ବାରିପଦା: ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟର +୩ ଶେଷ ସେମିଷ୍ଟାର-୨୦୨୫ ପରୀକ୍ଷା ଫଳ ପ୍ରକାଶିତ ପାଇଛି। କୁଳପତିଙ୍କ ଅନୁମୋଦନକ୍ରମେ +୩ ଫାଇନାଲ ସେମିଷ୍ଟାର ପରୀକ୍ଷା ଫଳ ଆଜି ପ୍ରକାଶିତ ହୋଇଛି।
କଳାରେ ଶତକଡା ୮୬.୭୬, ବିଜ୍ଞାନରେ ଶତକଡା ୭୦.୩୨ ଏବଂ ବାଣିଜ୍ୟରେ ଶତକଡା ୬୦.୧୯ ଉତୀର୍ଣ୍ଣ ହୋଇଛନ୍ତି।
ଚଳିତ ବର୍ଷ ଏହି ବିଶ୍ବବିଦ୍ୟାଳୟ ଅଧୀନରେ ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାର ୮୫ଟି ମହାବିଦ୍ୟାଳୟର ମୋଟ ୧୪,୩୪୮ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ କଳାରେ ଶତକଡା ୮୬.୭୬, ବିଜ୍ଞାନରେ ଶତକଡା ୭୦.୩୨ ଏବଂ ବାଣିଜ୍ୟରେ ଶତକଡା ୬୦.୧୯ ଉତୀର୍ଣ୍ଣ ହୋଇଛନ୍ତି। ଛାତ୍ରଛାତ୍ରୀମାନେ ତାଙ୍କର ପରୀକ୍ଷା ଫଳ ଆଜି ଅପରାହ୍ନ ୪.୦୦ ଘଟିକା ସମୟ ପରଠାରୁ www.nou.nic.inରୁ ପାଇପାରିବେ।
Mayurbhanj | Education
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)
/sambad/media/media_files/2025/05/30/UQkbOQEglZ1mbvQGL0Nk.jpg)