ରାଉରକେଲା: ବିଦ୍ୟା ଅର୍ଜନର ପ୍ରତିବନ୍ଧକ ସାଜିନି ବାର୍ଦ୍ଧକ୍ୟ। ଅଧାରୁ ପାଠ ଛାଡିଦେଉଥିବା ବିଦ୍ୟାର୍ଥୀମାନଙ୍କ ପାଇଁ ସେ ସାଜିଛନ୍ତି ପ୍ରେରଣା। ୭୮ ବର୍ଷରେ ପବ୍ଲିକ ଆଡମିନିଷ୍ଟ୍ରେସନ୍ରେ ୭୦% ନମ୍ବର ରଖି ସମ୍ବଲପୁରସ୍ଥ ଓଡ଼ିଶା ମୁକ୍ତ ବିଶ୍ବବିଦ୍ୟାଳୟରୁ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି। ଜୀବନର ଶେଷ ନିଶ୍ବାସ ପର୍ଯ୍ୟନ୍ତ ଜ୍ଞାନଅର୍ଜନ କରିବାକୁ ଲକ୍ଷ୍ୟ ରଖିଛନ୍ତି। ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇଥିଲେ ହେଁ ଆଗାମୀ ଦିନରେ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ହିଗ୍ରୀ ହାସଲ କରିବାକୁ ମନୋବଳାଇଛନ୍ତି। ଏଥିପାଇଁ ସେ ଦିନରାତି ପାଠପଢ଼ାରେ ମନୋନିବେଶ କରିଛନ୍ତି। ଏମିତି ଜଣେ ବରିଷ୍ଠ ନାଗରିକ ହେଲେ ଫର୍ଟିଲାଇଜର ବାଲିଯୋଡି ଏବିସି କଲୋନିର ଜୟକୃଷ୍ଣ ସ୍ବାଇଁ (୭୮)।
ଜୟକୃଷ୍ଣଙ୍କ ଏଭଳି ନିଶା ପାଠଠୁ ଦୂରେଇ ଯାଉଥିବା ଲୋକଙ୍କୁ ନିଶ୍ଚିତ ଭାବେ ପ୍ରେରଣା ଦେବ। ଜୟକୃଷ୍ଣ କହିଛନ୍ତି, ବିଦ୍ୟା ଅର୍ଜନ କରିବାରେ କୌଣସି ବୟସ ସୀମା ନଥାଏ। ଧୈର୍ଯ୍ୟ ରହିବା ଦରକାର। ପାଠ ପଢ଼ିବାର ନିଶା ମୋତେ କେବେ ମାନସିକ ଅସୁସ୍ଥତା କରିପାରିନି। ଯାହାକୁ ୭୮ ବର୍ଷ ବୟସରେ ପ୍ରମାଣିତ କରିପାରିଛି।
ସେ ଜଗତସିଂହପୁର ଜିଲ୍ଲାରୁ ମାଟ୍ରିକ ପାସ୍ ପରେ ବାରିପଦା ସରକାରୀ ମହାବିଦ୍ୟାଳୟରୁ କଳରେ ଦ୍ବାଦଶ ଓ ଉତ୍କଳ ବିଶ୍ବବିଦ୍ୟାଳ୍ରରୁ ଅର୍ଥନୀତିରେ ସ୍ନାତକ କରିଥିଲେ। ଏଥିସହ ସେ ବିଭିନ୍ନ ପ୍ରକାର ବର୍ଷିକିଆ ପାଠ୍ୟକ୍ରମରେ ଶିକ୍ଷାଗ୍ରହଣ କରିଥିଲେ। ସେ ଓଡ଼ିଶା ସରକାରଙ୍କ ଅଧୀନରେ ରାଜସ୍ବ ନିରୀକ୍ଷକ, ଅର୍ଥନୀତି ଅନ୍ବେଷକ ଅଧିକାରୀ, ଶିଳ୍ପ ଅଧିକାରୀ ଆଦି ପଦପଦବୀରେ କାର୍ଯ୍ୟ କରିଛନ୍ତି। ଗତ ୨୦୦୪ରେ ସେ ଚାକିରିରୁ ଅବସରଗ୍ରହଣ କରିବା ପରେ ବିଭିନ୍ନ ପ୍ରକାର ସାମାଜିକ ଓ ଧାର୍ମିକ କାର୍ଯ୍ୟରେ ନିଜକୁ ନିୟୋଜିତ କରଛନ୍ତି। ନିଜେ ବିଭିନ୍ନ ରୋଗରେ ଆକ୍ରାନ୍ତ ଓ ତାଙ୍କ ପତ୍ନୀ କର୍କଟରୋଗରେ ପୀଡିତଥିଲେ ହେଁ ଭାଙ୍ଗି ପଡ଼ିନାହାନ୍ତି। ବୃଦ୍ଧା ଅବସ୍ଥାରେ ଜ୍ଞାନଅର୍ଜନର ନିଶା ତାଙ୍କୁ ଆଗକୁ ବଢ଼ିବାରେ ରୋକିପାରିନି। ଶେଷ ନିଶ୍ବାସ ପର୍ଯ୍ୟନ୍ତ ଜ୍ଞାନ ଅର୍ଜନ କରିବେ ବୋଲି ସେ କହିଛନ୍ତି। ଜୟକୃଷ୍ଣଙ୍କ ଏଭଳି ନିଶା ପାଠଠୁ ଦୂରେଇ ଯାଉଥିବା ଲୋକଙ୍କୁ ନିଶ୍ଚିତ ଭାବେ ପ୍ରେରଣା ଦେବ। ଜୟକୃଷ୍ଣ କହିଛନ୍ତି, ବିଦ୍ୟା ଅର୍ଜନ କରିବାରେ କୌଣସି ବୟସ ସୀମା ନଥାଏ। ଧୈର୍ଯ୍ୟ ରହିବା ଦରକାର। ପାଠ ପଢ଼ିବାର ନିଶା ମୋତେ କେବେ ମାନସିକ ଅସୁସ୍ଥତା କରିପାରିନି। ଯାହାକୁ ୭୮ ବର୍ଷ ବୟସରେ ପ୍ରମାଣିତ କରିପାରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2024/11/16/qORBSJ7QqNjxq9HicBtD.jpg)