ନବରଙ୍ଗପୁର: ଜିଲ୍ଲାସ୍ତରୀୟ ବନ୍ୟା, ବାତ୍ୟା ବିପର୍ଯ୍ୟୟ ପ୍ରଶମନ କମିଟି ଜିଲ୍ଲାପାଳ ଡ. ଶୁଭଙ୍କର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ଏଥିରେ ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ବିଧାୟକ ଗୌରୀ ଶଙ୍କର ମାଝୀ, ବିଧାୟକ ମନୋହର ରନ୍ଧାରୀ, ସାଂସଦପ୍ରତିନିଧି ପ୍ରହଲ୍ଲାଦ ତ୍ରିପାଠୀ, ଝରିଗାଁ ବିଧାୟକ ପ୍ରତିନିଧି ମାନସ ରଞ୍ଜନ ଦାସ, ପୌରପରିଷଦ ଅଧ୍ୟକ୍ଷ କୁନୁ ନାୟକ, ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ଖୁଣ୍ଟିଆ, ମୁଖ୍ୟ ଉନ୍ନୟନ ଅଧିକାରୀ ବିରଞ୍ଚି ନାରାୟଣ ଦରୱାନ, ଉପ ଜିଲ୍ଲାପାଳ ପ୍ରକାଶ ଚନ୍ଦ୍ର ମିଶ୍ର, ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଗୀତାଞ୍ଜଳି ବେହେରା, ହିମାଂଶୁ ଶେଖର ପଟ୍ଟନାୟକ ସମେତ ଜିଲ୍ଲାସ୍ତରୀୟ ସମସ୍ତ ଅଧିକାରୀ, ଜିଲ୍ଲାର ସମସ୍ତ ଗୋଷ୍ଟି ଉନ୍ନୟନ ଅଧିକାରୀ ଏବଂ ତହସିଲଦାର, ପୌର ନିର୍ବାହି ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ।

Advertisment

ସବୁ ବିଭାଗ ସମନ୍ବୟ ରକ୍ଷା କରି କାର୍ଯ୍ୟ କଲେ ବିପର୍ଯ୍ୟୟକୁ ସହଜରେ ଏଡାଇ ପାରିବା ବୋଲି ମନ୍ତ୍ରୀ ଶ୍ରୀ ଗଣ୍ଡ ପ୍ରକାଶ କରିଥିଲେ। ଜିଲ୍ଲାରେ ଥିବା ଦୁର୍ବଳ ନଦୀ ବନ୍ଧ ଓଘାଇ ଗୁଡିକ ଶୀଘ୍ର ଚିହ୍ନଟ କରି ତାର ମରାମତି କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ବନ୍ୟା ପ୍ରବଣ ଅଞ୍ଚଳ ଗୁଡିକରେ ପ୍ରଯ୍ୟାପ୍ତ ପରିମାଣରେ ଚାଉଳ, କିରୋସିନୀ, ଚୁଡା, ଗୂଡ଼, ଗୋଖାଦ୍ୟ, ଔଷଧ ବ୍ୟତୀତ  ଶୁଦ୍ଧ ପାନୀୟ ଜଳ ଏବଂ ସ୍ୱାସ୍ଥ୍ୟ ପରିମଳ ବ୍ୟବସ୍ଥା ଉପରେ ଯଥା ସମ୍ଭବ ଆଗୁଆ ପଦକ୍ଷେପ ଗ୍ରହଣ କରିବା ପାଇଁ ସମ୍ପୃକ୍ତ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ।

 

ବର୍ଷା ପୂର୍ବରୁ ସହରାଞ୍ଚଳରେ ନାଳନର୍ଦ୍ଧମା ସଫେଇ ଓ ମରାମତି, ପାଇପ୍ ଦ୍ଵାରା ବିଶୁଦ୍ଧ ବିଶୋଧିତ ଜଳ ଯୋଗାଣ, ନଳକୂପ ବିଶୋଧନ, ଦୁର୍ଗମ ଅଞ୍ଚଳରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ମହଜୁଦ ରଖିବା ଏବଂ ବିପର୍ଯ୍ୟୟ ସମୟରେ ରାସ୍ତା ଅବରୋଧ  ତୁରନ୍ତ ହଟାଇବା ଉପରେ ଆଲୋଚନା ହୋଇଥିଲା। ବିପର୍ଯ୍ୟୟ ପରବର୍ତ୍ତୀ ସମୟରେ ସଡକ ପରିସ୍କାର, ଅର୍ଦ୍ଧ ଭଗ୍ନ ବିଦ୍ୟୁତ ଖୁଣ୍ଟ ଗୁଡିକର ମରାମତି ଓ ପୁନରୁଦ୍ଧାର ଆଦି ଯୁଦ୍ଧକାଳିନ ଭିତ୍ତିରେ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ।  

ସେହିପରି ନିର୍ଦ୍ଧାରିତ ସମୟ ମଧ୍ୟରେ ସଠିକ ବୃଷ୍ଟିର ପରିମାଣ ଜିଲ୍ଲା ଜରୁରୀକାଳୀନ ଉପବିଭାଗକୁ ପ୍ରେରଣ କରିବା ପାଇଁ ଗୋଷ୍ଠି ଉନ୍ନୟନ ଅଧିକାରୀ ମାନଙ୍କୁ ନିର୍ଦ୍ଧେଶ ଦେଇଥିଲେ। ଏହି ଅବସରରେ ଜିଲ୍ଲା ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ଖସଡା ୨୦୨୫ ପୁସ୍ତକକୁ ମନ୍ତ୍ରୀ, ବିଧାୟକ ଆଦିଙ୍କ ଦ୍ବାରା ଉନ୍ମୋଚନ କରାଯାଇଥିଲା l ଜିଲ୍ଲାରେ ଉମରକୋଟ ବ୍ଲକରେ ୩, ପୌରାଂଚଳରେ ୧, ଚନ୍ଦାହାଣ୍ଡିରେ ୧, ନବରଙ୍ଗପୁର ବ୍ଲକରେ ୩, ପୌିରାଂଚଳରେ ୧,ପାପଡାହାଣ୍ଡିରେ ୧ ଏଭଳି ୧୦ଟି ବାତ୍ୟାଆଶ୍ରୟସ୍ଥଳୀ ଗୋଟିକୁ ୬ଲକ୍ଷ ଲେଖାଏଁ ପୁନଃରୁଦ୍ଧାର ପାଇଁ ଖର୍ଚ୍ଚ ହେବ। ତାହା ବର୍ଷା ପୂର୍ବରୁ ସାରିବାକୁ ଜିଲ୍ଲାପାଳ କହିଥିଲେ। ୬୦୦ବ୍ୟାରେଲ ପଲିଥିନ୍ ନୂଆରେ କିଣି ସାଇତି ରଖିବାକୁ ଆଲୋଚନା ହୋଇଥିଲା। ବନ୍ୟାପ୍ରବଣ ତଳ ଜଳବନ୍ଦୀ ହେଉଥିବା ନବରଙ୍ଗପୁର , କୋଷାଗୁମୁଡା ଓ ନନ୍ଦାହାଣ୍ଡି ବ୍ଲକ ଅଂଚଳରେ ବିଶେଷ ଧ୍ୟାନ ଦେବାକୁ ଜିଲ୍ଲାପାଳ କହିଥିଲେ। 

Description is too long (more than 255 characters)

Tags : Nityananda Ganda | Nabarangpur