ବାରିପଦା: ମୟୂରଭଞ୍ଜ ଜିଲ୍ଲାର ଯଶୀପୁର ଥାନା ଅଞ୍ଚଳରେ ବେଆଇନ୍ ଭାବେ ଅଫିମ ଗଛ ଚାଷ ହୋଇଥିବା ସୂଚନା ମିଳିବା ପରେ ପୁଲିସ୍ ଏକ ଯୌଥ ଅଭିଯାନରେ ପ୍ରାୟ ୯୫ ହଜାରରୁ ଅଧିକ ଅଫିମ ଗଛ ନଷ୍ଟ କରିଛି। ଏହି ଘଟଣାରେ ଏନ୍ଡିପିଏସ୍ ଆକ୍ଟ୍ ଅନୁଯାୟୀ ଦୁଇଟି ମାମଲା ରୁଜୁ ହୋଇଛି।
ଦୁଇଟି ସ୍ଥାନରେ ଅଫିମ ଗଛ ଚିହ୍ନଟ କରାଯାଇଥିଲା
ସୂଚନା ଅନୁଯାୟୀ, ଗତକାଲି ଅର୍ଥାତ୍ ଜାନୁଆରୀ ୧୮ ତାରିଖରେ ଯଶୀପୁର ଥାନାକୁ ଗୋପନାଥପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ଅଷ୍ଟକୁଆର ଗ୍ରାମରେ ବେଆଇନ୍ ଅଫିମ୍ ଚାଷ ହେଉଥିବା ନେଇ ନିର୍ଭରଯୋଗ୍ୟ ସୂଚନା ମିଳିଥିଲା। ଏହାପରେ ଯଶୀପୁର ଥାନା ପୁଲିସ ବନ ବିଭାଗ, ଆବକାରୀ ବିଭାଗ ଏବଂ ଅନ୍ୟାନ୍ୟ ଅଧିକାରୀମାନଙ୍କ ସହ ଯୌଥ ଅଭିଯାନ କରିଥିଲେ। ଏହି ଅଭିଯାନରେ ଦୁଇଟି ସ୍ଥାନରେ ଅଫିମ ଗଛ ଚିହ୍ନଟ କରାଯାଇଥିଲା।
ଆହୁରି ପଢ଼ନ୍ତୁ:Ganja Smuggling: ଚାଲାଣ ବେଳେ ମାଡ଼ି ବସିଲା ପୁଲିସ: ଗଂଜେଇ ସହ କାର, ନଗଦ ଟଙ୍କା ଜବତ
ପ୍ରଥମ ସ୍ଥାନରେ ଗୋପନାଥପୁର ଗ୍ରାମରେ ପ୍ରାୟ ୯୦ ଡେସିମାଲ୍ ଜମିରେ ୭୬ ହଜାର ୩୫୦ଟି ଅଫିମ୍ ଗଛ ଥିବା ଜଣାପଡ଼ିଥିଲା, ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୧ କୋଟି ୫୨ ଲକ୍ଷ ୭୦ ହଜାର ଟଙ୍କା। ଦ୍ୱିତୀୟ ସ୍ଥାନରେ ସମାନ ଗ୍ରାମରେ ପ୍ରାୟ ୧୯ ଡେସିମିଲ୍ ଜମିରେ ୧୯ ହଜାର ୫୦୦ଟି ଗଛ ଥିବା ଜଣାପଡ଼ିଥିଲା, ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୩୯ ଲକ୍ଷ ଟଙ୍କା। ମୋଟ୍ ମିଶାଇ ୯୫ ହଜାର ୮୫୦ଟି ଗଛର ମୂଲ୍ୟ ପ୍ରାୟ ୧ କୋଟି ୯୧ ଲକ୍ଷ ୭୦ ହଜାର ଟଙ୍କା ହେବ।
ଆହୁରି ପଢ଼ନ୍ତୁ: Manipur Gang-Rape Victim Dies: ମଣିପୁର ହିଂସା: ୩ ବର୍ଷର ଯନ୍ତ୍ରଣା ସହି ସହି ଶେଷରେ ଆଖି ବୁଜିଦେଲେ କୁକି ଗଣଦୁଷ୍କର୍ମ ପୀଡ଼ିତା...
ପୁଲିସ୍ ଏହି ଗଛଗୁଡ଼ିକୁ ଉପାଡ଼ି ନେଇ କିରୋସିନି ଢାଳି ନିଆଁ ଲଗାଇ ନଷ୍ଟ କରିଛି। ଏହି ଘଟଣାରେ ସ୍ୱାଧୀନ ସାକ୍ଷୀ, ଇଏମ୍, ବନ ଅଧିକାରୀ, ଅବକାରୀ ଅଧିକାରୀ ଏବଂ ଆର୍ଆଇ ଉପସ୍ଥିତ ଥିଲେ। ଘଟଣାର ଅନୁସନ୍ଧାନ ଜାରି ରହିଛି ଏବଂ ଦୋଷୀମାନଙ୍କୁ ଖୁବ୍ ଶୀଘ୍ର ଗିରଫ୍ କରାଯିବ ବୋଲି ପୁଲିସ୍ ସୂତ୍ରରୁ ଜଣାପଡ଼ିଛି।
ଏହି ଅଭିଯାନ ଦ୍ୱାରା ମୟୂରଭଞ୍ଜ ଜିଲ୍ଲାରେ ମାଦକ ଦ୍ରବ୍ୟ ଚାଷ ଏବଂ ବ୍ୟବସାୟକୁ ରୋକିବା ଦିଗରେ ଏକ ବଡ଼ ପଦକ୍ଷେପ ବୋଲି ବିବେଚନା କରାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2026/01/19/untitled-2026-01-19-09-02-38.png)