ବ୍ରହ୍ମପୁର: ଗିପ୍ଟ କାର୍ଡ଼ ସ୍କିମ୍ରେ ଅଧିକ ଟଙ୍କାର ଲୋଭ ଦେଖାଇ ତିନିଜଣ ବ୍ୟକ୍ତିଙ୍କ ଠାରୁ ୪୫.୫ ଲକ୍ଷ ଟଙ୍କା ଠକେଇ କରିବା ମାମଲାରେ ଟାଉନ୍ ଥାନା ପୁଲିସ ଘରୋଇ ଆଇସିଆଇସିଆଇ ବ୍ୟାଙ୍କ ଗୋସାଇଁ ନୂଆଗଁ ଶାଖାର ଶାଖା ପରିଚାଳକ ଇପିଲି ମିଥୁନ୍ଙ୍କୁ ଗିରଫ କରିଛି। ଅଭିଯୁକ୍ତଙ୍କ ଠାରୁ ପୁଲିସ ଅର୍ଥନୈତିକ ଓ କ୍ରେଡିଟ୍ କାର୍ଡ଼ ଜାଲିଆତି ସଂପର୍କିତ କାଗଜପତ୍ର ଏବଂ ମୋବାଇଲ୍ ଫୋନ୍ ଜବତ କରିଛି। ଏଥିନେଇ ଟାଉନ୍ ଥାନା ପୁଲିସ କେସ୍ ନଂ ୭୦ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ମିଳିଥିବା ସୂଚନା ଅନୁଯାୟୀ, ୨୦୨୩ ମସିହାରେ ଅଭିଯୁକ୍ତ ଇପିଲି ମିଥୁନ୍ ଆଇସିଆଇସିଆଇ ଧର୍ମନଗର ଶାଖାର ଶାଖା ପରିଚାଳକ ଭାବେ ଥିବା ବେଳେ ଚନ୍ଦନ କୁମାର ପାଢ଼ୀ, ଏମ୍ ଦେବୀ ପ୍ରସାଦ ଓ ସନ୍ଦୀପ କୁମାର ସାହୁଙ୍କ ସହ ପରିଚିତ ହୋଇଥିଲେ। ସେମାନଙ୍କ ସହ ସଂପର୍କ ସ୍ଥାପନ କରିବା ସହ ସେମାନଙ୍କୁ ଋଣ ପ୍ରଦାନ କରି ବିଶ୍ବାସଭାଜନ ହୋଇଥିଲେ।
ଉପରୋକ୍ତ ତିନି ବ୍ୟକ୍ତିଙ୍କୁ ଗିପ୍ଟ କାର୍ଡ଼ ସ୍କିମ୍ରେ ପୁଞ୍ଜିନିବେଶ କରି ଅଧିକ ଲୋଭ ପାଇବାର ଆଶା ଦେଖାଇ ୪୫.୫ଲକ୍ଷ ଟଙ୍କା ନେଇଥିଲେ। ସେମାନଙ୍କ ମଧ୍ୟରୁ ଅଭିଯୁକ୍ତ ବ୍ୟାଙ୍କର ଶାଖା ପରିଚାଳକ ମିଥୁନ୍ କେବଳ ସନ୍ଦୀପ କୁମାର ସାହୁଙ୍କ ପତ୍ନୀ ଏ. ସିରିଶାଙ୍କ ଆକାଉଣ୍ଟରେ ୫୨ହଜାର ଟଙ୍କା ଦେଇଥିଲେ।
ବ୍ୟାଙ୍କ ମ୍ୟାନେଜର ଜଣକ ଲୟାଲିଟି ସ୍କିମ୍, ଫୋରେକ୍ସ କାର୍ଡ଼, ଗିପ୍ଟ କାର୍ଡ଼ ଏବଂ ପେଟ୍ରୋ କାର୍ଡ଼ ନାମରେ ନିଜ କ୍ଷମତାକୁ ଦୁରୁପୋଯୋଗ କରି ଠକେଇ କରିଥିବା ତଦନ୍ତ ବେଳେ ଜଣାପଡ଼ିଛି। ଠକେଇର ଶିକାର ହୋଇଥିବା ବ୍ୟକ୍ତିମାନେ ଟଙ୍କା ଫେରସ୍ତ କରିବାକୁ କହିବାରୁ ଶାଖା ପରିଚାଳକ ଜଣକ ସେମାନଙ୍କ ଧମକଚମକ ଦେବା ସହ ତାଙ୍କ ହଇରାଣ ହରକତ କରୁଥିବା ମାମଲାରେ ଛନ୍ଦି ଦେବାକୁ କହିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/post_attachments/wp-content/uploads/2018/12/fraud_143430_730x419-m.jpg)