ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ସେ କହିଛନ୍ତି, ୨୪ ବର୍ଷ ହେବ ସରକାରରେ ରହିଥିଲେ। ଏବେ କିଭଳି ବିରୋଧୀ ଦଳ ଭୂମିକା ନିଭାଇ ହେବ ସେ ନେଇ ବିଜେଡି ପ୍ରାକ୍ଟିସ କରୁଛି। ତେଣୁ ମୋହନ ଚରଣ ମାଝୀଙ୍କ ସରକାର ସବୁ ଘଟଣାର ତ୍ବରିତ ପଦକ୍ଷେପ ନେଉଛନ୍ତି କୌଣସି ବି ଘଟଣାକୁ ଢିଲା କରାଯିବନି। ତେଣୁ ଯିଏ ଚାହୁଛନ୍ତି ରାଜରାସ୍ତାକୁ ଆସିବା ପାଇଁ ତାଙ୍କୁ ମନା ନାହିଁ ସେମାନେ ଆସିପାରିବେ। ରାଜନୀତିରେ ସମସ୍ତଙ୍କୁ ସବୁ ଅଧିକାର ରହିଛି।
ରାଜ୍ୟରେ ବଢୁଥିବା ନାରୀ ନିର୍ଯାତନାକୁ ନେଇ ରାସ୍ତାକୁ ଓହ୍ଲାଇଛି ବିଜେଡି । ବାଲେଶ୍ୱର ଏଫଏମ କଲେଜ ଘଟଣାରେ ସରକାରଙ୍କୁ ଟାର୍ଗେଟ କରୁଥିବା ବେଳେ ଏବେ ବଳଙ୍ଗାରେ ନାବାଳିକାଙ୍କୁ ଜାଳିଦେବା ଘଟଣାରେ ବିଜେଡି ଆନ୍ଦୋଳନକୁ ଆହୁରି ତୀବ୍ର କରିଛି ।
ସରକାରଙ୍କ ବିରୋଧରେ ଏହି ଆନ୍ଦୋଳନ କେବଳ ବିଜେଡି ନୁହେଁ କଂଗ୍ରେସ ବି ଜାରି ରଖିଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/07/21/new-project-2-2025-07-21-13-11-35.jpg)