ଜଳେଶ୍ବର: ବାଲେଶ୍ଵର ଏସ୍‌ପି ମୋ ପ୍ରତି ଭେଦଭାବ ରଖୁଛନ୍ତି। ମାନସିକ ଚାପ୍ ଦିଆ ଯାଉଥିବାରୁ ସେ ନିର୍ଯାତିତ ହେଉଛନ୍ତି। ଏପରି ଆକ୍ଷେପମୂଳକ ଓ ଅପମାନଜନକ ବ୍ୟବହାର ପ୍ରଦର୍ଶନ ଯୋଗୁଁ ଜୀବନ ହାରିବା ଛଡ଼ା ମୋର ଆଉ କିଛି ଉପାୟ ନାହିଁ ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ ତାଙ୍କ ଉପରିସ୍ଥ ଅଧିକାରୀଙ୍କୁ ଏପରି ଚିଠି ଲେଖି ଜଣାଇଛନ୍ତି। 

Advertisment

ବାଲେଶ୍ୱର ଏସପି ନିର୍ଯାତନା ଦେଉଥିବା ଅଭିଯୋଗ ଆଣିଛନ୍ତି ଜଳେଶ୍ୱର ଏସଡିପିଓ ବ୍ରଜମୋହନ ପ୍ରଧାନ। ଏସ୍‌ପି ତାଙ୍କ ଉପରେ ଏକାଧିକ ଦାୟିତ୍ୱ ଲଦି ଦେଉଛନ୍ତି। ଏପରିକି ଜେନେରାଲ ମିଟିଙ୍ଗରେ ଅନ୍ୟ ଅଧସ୍ତନ କର୍ମଚାରୀଙ୍କ ଆଗରେ ତାଙ୍କୁ ଅପମାନିତ କରୁଛନ୍ତି। ବାଲେଶ୍ୱର ହେଡକ୍ୱାର୍ଟରରେ ଡିଏସପି ଦାୟିତ୍ୱ ତୁଲାଉଥିଲାବେଳେ ପୁଣି ଜଳେଶ୍ୱରରେ ଏସଡିପିଓ ଦାୟିତ୍ୱ ତୁଲାଉଛନ୍ତି। ବୟସ ତାଙ୍କର ୫୮ ବର୍ଷ ହେଲାଣି, ତାଙ୍କ ଘର କନ୍ଧମାଳ ଜିଲ୍ଲାରେ। ଏଭଳି ତାଙ୍କୁ ମାନସିକ ନିର୍ଯାତନା ଦିଆଯାଉଛି। ଶେଷରେ ସେ ଉପରିସ୍ଥ ଅଧିକାରୀଙ୍କୁ ଚିଠି ଲେଖି ଜଣାଇଛନ୍ତି ଯେ ‘ମୋ ପାଖରୁ ଯଦି ଏସଡିପିଓ ଦାୟିତ୍ବ ପ୍ରତ୍ୟାହାର କରି ନିଆ ନ ଯାଏ ତାହାହେଲେ ମୁଁ ଜୀବନ ହାରିଦେବ।

ଜଳେଶ୍ୱର ଏସଡିପିଓ ବ୍ରଜମୋହନ ପ୍ରଧାନ ଅଭିଯୋଗ ଆଣିଛନ୍ତି ଯେ, ଏସ୍‌ପି ତାଙ୍କ ଉପରେ ଏକାଧିକ ଦାୟିତ୍ୱ ଲଦି ଦେଉଛନ୍ତି। ଏପରିକି ଜେନେରାଲ ମିଟିଙ୍ଗରେ ଅନ୍ୟ ଅଧସ୍ତନ କର୍ମଚାରୀଙ୍କ ଆଗରେ ତାଙ୍କୁ ଅପମାନିତ କରୁଛନ୍ତି।

 

ଜଣେ ପୁଲିସ ଅଧିକାରୀ ଜୀବନ ହାରିବା ଭଳି ନିଷ୍ପତ୍ତି ନେବା କେତେ ଦୂର ଯୁକ୍ତି ଯୁକ୍ତ? ଜିଲ୍ଲାପାଳଙ୍କ ବ୍ୟବହାର ମଧ୍ୟ ତାଙ୍କୁ ଅତିଷ୍ଠ କରୁଛି। ତେଣୁ ମାନସିକ ସ୍ଥିତି ଭଲ ନାହିଁ ବୋଲି ଚିଠିରେ ପୂର୍ବାଞ୍ଚଳ ଡ଼ିଆଇଜିଙ୍କୁ ଜଣାଇଛନ୍ତି।

ଅନ୍ୟପକ୍ଷରେ ଏସଡିପିଓ ଶ୍ରୀ ପ୍ରଧାନ ଆଜି ଜଳେଶ୍ବର ଥାନାରେ ଥିବା ବେଳେ ହଠାତ ଅସୁସ୍ଥ ହୋଇଥିଲେ। ତାଙ୍କୁ ଜଳେଶ୍ୱରସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଖବର ପାଇ ପୂର୍ବାଞ୍ଚଳ ଡ଼ିଆଇଜି ତାଙ୍କୁ ହସପିଟାଲରେ ଦେଖା କରିଛନ୍ତି। ହସ୍ପିଟାଲରେ ତାଙ୍କ ବୟାନ ମଧ୍ୟ ଡିଆଇଜି ନେଇଛନ୍ତି। ଘଟଣାଟି ସମଗ୍ର ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି।

Baleswar