ଭୁବନେଶ୍ବର: ଉପରାଷ୍ଟ୍ରପତି ନିର୍ବାଚନରେ ବିଜେଡି ଭାଗ ନ ନେବା ଫଳରେ ଏହାର କି ପ୍ରଭାବ ରାଜ୍ୟ ଓ ରାଷ୍ଟ୍ରୀୟ ରାଜନୀତିରେ ପଡ଼ିବ, ତାହା ଗୋଟିଏପଟେ ଚର୍ଚ୍ଚାର ବିଷୟ। ଏଣେ ଦଳ ଭିତରେ ସବୁ କିଛି ଠିକ୍‌ଠାକ୍‌ ନଥିବାର ଏକାଧିକ ଘଟଣା ସାମ୍ନାକୁ ଆସିଲାଣି। ସବୁଠାରୁ ବଡ଼ କଥା ହେଲା ଯେ ବିଜେଡିର ବରିଷ୍ଠ ନେତ୍ରୀ ଶ୍ରମୟୀ ମିଶ୍ର ସାମାଜିକ ଗଣମାଧ୍ୟମରେ ‘ଧୃତରାଷ୍ଟ୍ର’ ଉପାଖ୍ୟାନ କହି ହଟଚମଟ ସୃଷ୍ଟି କରିଛନ୍ତି। ତେଣେ ମହାଭାରତର ‘ଶ୍ରୀକୃଷ୍ଣ’ ପ୍ରସଙ୍ଗକୁ ଲେଖି ଏହାର ପ୍ରତିବାଦ କରିଛନ୍ତି ଅନ୍ୟ ଏକ ଗୋଷ୍ଠୀ। ଏହା ବିଜେଡି ଭିତରେ ଥିବା ଆଭ୍ୟନ୍ତରୀଣ ବିବାଦକୁ ପଦାରେ ପକାଇଛି ବୋଲି କୁହାଗଲେ ଅତ୍ୟୁକ୍ତି ହେବ ନାହିଁ। ଏହି ଘଟଣାକୁ ବିଜେଡିର ସାଧାରଣ କର୍ମୀମାନେ ମଧ୍ୟ ସହଜରେ ଗ୍ରହଣ କରିପାରୁ ନାହାନ୍ତି।

Advertisment

ଯେଉଁଠି ବିଜେଡି ଶାସନ କ୍ଷମତାରେ ଥିବା ବେଳେ କେହି କାହାରି ବିରୁଦ୍ଧରେ ମୁହଁ ଖୋଲିବାର ଦୁଃସାହସ କରିପାରୁନଥିଲେ, ଏବେ କ୍ଷମତା ଯିବା ପରେ କେହି କାହାକୁ ମାନୁନଥିବା ଦୃଷ୍ଟିଗୋଚର ହେଉଛି। ଏଇ କିଛି ମାସ ଭିତରେ ବଦ୍ରି ପାତ୍ର, ପ୍ରଫୁଲ୍ଲ ମଲ୍ଲିକ, ରଣେନ୍ଦ୍ର ପ୍ରତାପ ସ୍ବାଇଁ, ଦେବାଶିଷ ସାମନ୍ତରାୟ,ଭୂପିନ୍ଦର ସିଂହ, ଶଶୀଭୂଷଣ ବେହେରା ଓ ଅରୁଣ ସାହୁଙ୍କ ଭଳି ଦଳର ବରିଷ୍ଠ ନେତାମାନଙ୍କ ଟିପ୍ପଣୀ  ଅନେକ ସମୟରେ ବିଜେଡକୁ ଅଡ଼ୁଆରେ ପକାଇଛି। ଏପରିକି ବିଜେଡିର ପୂର୍ବତନ ବିଧାୟକ ତଥା ଏବେକାର ବାଙ୍କୀ ବିଧାୟକ ଦେବୀରଂଜନ ତ୍ରିପାଠୀଙ୍କ ପିତା ପ୍ରଭାତ ତ୍ରିପାଠୀ ଯେଉଁଭଳି କଥା କହିଥିଲେ, ତାହା ଭୁଲିବାର