାତରେ ଗଭୀର ଆଘାତ ଲାଗିଛିl ଡାକ୍ତରଖାନାରେ ଚିକିତ୍ସା ପରେ ସେ ସୁସ୍ଥ ଥିବା ବ୍ରହ୍ମପୁର ଏସ୍.ପି ଡା. ଶରବଣା ବିବେକ ଏମ୍ କହିଛନ୍ତି।
ସୂଚନା ପ୍ରକାରେ, ବଡ଼ଖେମୁଣ୍ଡି ସାହି ନିକଟରେ ଥିବା ବଢ଼େଇସାହିର ଅନୀଲ ପଟ୍ଟନାୟକ ଓ ତାଙ୍କ ସାନ ଭାଇ ଗଣେଶ ପଟ୍ଟନାୟକଙ୍କ ମଧ୍ୟରେ କୌଣସି କାରଣକୁ ନେଇ କଳହ ହୋଇଥିଲା। ଅପରାହ୍ଣ ୩ଟା ବେଳେ ଗଣେଶ ଏକ କାତି ଧରି ଅନୀଲଙ୍କୁ ହତ୍ୟା କରିବା ଉଦ୍ଦେଶ୍ୟରେ ଆକ୍ରମଣ କରିବାକୁ ଗୋଡାଇଥିଲାl ଏହାଦେଖି ଅନୀଲ ପୁଲିସ ସହାୟତା ନମ୍ବର ୧୧୨କୁ କଲ୍ କରିଥିଲେ। ଫୋନ୍ କଲ୍ ପାଇ ପିସିଆର୍ ଭ୍ୟାନ ବଢ଼େଇ ସାହିରେ ପହଞ୍ଚିଥିଲା।
ବଡ଼ଖେମୁଣ୍ଡି ସାହି ନିକଟରେ ଥିବା ବଢ଼େଇ ସାହିର ଅନୀଲ ପଟ୍ଟନାୟକ ଓ ତାଙ୍କ ସାନ ଭାଇ ଗଣେଶ ପଟ୍ଟନାୟକଙ୍କ ମଧ୍ୟରେ କୌଣସି କାରଣକୁ ନେଇ କଳହ ହୋଇଥିଲା। ଅପରାହ୍ଣ ୩ଟା ବେଳେ ଗଣେଶ ଏକ କାତି ଧରି ଅନୀଲଙ୍କୁ ହତ୍ୟା କରିବା ଉଦ୍ଦେଶ୍ୟରେ ଆକ୍ରମଣ କରିବାକୁ ଗୋଡାଇଥିଲାl
ଏହି ସମୟରେ ଗଣେଶ ମଦ୍ୟପାନ କରି ଏକ କାତି ଧରି ନିଜ ଭାଇ ଅନୀଲଙ୍କୁ ଆକ୍ରମଣ କରିବାକୁ ଉଦ୍ୟମ କରୁଥିବା ପୁଲିସ କର୍ମଚାରୀ ଦେଖିଥିଲେ। କନଷ୍ଟେବଳ ବିଜୟ ତୁରନ୍ତ ସେହି ସ୍ଥାନକୁ ଦୌଡ଼ି ଯାଇ ଗଣେଶଙ୍କ ହାତରୁ କାତି ଛଡାଇବାକୁ ଚେଷ୍ଟା କରିଥିଲେ। ଏହି ସମୟରେ କାତିଟି କନଷ୍ଟେବଳଙ୍କ ହାତରେ ବାଜିବାରୁ ସେ ଆହତ ହୋଇଥିଲେ। ଅନ୍ୟ ପୁଲିସ କର୍ମଚାରୀମାନେ ଗଣେଶକୁ କାବୁ କରିବାକୁ ଚେଷ୍ଟା କରିବା ବେଳେ ସେ ତଳେ ପଡି ଆହତ ହୋଇଥିଲେ। ପୁଲିସ ତାଙ୍କୁ କାବୁ କରି ଥାନାକୁ ନେଇଥିଲା। ଆହତ କନଷ୍ଟେବଳଙ୍କୁ ଚିକିତ୍ସା ପାଇଁ ମେଡିକାଲକୁ ନିଆଯାଇଥିଲାl କନଷ୍ଟେବଳ ବିଜୟଙ୍କ ଏଭଳି ସାହାସିକତାକୁ ଏସ୍ପି ପ୍ରଶଂସା କରିଛନ୍ତି।
ganjam | Crime
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2024/12/26/Hhc3J0eunS1D0J6Egftr.jpg)