ଭୁବନେଶ୍ବର (ଶିବଶଙ୍କର ଓଝା): ଓଡ଼ିଶାରେ ଧୀରେ ଧୀରେ ଦଶହରାର ମାହୋଲ୍ ତିଆରି ହେଉଛି। ଅଧିକାଂଶ ସ୍ଥାନରେ ଦଶହରା ପାଇଁ ତୋରଣ କାମ ଆରମ୍ଭ ହୋଇଗଲାଣି। ତେଣେ ମୂର୍ତ୍ତିକାରମାନେ ମାଆଙ୍କ ମୃଣ୍ମୟ ମୂର୍ତ୍ତିର ନିର୍ମାଣରେ ବ୍ୟସ୍ତ ଅଛନ୍ତି। ରାଜ୍ୟ ବାହାରୁ ବି ସାଜସଜ୍ଜାକାରୀମାନେ ଓଡ଼ିଶାରେ ଡେରା ପକାଇଲେଣି। ଖାଲି ସେତିକି ନୁହେଁ, ଓଡ଼ିଶାର ମନୋରଞ୍ଜନ କ୍ଷେତ୍ର ବି ପୂଜା ଲାଗି ସ୍ବତନ୍ତ୍ର ପ୍ରସ୍ତୁତି ଚଳାଇଛନ୍ତି।
ଦଶହରାର ଅନ୍ୟତମ ଆକର୍ଷଣ ହେଲା ମେଲୋଡି। ପ୍ରତିବର୍ଷ ଭଳି ଚଳିତ ବର୍ଷ ବି ମେଲୋଡି ପାର୍ଟିମାନେ ବଇନା ନେଇସାରିଲେଣି। କେଉଁଠି ଷଷ୍ଠୀ ଦିନରୁ ଦଶମୀ ଯାଏ ସଙ୍ଗୀତ ପରିବେଷଣ କରିବେ, ତାହା ଆପାତତଃ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଏହି କାମରେ ପୂଜା କରୁଥିବା ଅନୁଷ୍ଠାନମାନେ ମଧ୍ୟ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ଚଳାଇଛନ୍ତି। ତେଣେ ମେଲୋଡି ପାର୍ଟିମାନେ ପୂଜା ବଜାରକୁ ଆଖି ଆଗରେ ରଖି ଗୀତର ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି। ମଞ୍ଚରେ କେଉଁ ଗୀତ ଗାଇଲେ ଦର୍ଶକ ପସନ୍ଦ କରିବେ ତାଉପରେ ନଜର ଆଖି ଗୀତର ଅଭ୍ୟାସ ଆରମ୍ଭ କରିଲେଣି କଳାକାରମାନେ। ଅବଶ୍ୟ ଗଣେଶ ପୂଜାରୁ ମେଲୋଡି ସିଜିନ୍ ଆରମ୍ଭ ହୋଇସାରିଛି। କିନ୍ତୁ ଦୁର୍ଗା ପୂଜା, ପୁଣି ତାପରେ ଗଜଲକ୍ଷ୍ମୀ ପୂଜା, ପରେ କାଳୀ ପୂଜା, କାର୍ତ୍ତିକ ପୂର୍ଣ୍ଣିମା ଆଦି ଅବସରରେ ମେଲୋଡି ପାର୍ଟିମାନେ ବ୍ୟସ୍ତ ହୋଇଯାନ୍ତି।
ଦଶହରାର ଅନ୍ୟତମ ଆକର୍ଷଣ ହେଲା ମେଲୋଡି। ପ୍ରତିବର୍ଷ ଭଳି ଚଳିତ ବର୍ଷ ବି ମେଲୋଡି ପାର୍ଟିମାନେ ବଇନା ନେଇସାରିଲେଣି। କେଉଁଠି ଷଷ୍ଠୀ ଦିନରୁ ଦଶମୀ ଯାଏ ସଙ୍ଗୀତ ପରିବେଷଣ କରିବେ, ତାହା ଆପାତତଃ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଏହି କାମରେ ପୂଜା କରୁଥିବା ଅନୁଷ୍ଠାନମାନେ ମଧ୍ୟ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ଚଳାଇଛନ୍ତି। ତେଣେ ମେଲୋଡି ପାର୍ଟିମାନେ ପୂଜା ବଜାରକୁ ଆଖି ଆଗରେ ରଖି ଗୀତର ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି। ଏଣେ ଦଶହରାକୁ ଆଖି ଆଗରେ ରଖି ଓଡ଼ିଆ ସିନେ ପ୍ରଯୋଜକ ଓ ବିତରକମାନେ ନିଜି ନିଜ ସିନେମାର ରିଲିଜ୍ ଲାଗି ଚଳଚଞ୍ଚଳ ହୋଇସାରିଲେଣ।