ନୁହେଁ। କ୍ଷମତାସୀନ ସମୟରେ, ଯିଏ ବି ଦଳ ବା ବି‌ଜେଡି ନେତୃତ୍ବ ସଂପର୍କରେ କୌଣସି ନକାରାତ୍ମକ କଥା କହୁଥିଲେ, ତାଙ୍କ  ବିରୋଧରେ ତତ୍‌କ୍ଷଣାତ୍‌ କାର୍ଯ୍ୟାନୁଷ୍ଠାନ ନିଆଯାଉଥିଲା। ଏହାର ସବୁଠାରୁ ବଡ଼ ଉଦାହରଣ ଥିଲେ ବରିଷ୍ଠ ନେତା ପ୍ରଫୁଲ୍ଲ ଘଡ଼େଇ। ହେଲେ ବିରୋଧୀ ଆସନ ବସିବା ପରେ କାହିଁ ସେଭଳି ବଡ଼ କାର୍ଯ୍ୟାନୁଷ୍ଠାନ ନିଆଯାଉଥିବାର ନଜିର ସାମ୍ନାକୁ ଆସିନାହିଁ। ଏବେ କ’ଣ ବିଦ୍ରୋହର ଭୟ ରହିଛି କି ବିଜେଡି ଭିତରେ, ଯେଉଁଥିଲାଗି ଉପରୋକ୍ତ ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ? ଏଭଳି ପ୍ରଶ୍ନବାଚୀ ଉଙ୍କି ମାରୁଛି ସାଧାରଣରେ।

ଯେଉଁଠି ବିଜେଡି ଶାସନ କ୍ଷମତାରେ ଥିବା ବେଳେ କେହି କାହାରି ବିରୁଦ୍ଧରେ ମୁହଁ ଖୋଲିବାର ଦୁଃସାହସ କରିପାରୁନଥିଲେ, ଏବେ କ୍ଷମତା ଯିବା ପରେ କେହି କାହାକୁ ମାନୁନଥିବା ଦୃଷ୍ଟିଗୋଚର ହେଉଛି। ଏଇ କିଛି ମାସ ଭିତରେ ବଦ୍ରି ପାତ୍ର, ପ୍ରଫୁଲ୍ଲ ମଲ୍ଲିକ, ରଣେନ୍ଦ୍ର ପ୍ରତାପ ସ୍ବାଇଁ, ଦେବାଶିଷ ସାମନ୍ତରାୟ, ଭୂପିନ୍ଦର ସିଂହ, ଶଶୀଭୂଷଣ ବେହେରା ଓ ଅରୁଣ ସାହୁଙ୍କ ଭଳି ଦଳର ବରିଷ୍ଠ ନେତାମାନଙ୍କ ଟିପ୍ପଣୀ  ଅନେକ ସମୟରେ ବିଜେଡକୁ ଅଡ଼ୁଆରେ ପକାଇଛି। ଏପରିକି ବିଜେଡିର ପୂର୍ବତନ ବିଧାୟକ ତଥା ଏବେକାର ବାଙ୍କୀ ବିଧାୟକ ଦେବୀରଂଜନ ତ୍ରିପାଠୀଙ୍କ ପିତା ପ୍ରଭାତ ତ୍ରିପାଠୀ ଯେଉଁଭଳି କଥା କହିଥିଲେ, ତାହା ଭୁଲିବାର ନୁହେଁ। କ୍ଷମତାସୀନ ସମୟରେ, ଯିଏ ବି ଦଳ ବା ବି‌ଜେଡି ନେତୃତ୍ବ ସଂପର୍କରେ କୌଣସି ନକାରାତ୍ମକ କଥା କହୁଥିଲେ, ତାଙ୍କ  ବିରୋଧରେ ତତ୍‌କ୍ଷଣାତ୍‌ କାର୍ଯ୍ୟାନୁଷ୍ଠାନ ନିଆଯାଉଥିଲା। ଏହାର