ବାଙ୍ଗିରିପୋଷି: ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷିକୁ ଆସନ୍ତା ୨୩ ତାରିଖରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସିବେ। ସେ ୨୩ ତାରିଖ ସକାଳ ୬ଟା ୧୫ରେ ରାଷ୍ଟ୍ରପତି ଭବନରରୁ ବାହାରି ପଶ୍ଚିମବଙ୍ଗ କଲେଇକୁଣ୍ଡା ବିମାନବନ୍ଦରରେ ପୂର୍ବାହ୍‌ଣ ୮ଟା ୧୫ରେ ପହଞ୍ଚିବେ। ଏହା ପରେ ୮ଟା ୨୫ ବାୟୁସେନାର ଏକ ସ୍ବତନ୍ତ୍ର ବିମାନରେ ବାହାରି ସକାଳ ୮ଟା ୫୫ରେ ବାଙ୍ଗିରିପୋଷିସ୍ଥିତ ଜାମଦାପାଳ ଅସ୍ଥାୟୀ ହେଲିପେଡରେ ଓହ୍ଲେଇବେ। ସକାଳ ୯ଟା ୯.୦୫ରେ ସଡ଼କପଥରେ ଯାଇ ୯ଟା ୧୦ ମିନିଟରେ ଷ୍ଟେସନ ମିନି ଷ୍ଟାଡିୟମରେ ଆୟୋଜିତ ହେବାକୁ ଥିବା ସଭାସ୍ଥଳରେ ପହଞ୍ଚିବେ। ୯ଟା ୧୦ରୁ ୯ଟା୨୦ ରିଜର୍ଭ ରଖାଯାଇଥିବା ବେଳେ ୯ଟା ୨୦ରୁ ୧୦ଟା ୧୦ ପର୍ଯ୍ୟନ୍ତ ସଭାସ୍ଥଳରେ ରହି ତିନୋଟି ରେଳପଥ ବାଙ୍ଗିରିପୋଷି-ଗୋରୁମହିଷାଣୀ, ବୁଢାମରା-ନୂତନ ଜାମଶଳା, ବାଦାମ ପାହାଡ଼-କେନ୍ଦୁଝର ପ୍ରକଳ୍ପର ଶିଳାନ୍ୟାସ କରିବେ। 

Advertisment

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୩ ତାରିଖରେ ରେଳପଥ ବାଙ୍ଗିରିପୋଷି-ଗୋରୁମହିଷାଣୀ, ବୁଢାମରା-ନୂତନ ଜାମଶଳା, ବାଦାମ ପାହାଡ଼-କେନ୍ଦୁଝର ପ୍ରକଳ୍ପର ଶିଳାନ୍ୟାସ କରିବେ। 

ଭିଡିଓ କନଫରେନ୍ସିଂ ମାଧ୍ୟମରେ ରାଇରଙ୍ଗପୁର ଟ୍ରାଇବାଲ ରିସର୍ସ  ସେଣ୍ଟର୍, ଦାଣ୍ଡପୋଷ ଏୟାରଷ୍ଟ୍ରିପ ଓ ଉପଖଣ୍ଡ ଚିକିତ୍ସାଳୟର ପୁନରୁଦ୍ଧାର ନିମନ୍ତେ ଭିତି ପ୍ରସ୍ତର ସ୍ଥାପନ କରିବେ। ୧୦ଟା ୨୫ରେ ବାଙ୍ଗିରିପୋଷି ଛାଡ଼ିବେ ମହାମହିମ ରାଷ୍ଟ୍ରପତି ଦ୍ରୋପଦି ମୁର୍ମୁ। ପୂର୍ବାହ୍‌ଣ ୧୦ଟା ୫୦ରେ ରଙ୍ଗାମାଟିଆ ହେଲିପେଡ ରାଇରଙ୍ଗପୁରରେ ପହଞ୍ଚି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ। ଏଥିପାଇଁ ଚଳଚଞ୍ଚଳ ହୋଇ ଉଠିଛି ବାଙ୍ଗିରିପୋଷି।

ସୋମବାର ବାୟୁସେନାର ଦୁଇଟି ହେଲିକେପ୍ଟରରେ ନଅ ଜଣ ରାଷ୍ଟ୍ରପତିଙ୍କ ସୁରକ୍ଷା କର୍ମୀ ଆସି ରାଷ୍ଟ୍ରପତି ଓହ୍ଲାଇବାର ହେଲିପେଡ ତଦାରଖ କରି ଫେରିଯାଇଛନ୍ତି। ଧୂଳି ଉଡୁଥିବାରୁ ପାଣି ପଡ଼ିଆ ସାରା ଦେବା ପାଇଁ କହିଛନ୍ତି ବୋଲି ତହସିଲଦାର ସୀତାଂଶୁ ଶେଖର ଦାସ କହିଛନ୍ତି। ଜାମଦାପାଳ ଆଦର୍ଶ ବିଦ୍ୟାଳୟ ସମ୍ମୁଖରେ ହୋଇଥିବା ତିନୋଟି ହେଲିପେଡରେ ରାଷ୍ଟ୍ରପତି ସହିତ ଅନ୍ୟ ଦୁଇଟି ହେଲିପେଡରେ ସୁରକ୍ଷା କର୍ମୀ ଓହ୍ଲାଇବେ। ସରରାଷପୋଷି ନୋଡାଲ ଉପ୍ରାବିଦ୍ୟାଳୟ ପଡ଼ିଆରେ ଦୁଇ ହେଲିପେଡରେ ରାଜ୍ୟପାଳ ରଘୁବର ଦାସ ଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓହ୍ଲାଇବାର କାର୍ଯ୍ୟକ୍ରମ ରହିଛି। ସେହିପରି ଶ୍ୟାମସୁନ୍ଦରପୁର ପଞ୍ଚାୟତ ଅଳାଗୁଂଜା ସରସ୍ୱତୀ ହାଇସ୍କୁଲ ପଡ଼ିଆରେ କେନ୍ଦ୍ର ସରକାରଙ୍କ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଓହ୍ଲାଇବା ପାଇଁ ପ୍ରଶାସନ ହେଲିପେଡ ନିର୍ମାଣ କରିଛି। 

helicopter

ବର୍ତମାନ ସୁଦ୍ଧା ୧୫ ପ୍ଲାଟୁନ ଫୋର୍ସ ବାଙ୍ଗିରିପୋଷି, ଝାରପୋଖରିଆ ଓ ବାରିପଦାରେ ଆସି ପହଞ୍ଚିଥିବା ସଦର ଏସଡିପିଓ ସୁଜିତ କୁମାର ପ୍ରଧାନ କହିଛନ୍ତି। ରାସ୍ତା ଘାଟ ସଫା ସୁତୁରା ଚାଲିଛି। ବାଙ୍ଗିରିପୋଷି ଓ ବୁଢାମରା ରେଳଷ୍ଟେସନ ସଜେଇ ହୋଇଛି। ସବୁ ସ୍ଥାନରେ ସୁରକ୍ଷା କର୍ମୀ ଜଗି ରହିଛନ୍ତି। ସମସ୍ତ ଅଞ୍ଚଳକୁ ୫୦ରୁ ଊର୍ଦ୍ଧ୍ବ ସିସି କେମେରା ଦୃଷ୍ଟି ରଖିଛି। ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବାଙ୍ଗିରିପୋଷି ରେଳଷ୍ଟେସନ ଯାଇ ପାରନ୍ତି ବୋଲି ଷ୍ଟେସନର ରୂପରେଖ ବଦଳି ଯାଇଛି। ରାଷ୍ଟ୍ରପତି ଦୁଆର ଶୁଣି ଘାଟି ରାସ୍ତା ବିଷୟରେ କଣ କହିବେ ସମସ୍ତଙ୍କ ନଜର ଅଛି। ପ୍ରାୟ ୨୦ ଦିନ ହେଲା ଦୁଆଶୁଣି ରାସ୍ତା ଜାମ ରହୁଛି।