ଏଣେ ଦଶହରାକୁ ଆଖି ଆଗରେ ରଖି ଓଡ଼ିଆ ସିନେ ପ୍ରଯୋଜକ ଓ ବିତରକମାନେ ନିଜି ନିଜ ସିନେମାର ରିଲିଜ୍ ଲାଗି ଚଳଚଞ୍ଚଳ ହୋଇସାରିଲେଣ। ସେମାନେ ପ୍ରଚାର କାମରେ ବି ଲାଗିପଡ଼ିଛନ୍ତି। ଇତିମଧ୍ୟରେ ହଲ୍ ବୁକିଂ ପ୍ରାୟ ଶେଷ ହୋଇଯାଇଥିବା କୁହାଯାଉଛି। ତେଣେ ସେନସର୍ ଲାଗି ବି ପ୍ରଯୋଜକ ସକ୍ରିୟ ଅଛନ୍ତି। ଦଶହରାରେ ଓଡ଼ିଆ ଛବି ‘ଚାରିଧାମ’ ମୁକ୍ତିଲାଭ କରୁଛି। ଏଥିଲାଗି ହଲ୍ ବୁକିଂ ଶେଷ ହୋଇଯାଇଥିବା ନେଇ ବିତରଣ ସଂସ୍ଥା ରାଜଶ୍ରୀ ପ୍ରଡକସନ୍(କଟକ)ର ପରିଚାଳକ ସୂଚନା ଦେଇଛନ୍ତି। ତେଣେ ଦଶହରାର ଅନ୍ୟ ଏକ ଓଡ଼ିଆ ଛବି ‘ଚ୍ୟାଲେଞ୍ଜ’ର ବିତରକ ପ୍ରକାଶ ଫିଲ୍ମସ୍ ବି ପ୍ରସ୍ତୁତି ଶେଷ କରିଛନ୍ତି। ଦଶହରା ଅବସରରେ ଅନ୍ୟ ଏକ ଓଡ଼ିଆ ଛବି ‘ମିଡନାଇଟ୍’ ପୂଜାକୁ ଆଖି ରଖିଛି। କିନ୍ତୁ ତାହା ପୂଜାରେ ଆସିବାର ସମ୍ଭାବନା କ୍ଷୀଣ। ନିର୍ମାତା, ନିର୍ଦ୍ଦେଶକ ଓ କଳାକାରମାନେ ବିଭିନ୍ନ ଉପାୟରେ ଫିଲ୍ମର ପ୍ରମୋସନ୍ କରିବାର ଯୋଜନା କରୁଛନ୍ତି।
ତେଣେ ବିଭିନ୍ନ ୟୁ ଟ୍ୟୁବ୍ ଚ୍ୟାନେଲ୍ ଓ ମ୍ୟୁଜିକ୍ କଂପାନି ଦଶହରା ବଜାର ଲାଗି ନୂଆ ଗୀତ ଆଣୁଛନ୍ତି। ଏଥିଲାଗି ରେକର୍ଡିଂ ଷ୍ଟୁଡିଓ ଅଧିକ ଚଳଚଞ୍ଚଳ ହୋଇଛି। ତେଣେ ଯାତ୍ରା ପାର୍ଟିମାନେ ବି ଏଥିରୁ ବାଦ୍ ପଡ଼ିନାହାନ୍ତି। ଠିକ୍ ସେହିପରି ମନୋରଞ୍ଜନ ଚ୍ୟାନେଲ୍ମାନେ ଦଶହରା ଅବସରରେ ନୂଆ ଓଡ଼ିଆ ଟେଲିସିନେମା ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି। ଖାଲି ସେତିକି ନୁହେଁ, ସେମାନେ ନୂଆ ଓଡ଼ିଆ ଛବିର ୱାର୍ଲ୍ଡ ଟିଭି ପ୍ରିମିଅର୍ ଯୋଜନାରେ ବି ଅଛନ୍ତି। ପାଗ ଅନୁକୂଳ ରହିଲେ ଏଥର ପୂଜା ବଜାର ଜମିବ ବୋଲି କୁହାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/09/19/new-project-1-2025-09-19-14-05-18.jpg)