ବାଲେଶ୍ୱର: ବାଲେଶ୍ୱର ସ୍ଥିତ ପୂର୍ବାଞ୍ଚଳ ପୁଲିସ ରେଞ୍ଜ କାର୍ଯ୍ୟାଳୟରେ ଆଜି ମଧ୍ୟାହ୍ନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଲଘୁ ଖଣିଜ ପଦାର୍ଥ ଲୁଟ ସମେତ ମହିଳା ଏବଂ ଶିଶୁ ନିର୍ଯାତନା ଓ ଅପରାଧ ଘଟଣା  ନେଇ ପୁଲିସର କାର୍ଯ୍ୟାନୁଷ୍ଠାନ ଉପରେ ଡିଆଇଜି ଡ. ସତ୍ୟଜିତ ନାଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ଡ. ନାଏକ କହିଛନ୍ତି ଯେ, ରାଜ୍ୟ ପୁଲିସ ମହାନିର୍ଦ୍ଦେଶକଙ୍କ ନିର୍ଦେଶ କ୍ରମେ ରାଜ୍ୟବ୍ୟାପୀ ଲଘୁ ଖଣିଜ ପଦାର୍ଥ ଲୁଟ ବିରୋଧରେ ପୁଲିସର କାର୍ଯ୍ୟାନୁଷ୍ଠାନ ଜାରି ରହିଛି। 

Advertisment

ରାଜ୍ୟ ପୁଲିସ ମହାନିର୍ଦ୍ଦେଶକଙ୍କ ନିର୍ଦେଶ କ୍ରମେ ରାଜ୍ୟବ୍ୟାପୀ ଲଘୁ ଖଣିଜ ପଦାର୍ଥ ଲୁଟ ବିରୋଧରେ ପୁଲିସର କାର୍ଯ୍ୟାନୁଷ୍ଠାନ ଜାରି ରହିଛି। ଏହି କ୍ରମରେ ପୂର୍ବାଞ୍ଚଳ ପୁଲିସ ରେଞ୍ଜ ମଧ୍ୟ ବାଲେଶ୍ୱର ଜିଲ୍ଲା ସମେତ ମୟୂରଭଞ୍ଜଭଦ୍ରକ ଜିଲ୍ଲାରେ ଚାଲିଥିବା ବେଆଇନ ଲଘୁ ଖଣିଜ ପଦାର୍ଥ ଲୁଟ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଗତ ମାର୍ଚ୍ଚ ୭ ତାରିଖରୁ ୧୦ ତାରିଖ ମଧ୍ୟରେ ରେଞ୍ଜ ଅଧୀନରେ ଥିବା ତିନୋଟି ଜିଲ୍ଲାରେ ମୋଟ ୬୨ଟି ମାମଲା ପଞ୍ଜିକୃତ ହୋଇଥିବା ବେଳେ ୭୩ ଜଣଙ୍କୁ ଗିରଫ କରାଯାଇଛି ଏବଂ ୧୧୭ଟି ଗାଡ଼ିକୁ ଜବତ କରାଯାଇଛି। ପରିବେଶ ତଥା ପ୍ରାକୃତିକ ସମ୍ପଦକୁ ସୁରକ୍ଷା ଦେବା ପାଇଁ ବେଧଡ଼କ ଭାବେ ଚାଲିଥିବା ଲଘୁ ଖଣିଜ ପଦାର୍ଥ ଲୁଟ ବିରୋଧରେ ପୁଲିସର ଏହି ଅଭିଯାନ ଜାରି ରହିବ ବୋଲି ଡିଆଇଜି ଡ. ନାଏକ ସୂଚନା ଦେଇଛନ୍ତି। ମହିଳା ଓ ଶିଶୁ ସୁରକ୍ଷା କ୍ଷେତ୍ରରେ ମଧ୍ୟ ପୁଲିସ ବେଶ ସମ୍ବେଦନଶୀଳ ଅଛି। ବିଶେଷ କରି ବାଲେଶ୍ୱର ଜିଲ୍ଲାର ରେମୁଣା ଓ ସିଂଲା ଥାନା ଅଧୀନରେ ହୋଇଥିବା ଦୁଇ ନାବାଳିକା ଦୁଷ୍କର୍ମ ମାମଲାରେ ତ୍ୱରିତ ତଦନ୍ତ ଏବଂ ଦୋଷୀକୁ କଡ଼ା ଦଣ୍ଡ ପ୍ରଦାନ କରାଯାଇ ମାନ୍ୟବର କୋର୍ଟଙ୍କ ନିର୍ଦେଶରେ ପୀଡ଼ିତାଙ୍କୁ କ୍ଷତିପୂରଣ ପ୍ରଦାନ କରାଯାଇଛି। 

