ରାଇରଙ୍ଗପୁର/ଗୋରୁମହିଷାଣୀ: ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ବ୍ଳକ୍ ଗୋରୁମହିଷାଣୀସ୍ଥ ଜାଗରଣ ପକ୍ଷରୁ ପିଏନବୋଷ ପଡ଼ିଆରେ ପାଳିତ ହେବାକୁ ଥିବା ସ୍ୱାଧୀନତା ଦିବସ ନିମନ୍ତେ ପ୍ରସ୍ତୁତି ବୈଠକ ଗୋରୁମହିଷାଣୀ ବ୍ଲକ ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ବାଇଟର ଅଧ୍ୟକ୍ଷା ସରସ୍ବତୀ ସୋରେନଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜାଗରଣର ସଭାପତି ସାମ୍ବାଦିକ ସୁବ୍ରତ ମହାନ୍ତି ଅଧ୍ୟକ୍ଷତା କରିଥିଲେ।
ଉକ୍ତ ବୈଠକରେ ରାଇରଙ୍ଗପୁର ବ୍ଲକ ଅଧ୍ୟକ୍ଷ ଜ୍ଞାନରଞ୍ଜନ ହେମ୍ବ୍ରମ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି କାର୍ଯ୍ୟକ୍ରମର ସଫଳତା ଲାଗି ସମସ୍ତଙ୍କର ସହଯୋଗ କାମନା କରିଥିଲେ। ସମ୍ମାନୀୟ ଅତିଥି ଭାବେ ଖଣି ପ୍ରବନ୍ଧକ ବିକାଶ ରଞ୍ଜନ ନାୟକ କାର୍ଯ୍ୟକ୍ରମର ରୂପରେଖ ସମ୍ୱନ୍ଧରେ ସୁଚିନ୍ତିତ ମତାମତ ପୂର୍ବକ ଚଳିତ ବର୍ଷ ଏକ ଦିବସୀୟ ଇଣ୍ଟରସ୍କୁଲ ଫୁଟବଲ ଟୁର୍ନାମେଣ୍ଟ କରାଯିବା
ସମ୍ୱନ୍ଧରେ ମତ ପ୍ରକାଶ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ସମାଜସେବୀ ରାମଚନ୍ଦ୍ର ନାଏକ, ବାଇଟର ଶିକ୍ଷକ ପ୍ରଶିକ୍ଷିକା ସ୍ନେହାଶିକ୍ତା ବାରିକ, ପ୍ରକାଶ ଚନ୍ଦ୍ର ସାହୁ, ମମତା ମଣ୍ଡଳ, ମିରୁ ମାରାଣ୍ଡି, ଦେବବ୍ରତ ମହାନ୍ତ, ସାଲଖାନ ମୁର୍ମୁ, ଅଗସ୍ତି ବେହେରା, ରାମନାରାୟଣ ପାଣ୍ଡେ, ଖଗେନ୍ଦ୍ର ମଣ୍ଡଳ ପ୍ରମୁଖ ଉପସ୍ଥିତ ରହି ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ। ଶେଷରେ ବାଇଟର ସ୍ନେହାଶିକ୍ତା ବାରିକ ଧନ୍ୟବାଦ ଅର୍ପଣ କରିଥିଲେ।
Mayurbhanj
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/07/31/id-2025-07-31-21-44-08.jpg)