ରାଉରକେଲା:ସୁନ୍ଦରଗଡ଼ ଜିଲ୍ଲା ବଣାଇ ଟିକାୟତ ପାଲି ଥାନା ଅନ୍ତର୍ଗତ ଜର୍ଡାପାଲିରେ ଦୁର୍ବୃତ୍ତଙ୍କ ଗୁଳି ମାଡ଼ରେ ଜଣେ ୭ ମାସର ଗର୍ଭବତୀ ମହିଳାଙ୍କ ମୃତ୍ୟୁ ଘଟିଛି। ଗତକାଲି ବିଳମ୍ବିତ ରାତିରେ ଘଟିଛି ଏହି ଗୁଳି କାଣ୍ଡ ହୋଇଥିଲା । ମହିଳା ଜଣକ ନିଜ ଘରେ ଥିବା ବେଳେ ଦୁଇ ଜଣ ଯୁବକ ଆସି ତାଙ୍କ ଘର କବାଟ ବାଡେଇ ଥିଲେ। ମହିଳା କବାଟ ଖୋଲିବା ବେଳେ ଦୁବୃର୍ତ୍ତ ଦ୍ବୟ ତାଙ୍କ ବେକରୁ ସୁନା ଚେନ୍ ଲୁଟି ଥିଲେ। ମହିଳା ପ୍ରତିରୋଧ କରିବାରୁ ଦୁର୍ବୃତ୍ତ ଅତି ନିକଟରୁ ତାଙ୍କୁ ଗୁଳି କରିଥିଲେ।
ବାଇକରେ ଦୁବୃର୍ତ୍ତମାନେ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିଲେ। ସ୍ଥାନୀୟ ଲୋକେ ତୁରନ୍ତ ଉକ୍ତ ମହିଳାଙ୍କୁ ବଣାଇ ହସ୍ପିଟାଲକୁ ଆଣିଥିଲେ। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଟିକାୟତ ପାଲି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛନ୍ତି।
ପରେ ବାଇକରେ ଦୁବୃର୍ତ୍ତମାନେ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିଲେ। ସ୍ଥାନୀୟ ଲୋକେ ତୁରନ୍ତ ଉକ୍ତ ମହିଳାଙ୍କୁ ବଣାଇ ହସ୍ପିଟାଲକୁ ଆଣିଥିଲେ। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଟିକାୟତ ପାଲି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2024/12/12/WST8p1byTJ0K7pOWYkTZ.jpg)