ସବୁଠାରୁ ବଡ଼ ଉଦାହରଣ ଥିଲେ ବରିଷ୍ଠ ନେତା ପ୍ରଫୁଲ୍ଲ ଘଡ଼େଇ। ହେଲେ ବିରୋଧୀ ଆସନ ବସିବା ପରେ କାହିଁ ସେଭଳି ବଡ଼ କାର୍ଯ୍ୟାନୁଷ୍ଠାନ ନିଆଯାଉଥିବାର ନଜିର ସାମ୍ନାକୁ ଆସିନାହିଁ। ଏବେ କ’ଣ ବିଦ୍ରୋହର ଭୟ ରହିଛି କି ବିଜେଡି ଭିତରେ, ଯେଉଁଥିଲାଗି ଉପରୋକ୍ତ ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ? ଏଭଳି ପ୍ରଶ୍ନବାଚୀ ଉଙ୍କି ମାରୁଛି ସାଧାରଣରେ। ତେଣେ ଦଳର ଦକ୍ଷିଣ ଓଡ଼ିଶାର ଟାଣୁଆ ସଂଗଠକ ତଥା ପୂର୍ବତନ ଏନ୍ ଭାସ୍କର ରାଓ ବିଜେଡି ନେତୃତ୍ବଙ୍କ ଉପରେ ଖପ୍ପା ଅଛନ୍ତି। ଏଣେ ବିଜେଡି ସମର୍ଥିତ ବହୁ ସରପଞ୍ଚ, ସମିତିସଭ୍ୟ ଏପରିକି ପଞ୍ଚାୟତ ସମିତି  ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ବି ଦଳ ଛାଡ଼ୁଛନ୍ତି। ଅଧିକାଂଶ ବିଜେପିମୁହାଁ ହୋଇଛନ୍ତି। ବିଜେଡିର ବହୁ ତୃଣମୂଳ ସ୍ତରର ଟାଣୁଆ ନେତା ବି ଏଭଳି କରୁଥିବା ଦେଖିବାକୁ ମିଳିଛି।

ତେଣେ ଉପରାଷ୍ଟ୍ରପତି ନିର୍ବାଚନରେ ବିଜେଡି ଭାଗ ନ ନେବା ଫଳରେ ନିଜର ରାଜନୈତିକ ପତିଆରା ବଜାୟ ରଖିବାରେ ସକ୍ଷମ ହେଉଛି କି ନା, ତାହା ଆଗାମୀ ସମୟରେ ଜଣାଯିବ। ରାଷ୍ଟ୍ରୀୟ ରାଜନୀତିରେ ବିଜେଡିର ବିଶେଷ ଭୂମିକା ନାହିଁ, କାରଣ ଏହା ଏକ ଆଞ୍ଚଳିକ ଦଳ ବୋଲି ଖୋଦ୍ ବିଜେଡି ରାଜ୍ୟସଭା ସାଂସଦ ସୁଲତା ଦେଓ ସ୍ବୀକାର କରିଛନ୍ତି। ଅର୍ଥାତ୍ ରାଷ୍ଟ୍ରୀୟ ରାଜନୀତିରେ ବିଜେଡିର ଆଗ୍ରହ ନାହିଁ। ଦଳ ପାଖରେ ଏବେ କେହି ଲୋକସଭା ସଦସ୍ୟ ନାହାନ୍ତି। ଏଣୁ ଆଗାମୀ ଦିନରେ ପୁଣି କେଉଁ ନେତା କିଭଳି ବିସ୍ଫୋରଣ କରୁଛନ୍ତି, ତାହା ଦେଖିବା ନିଶ୍ଚିତ ଭାବେ ରୋଚକ ହେବ।