ଫିରିଙ୍ଗିଆ: ଫିରିଙ୍ଗିଆ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ରାସ୍ତାକଡ଼ରେ ଠିଆ ହେଇଥିବା ଅଟୋକୁ ପୁଲିସ ଗାଡ଼ି ପଛରୁ ଧକ୍କା ଦେଇ ଚମ୍ପଟ ମାରିଛି। ଉତ୍ତ୍ୟକ୍ତ ଲୋକମାନେ ରାସ୍ତା ଅବରୋଧ କରିଛନ୍ତି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ପ୍ରକାରେ ଫିରିଙ୍ଗିଆରୁ ସାରଙ୍ଗଗଡକୁ ଯାଉଥିବା (ଓଡି ୧୨ସି ୪୧୬୪ )ଅଟୋଟି ଫୁଲବାଣି-ବାଲିଗୁଡ଼ା ମୁଖ୍ୟ ରାସ୍ତା ଏସ ଏଚ ୧ ମାସିରିପଡା ଛକଠାରେ ଠିଆ ଥିଲା । ଏହି ସମୟରେ ପୁଲିସ ଗାଡ଼ି ଦ୍ରୁତ ଗତିରେ ଆସି ଅଟୋକୁ ପଛରୁ ଧକ୍କା ଦେଇ ଚମ୍ପଟ ମାରିଥିଲା । ଫଳରେ ଅଟୋଟି ରାସ୍ତାରୁ ପ୍ରାୟ ୩୦ ଫୁଟ ଖାଲ ଏକ ବିଲକୁ ଛିଟିକି ପଡ଼ିଥିଲା।
ଫିରିଙ୍ଗିଆରୁ ସାରଙ୍ଗଗଡକୁ ଯାଉଥିବା (ଓଡି ୧୨ସି ୪୧୬୪ )ଅଟୋଟି ଫୁଲବାଣି-ବାଲିଗୁଡ଼ା ମୁଖ୍ୟ ରାସ୍ତା ଏସ ଏଚ ୧ ମାସିରିପଡା ଛକଠାରେ ଠିଆ ଥିଲା । ଏହି ସମୟରେ ପୁଲିସ ଗାଡ଼ି ଦ୍ରୁତ ଗତିରେ ଆସି ଅଟୋକୁ ପଛରୁ ଧକ୍କା ଦେଇ ଚମ୍ପଟ ମାରିଥିଲା । ଫଳରେ ଅଟୋଟି ରାସ୍ତାରୁ ପ୍ରାୟ ୩୦ ଫୁଟ ଖାଲ ଏକ ବିଲକୁ ଛିଟିକି ପଡ଼ିଥିଲା। ଅଟୋ ଚାଳକ ସାରଙ୍ଗଗଡ଼ ଅଞ୍ଚଳର କରୁଣା ନାଏକ ବୋଲି ଜଣାପଡ଼ିଛି। ତାଙ୍କ ହାତ ଓ ଗୋଡ଼ରେ ଆଘାତ ଲାଗିଛି। ସୌଭାଗ୍ୟବଶତଃ ଅଟୋରେ ବସିଥିବା ଦୁଇ ମହିଳା ଯାତ୍ରୀ ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତି ଯାଇଛନ୍ତି।
ଅଟୋ ଚାଳକ ସାରଙ୍ଗଗଡ଼ ଅଞ୍ଚଳର କରୁଣା ନାଏକ ବୋଲି ଜଣାପଡ଼ିଛି। ତାଙ୍କ ହାତ ଓ ଗୋଡ଼ରେ ଆଘାତ ଲାଗିଛି। ଖବର ପାଇ ଫିରିଙ୍ଗିଆ ଅଗ୍ନିଶମ କର୍ମଚାରୀ ପହଞ୍ଚି ଆହତଙ୍କୁ ଚିକିତ୍ସା ପାଇଁ ଫିରିଙ୍ଗିଆ ମେଡିକାଲରେ ଭର୍ତ୍ତି କରିଛନ୍ତି। ସୌଭାଗ୍ୟବଶତଃ ଅଟୋରେ ବସିଥିବା ଦୁଇ ମହିଳା ଯାତ୍ରୀ ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତି ଯାଇଛନ୍ତି। ଉତ୍ତ୍ୟକ୍ତ ଲୋକମାନେ ରାଜରାସ୍ତା ଅବରୋଧ କରିଛନ୍ତି। ଉଭୟ ପାର୍ଶ୍ବରେ ଶତାଧିକ ଯାନବାହନ ଅଟକି ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2025/10/10/untitled-1-2025-10-10-12-43-17.jpg)