ଏହି କ୍ରମରେ ପୂର୍ବାଞ୍ଚଳ ପୁଲିସ ରେଞ୍ଜ ମଧ୍ୟ ବାଲେଶ୍ୱର ଜିଲ୍ଲା ସମେତ ମୟୂରଭଞ୍ଜ ଓ ଭଦ୍ରକ ଜିଲ୍ଲାରେ ଚାଲିଥିବା ବେଆଇନ ଲଘୁ ଖଣିଜ ପଦାର୍ଥ ଲୁଟ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଗତ ମାର୍ଚ୍ଚ ୭ ତାରିଖରୁ ୧୦ ତାରିଖ ମଧ୍ୟରେ ରେଞ୍ଜ ଅଧୀନରେ ଥିବା ତିନୋଟି ଜିଲ୍ଲାରେ ମୋଟ ୬୨ଟି ମାମଲା ପଞ୍ଜିକୃତ ହୋଇଥିବା ବେଳେ ୭୩ ଜଣଙ୍କୁ ଗିରଫ କରାଯାଇଛି ଏବଂ ୧୧୭ଟି ଗାଡ଼ିକୁ ଜବତ କରାଯାଇଛି। ପରିବେଶ ତଥା ପ୍ରାକୃତିକ ସମ୍ପଦକୁ ସୁରକ୍ଷା ଦେବା ପାଇଁ ବେଧଡ଼କ ଭାବେ ଚାଲିଥିବା ଲଘୁ ଖଣିଜ ପଦାର୍ଥ ଲୁଟ ବିରୋଧରେ ପୁଲିସର ଏହି ଅଭିଯାନ ଜାରି ରହିବ ବୋଲି ଡିଆଇଜି ଡ. ନାଏକ ସୂଚନା ଦେଇଛନ୍ତି। 

ମହିଳା ଓ ଶିଶୁ ସୁରକ୍ଷା କ୍ଷେତ୍ରରେ ମଧ୍ୟ ପୁଲିସ ବେଶ ସମ୍ବେଦନଶୀଳ ଅଛି। ବିଶେଷ କରି ବାଲେଶ୍ୱର ଜିଲ୍ଲାର ରେମୁଣା ଓ ସିଂଲା ଥାନା ଅଧୀନରେ ହୋଇଥିବା ଦୁଇ ନାବାଳିକା ଦୁଷ୍କର୍ମ ମାମଲାରେ ତ୍ୱରିତ ତଦନ୍ତ ଏବଂ ଦୋଷୀକୁ କଡ଼ା ଦଣ୍ଡ ପ୍ରଦାନ କରାଯାଇ ମାନ୍ୟବର କୋର୍ଟଙ୍କ ନିର୍ଦେଶରେ ପୀଡ଼ିତାଙ୍କୁ କ୍ଷତିପୂରଣ ପ୍ରଦାନ କରାଯାଇଛି। 

ସେହିପରି ବାଲେଶ୍ୱର ଟାଉନ ଥାନା ଅଞ୍ଚଳରେ ଏକ ଡକାୟତି ଉଦ୍ୟମ ମାମଲାରେ ସାମିଲ ଥିବା ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯିବା ସହ ଖୁବ କମ ଦିନ ମଧ୍ୟରେ ବିଏନଏସ ଧାରାରେ ଦଣ୍ଡ ପ୍ରଦାନ କରାଯାଇଥିବା ଡିଆଇଜି ଡ. ନାଏକ କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ପୁଲିସ ଅଧିକାରୀ ଇନ୍ସପେକ୍ଟର ପର୍ଶୁରାମ ସାହୁ ଉପସ୍ଥିତ ଥିଲେ।