ବୀରମହାରାଜପୁର: ସୁବର୍ଣ୍ଣପୁରଜିଲ୍ଲା ବୀରମହାରାଜପୁର ବ୍ଲକ ଅଧୀନ ଭାଲୁଡୁଙ୍ଗୁରି ଗ୍ରାମରେ ଚଳିତବର୍ଷ ୩୦ତମ ଗଣେଶ ପୂଜା ଓ ନୂଆଁଖାଇ ଅବସରରେ ଆୟୋଜିତ ହେବାକୁଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ‘ପ୍ରତିଭା’ର ଚତୁର୍ଥ ସଂସ୍କରଣ ପାଇଁ ସୋମବାର ପ୍ରସ୍ତୁତି ବୈଠକ ହୋଇଯାଇଛି। ଗ୍ରାମର ଭଗବତ ମନ୍ଦିର ପରିସରରେ ଆୟୋଜିତ ଏହି ବୈଠକରେ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରାଯାଇଥିଲା।
କମିଟିର ସଦସ୍ୟ ସରୋଜ ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ଗଣେଶ ପୂଜା ପୂର୍ବାହ୍ଣ ୧୧ଟାରୁ ଆରମ୍ଭ କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା। ଆସନ୍ତା ଅଗଷ୍ଟ ୨୭ ତାରିଖରେ ଗଣେଶ ପୂଜା ଓ ପୁଷ୍ପାଞ୍ଜଳି ଅର୍ପଣ ପରେ ଅପରାହ୍ଣ ୧ଟାରେ ପ୍ରସାଦ ସେବନ ଏବଂ ଅଗଷ୍ଟ ୨୯ ତାରିଖ ଦିନ ଗଣେଶ ମୂର୍ତ୍ତି ବିସର୍ଜନ ପାଇଁ ଆଲୋଚନା କରାଯାଇଥିଲା।
ପଶ୍ଚିମ ଓଡ଼ିଶାର ଗଣପର୍ବ ’ନୂଆଁଖାଇ’ ଆସନ୍ତା ଅଗଷ୍ଟ ୨୮ ତାରିଖରେ ପାଳନ ହେବ। ଏହି ଅବସରରେ ଭାଲୁଡୁଙ୍ଗୁରି ଗ୍ରାମରେ ସାଂସ୍କୃତିକ କାର୍ଯ୍ୟକ୍ରମ ‘ପ୍ରତିଭା’ର ଆୟୋଜନ ହେବ। ଏହି କାର୍ଯ୍ୟକ୍ରମରେ ସ୍କୁଲପିଲାଙ୍କୁ ନେଇ ଚିତ୍ରାଙ୍କନ, ସାଧାରଣଜ୍ଞାନ, ଗୀତ ଓ ନୃତ୍ୟ ପ୍ରତିଯୋଗିତା ହେବ।
ଗଣେଶ ପୂଜା କମିଟିର ସଂପାଦକ ମଦନ ସାହୁ କହିଛନ୍ତି, ‘ପ୍ରତିଭା’ କାର୍ଯ୍ୟକ୍ରମରେ ଶିକ୍ଷାବିତ୍ ତଥା ଅବସରପ୍ରାପ୍ତ ଶିକ୍ଷକ ବସନ୍ତ ସାହୁଙ୍କୁ ମୁଖ୍ୟ ଅତିଥି ଓ ସାହିତ୍ୟିକ ତଥା ସଂଗଠକ ରାଧେଶ୍ୟାମ ମିଶ୍ରଙ୍କୁ ମୁଖ୍ୟବକ୍ତା ଭାବେ ଉପସ୍ଥିତ ରହିବେ। ଭାଲୁଡୁଙ୍ଗୁରି ଗ୍ରାମର ସମାଜସେବୀ ପ୍ରତାପ ମଲ୍ଲିକଙ୍କୁ ମାନପତ୍ର ସହିତ ସମ୍ମାନିତ କରାଯିବ। ସମାରୋହରେ ଗ୍ରାମର ଅନ୍ୟ ଯୁବ ପ୍ରତିଭାମାନଙ୍କୁ ସମ୍ମାନିତ କରାଯିବ ଓ ଚଳିତ ବର୍ଷ ଦଶମ ଶ୍ରେଣୀ ବାର୍ଷିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀମାନଙ୍କୁ ଉପହାର ଦିଆଯିବ। ସେହିପରି ଉଭୟ ବରିଷ୍ଠ ଓ କନିଷ୍ଠ ବର୍ଗରେ ଆୟୋଜିତ ଚିତ୍ରାଙ୍କନ, ସାଧାରଣଜ୍ଞାନ, ଗୀତ ଓ ନୃତ୍ୟ ପ୍ରତିଯୋଗିତାରେ କୃତିତ୍ବ ହାସଲ କରିବାକୁ ଥିବା ପ୍ରତିଯୋଗୀମାନଙ୍କୁ ଟ୍ରଫି ଓ ପ୍ରମାଣପତ୍ର ସହ ପୁରସ୍କୃତ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି।
ଏହି ବୈଠକରେ ପୂଜା କମିଟିର ସଦସ୍ୟ ଦୀପକ କୁମାର ସାହୁ, ଆକାଶ ସାହୁ, ପ୍ରକାଶ ଚନ୍ଦ୍ର ସାହୁ, ଗିରିଧାରୀ ମଲ୍ଲୀକ, ବାବୁ ଦେହୁରୀ, ଗୋପୀନାଥ ସାହୁ, ଧନଞ୍ଜୟ ମାଝୀ, ହେମନ୍ତ ମାଝୀ, ଗଦାଧର ସାହୁ, ଲିକୁନ ସାହୁ, ବୁଲୁ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ଅନ୍ଲାଇନ୍ ମାଧ୍ୟମରେ ଭୁବନେଶ୍ବରରୁ ମହେନ୍ଦ୍ର ସାହୁ, ସୋନପୁରରୁ ସୁବ୍ରତ ସାହୁ, ରେଢ଼ାଖୋଲରୁ ଭଗବାନ ଧଳ ଏବଂ ତାମିଲନାଡୁରୁ ଅନେକ ସଦସ୍ୟ ଯୋଡ଼ି ହୋଇଥିଲେ।
Subarnapur
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/07/29/ganesh-2025-07-29-21-03-47.jpg)