ରାଉରକେଲା: ମାଛ ଖାଇବ ଇଲିସି, ଚାକିରି କରିବ ପୁଲିସ। ଏକଦା ଏକ ଲୋକକଥା ଥିଲା। କିନ୍ତୁ ଏହି ଲୋକକଥାର ପରିଭା‌ଷା ଏବେ ବଦଳି ଯାଇଛି। ଆଜିକାଲି ଲୋକେ ପୁଲିସକୁ ମଧ୍ୟ ଡରୁ ନାହାନ୍ତି କି ମାନୁ ନାହାନ୍ତି। ଥାନାରେ ଉତ୍ତେଜନା ପ୍ରକାଶ କରିବା, ପୁଲିସ କର୍ମଚାରୀଙ୍କୁ ମାଡ଼ମାରିବା ଘଟଣା ସାଧାରଣ ହୋଇଥିବା ବେଳେ ସୁନ୍ଦରଗଡ଼ ଜିଲ୍ଲା ବଣାଇ ଅଞ୍ଚଳରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି। ଯୁବକଙ୍କ ତୀରମାଡ଼ରେ ମହୁଲପଦା ଥାନା ଅଧିକାରୀ ସୁରେଶ ଚନ୍ଦ୍ର ପ୍ରଧାନ ଗୁରୁତର ହୋଇଛନ୍ତି। ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। 

Advertisment

 ଏହି ଖବର ପଢ଼ନ୍ତୁ: ତୀରମାଡ଼ରେ ବଡ଼ଭାଇଙ୍କ ଜୀବନ ଗଲା

ତୀରମାଡରେ ମହୁଲପଦା ଥାନା ଅଧିକାରୀ ସୁରେଶ ଚନ୍ଦ୍ର ପ୍ରଧାନ ଗୁରୁତର ହୋଇଛନ୍ତି। ତାଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।  ତାଙ୍କ ହାତ ପାପୁଲିରେ ଗଭୀର କ୍ଷତ ହୋଇଥିବା ଜଣାପଡ଼ିଛି। ଅଭିଯୁକ୍ତକୁ ଧରିବା ପାଇଁ ପୁଲିସ ଉଦ୍ୟମ ଜାରି ରଖିଛି।

ମିଳିଥିବା ସୂଚନା ମୁତାବକ ଜଣେ ମାନସିକ ଅନଗ୍ରସର ଯୁବକ ସୁନ୍ଦରଗଡ଼ ଜିଲ୍ଲା ବଣାଇ ବ୍ଲକର ଅଧୀନ ବଡଜଲ ବିଦ୍ୟାଳୟକୁ ମୋର ବୋଲଇ କହି ଛାତ ଉପରେ ବସିଥିଲା। ଏ ସଂପର୍କିତ ସୂଚନା ପାଇ ମହୁଲପଦା ପୁଲିସ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ଥିଲେ।

ଏହି ଖବର ପଢ଼ନ୍ତୁ: ତୀରମାଡ଼ରେ ପୁତୁରା ଗୁରୁତର

ତେବେ ପୁଲିସକୁ ଦେଖି ଯୁବକ ଜଣକ ଛାତ ଉପରୁ ତୀରମାଡ଼ କରିଥିଲା। ମହୁଲପଦା ଥାନା ଅଧିକାରୀ ଶ୍ରୀ ପ୍ରଧାନଙ୍କ ହାତ ପାପୁଲିରେ ତୀର ବାଜିଥିଲା। ତୀରମାଡ଼ ପରେ ଅଭିଯୁକ୍ତ ଯୁବକ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଛି। ପୁଲିସ ଟିମ୍‌ ଅଭିଯୁକ୍ତ ଯୁବକକୁ ଧରିବା ପାଇଁ ଛାନ୍‌ଭିନ ଚଳାଇଛନ୍ତି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି।