କାଳିଆପାଣି (ରବି ନାରାୟଣ କର): ଓଡ଼ିଶା ଡ୍ରାଇଭର ମହାସଂଘ ସୁକିନ୍ଦା ବ୍ଲକ କାଳିଆପାଣି ଥାନା କାଙ୍କଡ଼ପ‌ାଳ ପଞ୍ଚାୟତ ଶାଖା ସଭାପତି ଈଶ୍ବର ଚନ୍ଦ୍ର ମହାନ୍ତ(୫୦)ଙ୍କର ଆଜି ଏକ ସଡ଼କ ଦୁର୍ଘଟଣାରେ ଶୋଚନୀୟ ମୃତ୍ୟୁ ହୋଇଛି। ସେ ଚଳାଉଥିବା ଟ୍ରକ୍‌ର ପାର୍ଟ୍ସ ଆଣିବା ପାଇଁ ବାଇକ୍‌ରେ କଟକ ଯାଇ ଘର ଫେରିବା ବାଟରେ ଢେଙ୍କାନାଳଜିଲ୍ଲା ଟାଙ୍ଗୀ-ଦେଓଗାଁ ରାସ୍ତାର ସୋରିଷିଆପଦା ଗାଁ ପାଖ ଜଙ୍ଗଲିଆ ରାସ୍ତାରେ ଏକ ଅଜଣା ଗାଡ଼ି ତାଙ୍କୁ ସାଇଡ୍‌ ମାରିବାରୁ ଈଶ୍ବର ଭାରସାମ୍ୟ ହରାଇ ଏକ ଅସନ ଗଛରେ ପିଟିହୋଇ ଜଙ୍ଗଲ ଭିତରକୁ ପଡ଼ି ଯାଇଥିଲେ।

Advertisment

ବର୍ଷାତି ପିନ୍ଧିଥିବା ଅବସ୍ଥାରେ ସେ ସେଇଠି ୨ ଘଣ୍ଟା ଧରି ପଡ଼ି ରହିଥିଲେ। କିଛି ସହୃଦୟ ପଥଚାରୀ ତାଙ୍କୁ ଉଦ୍ଧାରକରି ଗଁଦିଆ ଶ୍ରୀରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପଠାଇଥିଲେ। ଡାକ୍ତରଖାନାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ପୁନଶ୍ଚ ସଂଧ୍ୟା ୫ଟାରୁ ୭ଟା ପର୍ଯ୍ୟନ୍ତ ମେଡିକାଲ୍‌ରେ ତାଙ୍କ ମରଶରୀର ପଡ଼ି ରହିଥିଲେ ହେଁ ପୁଲିସ କିମ୍ବା ପ୍ରଶାସନ ପକ୍ଷରୁ କେହି ନପହଞ୍ଚିବାକୁ ନେଇ ଢେଙ୍କାନାଳ ଓ ଗଁଦିଆର ପୂର୍ବତନ ବିଧାୟକ ନବୀନ ନନ୍ଦ ସାମାଜିକ ଗଣମାଧ୍ୟମରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ରାତି ୮ଟା ସମୟରେ ପୁଲିସ ପହଞ୍ଚି ତାଙ୍କ ଶବ ଜବତକରି ଘଟଣାର ତଦନ୍ତ କରୁଥିବା ସୂଚନା ମିଳିଛି।

ବର୍ଷାତି ପିନ୍ଧିଥିବା ଅବସ୍ଥାରେ ଈଶ୍ବର ଚନ୍ଦ୍ର ମହାନ୍ତ ସେଇଠି ୨ ଘଣ୍ଟା ଧରି ପଡ଼ି ରହିଥିଲେ। କିଛି ସହୃଦୟ ପଥଚାରୀ ତାଙ୍କୁ ଉଦ୍ଧାରକରି ଗଁଦିଆ ଶ୍ରୀରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପଠାଇଥିଲେ। ବାଟରେ ତାଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା।

ଶ୍ରୀ ମହାନ୍ତଙ୍କ ଏତାଦୃଶ ମୃତ୍ୟୁକୁ ନେଇ ଡ୍ରାଇଭର ମହାସଂଘ ସୁକିନ୍ଦା ବ୍ଲକ ଶାଖା ସଭାପତି ଶମ୍ଭୁନାଥ ମହାନ୍ତ ସଡ଼କ ପଥରେ ସରକାରୀ ସ୍ବାସ୍ଥ୍ୟସେବାର ଦୃଢ଼ ନିନ୍ଦା କରିଛନ୍ତି। ଦୁର୍ଘଟଣା ପରେପରେ ଚିକିତ୍ସା ମିଳିଥିଲେ ସେ ବଞ୍ଚି ଯାଇଥାନ୍ତେ ବୋଲି କହି ପ୍ରଶାସନ ଏଥିପ୍ରତି ନଜର ଦେବାକୁ ସେ ଦାବି କରିଛନ୍ତି। ସ୍ବର୍ଗତ ମହାନ୍ତଙ୍କ ପତ୍ନୀ ଓ ୨ ପୁଅଝିଅ ଅଛନ୍ତି। 

Jajpur