ଭଞ୍ଜନଗର: ଆଉ କିଛି ଦିନ ପରେ ଆରମ୍ଭ ହେବ ଦକ୍ଷିଣ ଓଡ଼ିଶାର ସାଂସ୍କୃତିକ ଓ ଆଧ୍ୟାତ୍ମିକ ଭାବାବେଗ ସହ ଜଡିତ ପର୍ବ ଦଣ୍ଡଯାତ୍ରା। ଏହି ଯାତ୍ରା ସମୟରେ ପାରମ୍ପରିକ ରୀତିନୀତି ସହ ରାତିରେ ମନୋରଞ୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ। ପୂର୍ବରୁ ଏଥିରେ ପାରମ୍ପରିକ, ପାଣ୍ଡୁଲିପି, ରାମାୟଣ, ମହାଭାରତ ଭଳି ପାରମ୍ପରିକ ନୃତ୍ୟ ନାଟିକା ପରିବେଷଣ ହେଉଥିବା ବେଳେ ବର୍ତ୍ତମାନ ଏହି ପୌରାଣିକ ପରମ୍ପରାରେ ଆଧୁନିକତା ପ୍ରବେଶ କରିଥିବାରୁ ମନୋରଞ୍ଜନ ଧାରା ବଦଳି ଯାଇଛି।

Advertisment

publive-image

ବର୍ତ୍ତମାନ ପାଶ୍ଚାତ୍ୟ କଳାର ଛିଟା ଦେଖିବାକୁ ମିଳୁଛି। ବିଶେଷ କରି ଅଶ୍ଳିଳତାକୁ କିଛି ସ୍ଥାନରେ ପ୍ରାଧ୍ୟାନ୍ୟ ଦିଆଯାଉ ଥିବାରୁ ପାରମ୍ପରିକ ସଂସ୍କୃତି ବିପଥଗାମୀ ହେବା ସହ ବିଶୃଙ୍ଖଳା ସୃଷ୍ଟି ହେଉଥିବା ଆଜି ଭଞ୍ଜନଗର ଥାନା ପରିସରରେ ଆୟୋଜିତ ଆମ ପୁଲିସ ସମିତି ବୈଠକରେ ଅତିଥି ମାନେ ପ୍ରକାଶ କରିଛନ୍ତି। ଏଣୁ ବିଭିନ୍ନ ଯାତ୍ରା କମିଟିର ଅଧିକାରୀମାନଙ୍କୁ ଆଜି ବୈଠକକୁ ଡକାଯାଇ ଦଣ୍ଡଯାତ୍ରା ସମୟରେ ଅଶ୍ଳିଳତାକୁ ଯେଭଳି ପ୍ରଶୟ ଦିଆଯିବ ନାହିଁ ସେନେଇ ନିଷ୍ପତ୍ତି ନିଆଯାଇଛି।

 

ଏଥିସହ ଯାତ୍ରା ସମୟରେ ଯେଉଁ କୌଣସି ସ୍ଥାନରେ ଆଇନ ଶୃଙ୍ଖଳା ସ୍ଥିତି ସୃଷ୍ଟି ହେଲେ ସେ ସଂପର୍କରେ ପୁଲିସ୍କୁ ନିର୍ଭୟରେ ଖବର ଦେବା ପାଇଁ ଏସ୍‌ଡିପିଓ ସୁଜିତ କୁମାର ନାୟକ କହିଥିଲେ। ଶ୍ରୀ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଥାନା ଅଧିକାରୀ ଜୀବନାନନ୍ଦ ଜେନା ଶାନ୍ତି ଶୃଙ୍ଖଳାର ସହ ଦଣ୍ଡଯାତ୍ରା ସମ୍ପାଦନ କରିବାକୁ ସମସ୍ତଙ୍କୁ ଅନୁରୋଧ କରିଥିଲେ। ଏଥିରେ ଆମ ପୁଲିସ୍ ସମିତିର ବରିଷ୍ଠ ସଦସ୍ୟ କୃତ୍ତିବାସ ବିଶ୍ବାଳ, ଡ.ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ, ଜଗବନ୍ଧୁ ଜେମନା, ବୈଦିକ ପଣ୍ଡିତ ଉପେନ୍ଦ୍ର କୁମାର ମିଶ୍ର, ସାମ୍ବାଦିକ ଲୋକନାଥ କର, ଅର୍ନ୍ତର୍ଯ୍ୟାମୀ ତ୍ରିପାଠୀ, ବିଶ୍ବହିନ୍ଦୁ ପରିଷଦର ମୂରଲୀଧର ପଣ୍ଡା, ଆଇନଜୀବୀ ବଟକୃଷ୍ଣ ପଣ୍ଡା, ସୁଶାନ୍ତ ମହାପାତ୍ର, ଜଗଦୀଶ ପାଣିଗ୍ରାହୀ, ବାସନ୍ତି ପାଣିଗ୍ରାହୀ, ସନ୍ତୋଷ ଜେନା, ଜୟକୃଷ୍ଣ ପଟ୍ଟନାୟକ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।

ganjam | Danda | Odia culture