ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁରର ପ୍ରସିଦ୍ଧ ରଥଯାତ୍ରା ପାଇଁ ଶ୍ରୀଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ବୁଧବାର ଜଗନ୍ନାଥ ମହାପ୍ରଭୁଙ୍କ ପୂଜାର୍ଚ୍ଚନାପରେ ରଥଖଳାରେ ମୁଖ୍ୟ ପୂଜକ ଦେବବ୍ରତ ରଥ ମହାପାତ୍ର ରଥ ନିର୍ମାଣ ପାଇଁ ରଥକାଠର ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରିଛନ୍ତି।
ବୈଶାଖ ମାସ ଶୁକ୍ଳପକ୍ଷ ତୃତୀୟା ତିଥିରେ 'ଅକ୍ଷୟ ତୃତୀୟା' ପର୍ବ ପାଳନ କରାଯାଏ। ଉତ୍କଳୀୟ ସଂସ୍କୃତିର ଏହା ଏକ ଅତ୍ୟନ୍ତ ମହାନ ପବିତ୍ର ପର୍ବ। ଏହି ଦିନ ଦାନ, ଧାନ, ଧର୍ମ କରି ବିଭୁକୃପା ଲାଭ କରାଯାଏ। ଉତ୍କଳୀୟଙ୍କର ପ୍ରାଣ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ପବିତ୍ର ଶ୍ରୀଗୁଣ୍ଡିଚା ରଥ ନିର୍ମାଣ କାର୍ଯ୍ୟ, ଚନ୍ଦନ ଯାତ୍ରା, କୃଷକମାନଙ୍କର ଅଖିମୁଠି ଅନୁକୂଳ ଆଦି ଆରମ୍ଭ ହୋଇଥାଏ।
ରଥ କମିଟିର ଅଧ୍ଯ୍ଯକ୍ଷଙ୍କ ଅନୁପସ୍ଥିତିରେ ମୟୂରଭଞ୍ଜ ଲୋକସଭା ସାଂସଦ ନବ ଚରଣ ମାଝୀଙ୍କ ସହଯୋଗ ଏବଂ ରଥକମିଟିର ସଦସ୍ୟଙ୍କ ଉପସ୍ଥିତିରେ ପୂଜାର୍ଚ୍ଚନା କରାଯାଇଥିଲା। ରଥ କମିଟିର ବରିଷ୍ଠ ସଦସ୍ୟ କୃଷ୍ନବିହାରୀ ମହାନ୍ତି, ବିଶ୍ଵକର୍ମା ରାମଚନ୍ଦ୍ର ମହାରଣା ପ୍ରମୁଖ ପୂଜା କାର୍ଯ୍ୟରେ ବସି ସଂପୁର୍ଣ୍ଣ ଦାୟିତ୍ଵ ନିଭାଇଥିଲେ। ପରେ ବିଶ୍ଵକର୍ମା ରାମଚନ୍ଦ୍ର ଦାରୁଙ୍କୁ ପୂଜାକଲାପରେ କୁରାଢ଼ିରେ କାଠ ଛେଦନ କରି ରଥକାଠ ଅନୁକୂଳ ଆରମ୍ଭ କରିଥିଲେ। ଏଥିରେ ରଥ କମିଟି ବରିଷ୍ଠ ସଦସ୍ୟ ମନୋରଂଜନ ମହାନ୍ତି ବିଜେପିର ରାଜ୍ୟ ସମ୍ପାଦକ ନବୀନ ରାମ,ଡାହୁକ କୃଷ୍ଣବିହାରି ମହାନ୍ତି(ରୁଂଜିଆ), ଅଭିଷେକ ମହାନ୍ତି, ଭିକି ଶର୍ମା, ଗତିକୃଷ୍ଣ ମହାନ୍ତ, ଜଗନ୍ନାଥ ବିନ୍ଧାଣୀଙ୍କ ସମେତ ଦୋବୋତ୍ତର ବିଭାଗର ବହୁ ସଦସ୍ୟଙ୍କ ସମେତ ବହୁ ଶ୍ରଦ୍ଧାଳୁ ଉପସ୍ଥିତ ଥିଲେ।
Mayurbhanj
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/04/30/bTwfoiBFfCoff6LiLpYu.jpg)