ଭୁବନେଶ୍ବର: ବ୍ରହ୍ମପୁର ଏମକେସିଜି ଅଭିମୁଖେ ପୁଲିସ ଡିଜି ଯୋଗେଶ ବାହାଦୁର ଖୁରାନିଆ। ସେ ହସ୍ପିଟାଲରେ ଗୁରୁତର ଏସ୍‌ଓଜି ପ୍ରେମସିଂହ ମାଝୀଙ୍କୁ ଭେଟିବେ। ତାଙ୍କର ସ୍ବାସ୍ଥ୍ୟାବସ୍ଥା ସଂପର୍କରେ ପଚାରିବୁଝିବା ସହ ଚିକତ୍ସା ବ୍ୟବସ୍ଥା ସଂପର୍କରେ ଅବଗତ ହେବେ।

Advertisment

ସୂଚନାଯୋଗ୍ୟ, ଗଞ୍ଜାମ ଓ କନ୍ଧମାଳ ଜିଲ୍ଲାର ସୀମାରେ ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଗତକାଲି ଅପରାହ୍‌ଣରେ ଗୁଳିବିନିମୟ ହୋଇଥିଲା। ଏଥିରେ ଜଣେ ଏସ୍‌ଓଜି ଯବାନ ଆହତ ହୋଇଥିଲେ। ଗୁରୁତର ଏସ୍‌ଓଜି ହେଲେ ପ୍ରେମସିଂହ ମାଝୀ। ତାଙ୍କର ବାମ ହାତ ଓ ପେଟରେ ଗୁଳିବାଜିଥିଲା। ପେଟରେ ଗୁଳି ରହିଥିଲା। ଗୁରୁତର ଭାବେ ତାଙ୍କୁ ଉଦ୍ଧାର କରାଯାଇ ପ୍ରଥମେ କନ୍ଧମାଳ ଜିଲ୍ଲା ରାଇକିଆର ଇନ୍ଦ୍ରଗଡ଼ସ୍ଥିତ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପରେ ଭଂଜନଗର ଉପଖଣ୍ଡ ସ୍ବାସ୍ଥ୍ୟ‌ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଏଠାରୁ ବ୍ରହ୍ମପୁର ବଡ଼ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା।

ଏହାପରେ ପୁଲିସ ଡିଜି ରଙ୍ଗେଇଲୁଣ୍ଡା ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗସ୍ତ ପୂର୍ବରୁ ସୁରକ୍ଷା ସମୀକ୍ଷା କରିବେ।