ଜଗତସିଂହପୁର: ମହିଳା ହୋମଗାର୍ଡଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ଓ ପ୍ରତାରଣା ଅଭିଯୋଗରେ ଇନ୍ସପେକ୍ଟର ତପନ ନାହାକ ନିଲମ୍ବିତ ହୋଇଛନ୍ତି। ଜଗତସିଂପୁର ଜିଲ୍ଲାରେ ଜଣେ ଯୁବତୀ ହୋମଗାର୍ଡ ପୁଲିସ ଅଧିକାରୀଙ୍କ ବିରୋଧରେ ଯୌନ ନିର୍ଯାତନାର ଏକ ଗମ୍ଭୀର ଅଭିଯୋଗ ଆଣିବା ପରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। 

Advertisment

ଅବିବାହିତ ମହିଳା ହୋମଗାର୍ଡଙ୍କ ଅଭିଯୋଗ ଅନୁଯାୟୀ, ସମ୍ପୃକ୍ତ ପୁଲିସ ଅଧିକାରୀ ଜଣକ ପୂର୍ବରୁ ବିବାହିତ ଏବଂ ତାଙ୍କର ପିଲାଛୁଆ ଅଛନ୍ତି। ସେ କିଛି ବର୍ଷ ପୂର୍ବେ ଜଗତସିଂହପୁର ଟାଉନ ପୁଲିସ ଷ୍ଟେସନରେ ଏଏସ୍‌ଆଇ ଭାବରେ ନିଯୁକ୍ତ ହୋଇଥିଲେ। ସେତେବେଳେ ହୋମଗାର୍ଡ ଜଣକ ରାଇଟର୍ ଭାବରେ କାର୍ଯ୍ୟ କରୁଥିଲେ। ଧୀରେ ଧୀରେ, ହୋମଗାର୍ଡ  ସଂପୃକ୍ତ ପୁଲିସ ଅଧିକାରୀ ତପନ ନାହାକଙ୍କ ପ୍ରେମରେ ପଡ଼ିଗଲେ ଏବଂ ସେମାନଙ୍କ ସମ୍ପର୍କ ଗଭୀର ହେବା ସହିତ ଶାରୀରିକ ମଧ୍ୟ ହୋଇଥିଲା। କିନ୍ତୁ, କୁଜଙ୍ଗ ପୁଲିସ ଷ୍ଟେସନର ଆଇଆଇସି ଭାବରେ ବଦଳି ହେବା ପରେ ତପନ ନାହାକ ତାଙ୍କୁ ଏଡ଼ାଇ ଯିବା ଆରମ୍ଭ କରିଥିଲେ।

ଅବିବାହିତ ମହିଳା ହୋମଗାର୍ଡଙ୍କ ଅଭିଯୋଗ ଅନୁଯାୟୀ, ସମ୍ପୃକ୍ତ ପୁଲିସ ଅଧିକାରୀ ଜଣକ ପୂର୍ବରୁ ବିବାହିତ ଏବଂ ତାଙ୍କର ପିଲାଛୁଆ ଅଛନ୍ତି। ସେ କିଛି ବର୍ଷ ପୂର୍ବେ ଜଗତସିଂହପୁର ଟାଉନ ପୁଲିସ ଷ୍ଟେସନରେ ଏଏସ୍‌ଆଇ ଭାବରେ ନିଯୁକ୍ତ ହୋଇଥିଲେ। ସେତେବେଳେ ହୋମଗାର୍ଡ ଜଣକ ରାଇଟର୍ ଭାବରେ କାର୍ଯ୍ୟ କରୁଥିଲେ।

ଧୀରେ ଧୀରେ, ହୋମଗାର୍ଡ  ସଂପୃକ୍ତ ପୁଲିସ ଅଧିକାରୀ ତପନ ନାହାକଙ୍କ ପ୍ରେମରେ ପଡ଼ିଗଲେ ଏବଂ ସେମାନଙ୍କ ସମ୍ପର୍କ ଗଭୀର ହେବା ସହିତ ଶାରୀରିକ ମଧ୍ୟ ହୋଇଥିଲା। କିନ୍ତୁ, କୁଜଙ୍ଗ ପୁଲିସ ଷ୍ଟେସନର ଆଇଆଇସି ଭାବରେ ବଦଳି ହେବା ପରେ ତପନ ନାହାକ ତାଙ୍କୁ ଏଡ଼ାଇ ଯିବା ଆରମ୍ଭ କରିଥିଲେ।

ଜଗତସିଂହପୁର ପୁଲିସ ଅଧୀକ୍ଷକ (ଏସପି) ଭବାନୀ ଶଙ୍କର ଉଦଗାତା କହିଥିଲେ, ଜଣେ ମହିଳା ହୋମଗାର୍ଡ ଥାନାରେ ରାଇଟର ଭାବରେ କାମ କରୁଥିବା ସମୟରେ ଆଇଆଇସି ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିବା ରିପୋର୍ଟ କରିଥିଲେ। ଜଗତସିଂହପୁର ପୁଲିସ ଷ୍ଟେସନରେ ଏକ ମାମଲା ନଂ ୧୧୭/୨୫ ରୁଜୁ କରାଯାଇଛି ଏବଂ ତଦନ୍ତ ଚାଲିଛି।