ଭୁବନେଶ୍ବର: ପାଣ୍ଡରାଠାରେ ହେବ ବୃହତ ମାଛ ମାର୍କେଟ। ଆସନ୍ତାକାଲି ଏହାର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ୫ ଏକର ଜାଗାରେ ନିର୍ମାଣ ହେବ ଏହି ମାଛ ମାର୍କେଟ। ୪ ନମ୍ବର ହୋଲସେଲ ମାଛ ମାର୍କେଟ ପାଇଁ ବିଭିନ୍ନ ସମସ୍ୟା ହେଉଥିଲା । ତିନି ବର୍ଷ ହେଲା ପ୍ଲାନ ଥିଲା । ବର୍ତ୍ତମାନ ପ୍ରଧାନମନ୍ତ୍ରୀ ମତ୍ସ୍ୟ ଯୋଜନାରେ ୫୦ କୋଟି ଟଙ୍କା ମିଳିଛି। କିନ୍ତୁ ଏହା ପାଖାପାଖି ୬୦-୮୦ କୋଟି ଟଙ୍କାର ପ୍ରକଳ୍ପ ରହିବ । ଏଥିରେ ରିଟେଲ ବ୍ୟବସାୟୀଙ୍କ ସମେତ ହୋଲସେଲର, କୋଲ୍ଡ ଷ୍ଟରେଜ ସମେତ ମାଛଚାଷୀ, ବ୍ୟବସାୟୀ ଓ ଗ୍ରାହକ ସମସ୍ତେ ଉପକୃତ ହୋଇପାରିବେ। ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ମହାନଗର ନିଗମର ମେୟର ସୁଲୋଚନା ଦାସ।
ପାଣ୍ଡରାଠାରେ ହେବ ବୃହତ ମାଛ ମାର୍କେଟ। ଆସନ୍ତାକାଲି ଏହାର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ୫ ଏକର ଜାଗାରେ ନିର୍ମାଣ ହେବ ଏହି ମାଛ ମାର୍କେଟ। ୪ ନମ୍ବର ହୋଲସେଲ ମାଛ ମାର୍କେଟ ପାଇଁ ବିଭିନ୍ନ ସମସ୍ୟା ହେଉଥିଲା । ତିନି ବର୍ଷ ହେଲା ପ୍ଲାନ ଥିଲା । ବର୍ତ୍ତମାନ ପ୍ରଧାନମନ୍ତ୍ରୀ ମତ୍ସ୍ୟ ଯୋଜନାରେ ୫୦ କୋଟି ଟଙ୍କା ମିଳିଛି। କିନ୍ତୁ ଏହା ପାଖାପାଖି ୬୦-୮୦ କୋଟି ଟଙ୍କାର ପ୍ରକଳ୍ପ ରହିବ । ଏଥିରେ ରିଟେଲ ବ୍ୟବସାୟୀଙ୍କ ସମେତ ହୋଲସେଲର, କୋଲ୍ଡ ଷ୍ଟରେଜ ସମେତ ମାଛଚାଷୀ, ବ୍ୟବସାୟୀ ଓ ଗ୍ରାହକ ସମସ୍ତେ ଉପକୃତ ହୋଇପାରିବେ।
ସେ ଆହୁରି କହିଛନ୍ତି, ପାଞ୍ଚ ଏକର ଜାଗାରେ ନିର୍ମାଣ ହେବାକୁ ଥିବ ଏହି ମାଛ ମାର୍କେଟର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆସନ୍ତାକାଲି ଭରଚୁଆଲି ପ୍ରଧାନମନ୍ତ୍ରୀ ଏହାର ଶିଳାନ୍ୟାସ କରିବେ। ଏହି ମାଛ ମାର୍କେଟ ଦ୍ୱାରା ଗ୍ରାହକଙ୍କ ସମେତ ମାଛ ବ୍ୟବସାୟୀ ଲାଭାନ୍ବିତ ହେବେ।